ଯାଜପୁର (ରତ୍ନଗିରି ନ୍ୟୁଜ) : ଯାଜପୁର ସଂସ୍କୃତି ଭବନ ପରିସରରେ ପ୍ରଜାପିତା ବ୍ରହ୍ମକୁମାରିଜ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆତ୍ମନିର୍ଭର କୃଷକ ଅଭିଯାନ ଶୀର୍ଷକ ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ରାଜସ୍ଥାନ ମାଉଣ୍ଟଆବୁ ରୁ ଆସିଥିବା ରାଜଯୋଗୀ ବି କେ ସରଳା ଦେବୀ,ରାଜଯୋଗୀନି ବି କେ ସୁଲୋଚନା ଏବଂ ଯାଜପୁର ବିଧାୟକ ଙ୍କ ପ୍ରତିନିଧି ଭଵ ପ୍ରସାଦ ଦାସ, ଜିଲା ସଂସ୍କୃତି ଅଧିକାରୀ ଦୁର୍ୟୋଧନ ମଲିକ , ଅତିରିକ୍ତ ଜିଲାପାଳ ମିହିର ମହାନ୍ତି ପ୍ରମୁଖ ଯୋଗ ଦେଇ ସମାଜ ପ୍ରତି କୃଷକ ମାନଙ୍କ ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ।
ଆଜାଦି ର ଅମୃତ ମହୋତ୍ସବ ଅବସର ରେ ଆୟୋଜିତ ଏହି ଉତ୍ସବରେ କିଭଳି କୃଷକ ମାନେ ରାସାୟନିକ ସାର ବଦଳରେ ଜୈବିକ ସାର ବ୍ୟବହାର କରାଯାଇପାରିବ ସେ ନେଇ ମଧ୍ୟ ଆଲୋଚନା କରାଯାଇଥିଲା। ଏହା ପୂର୍ବରୁ ଯାଜପୁର ସହରରେ ଏକ ବିଶାଳ କଳସ ଶୋଭାଯାତ୍ରା ଅନୁଷ୍ଠାନର ସଦସ୍ୟ ସଦସ୍ୟା ମାନଙ୍କ ଦ୍ୱାରା କରାଯାଇଥିଲା। ସୂଚନା ଅନୁଯାୟୀ ଏହି କାର୍ଯ୍ୟକର୍ମ କୁ ଜିଲାର ସମସ୍ତ ବ୍ଲକ ଗ୍ରାମଞ୍ଚଳରେ କ୍ରିୟାଶୀଳ କରାଯିବ ବୋଲି ଦେବୀଗଡା ସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରିଜ ପକ୍ଷରୁ କୁହାଯାଇଛି। ସୁରେଶ କର ଙ୍କ ରିପୋର୍ଟ ରତ୍ନଗିରି ନ୍ୟୁଜ