ମାହାଙ୍ଗା (ରତ୍ନଗିରି ନ୍ୟୁଜ) : ଅଖିଳ ଭାରତ ଗ୍ରାମୀଣ ଡାକ ସେବକ ସଂଘ ଡାକରାରେ ମାହାଙ୍ଗା ବ୍ଲକ ସଦର ମହକୁମା କୁଆଁପାଳ ଠାରେ ୧୧ ଟି ଡାକଘର ଅଧୀନରେ ନିଯୁକ୍ତ ୩0 ରୁ ଉର୍ଦ୍ଧ୍ଵ କର୍ମଚାରୀ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣାରେ ବସିବା ଦେଖିବାକୁ ମିଳିଛି ଗ୍ରାମାଞ୍ଚଳରେ ଡାକ ସେବାରେ ନିଯୁକ୍ତ କର୍ମଚାରୀମାନଙ୍କ ପ୍ରତି କେନ୍ଦ୍ର ସରକାର ବୈମାତୃକ ମନୋଭାବ ପୋଷଣ କରିଆସୁଛି ବୋଲି ଆନ୍ଦୋଳନରେ ସାମିଲ ଡାକ ବିଭାଗର କର୍ମଚାରୀ ମାନେ ଅଭିଯୋଗ କରିଛନ୍ତି l ଅଳ୍ପ ବେତନରେ ସେମାନଙ୍କୁ ଅଧିକ ସମୟ କାମ କରିବାକୁ ପଡୁଥିବା ବେଳେ ଗ୍ରାମୀଣ ଡାକ ସେବକମାନଙ୍କ ୮ ଘଣ୍ଟିଆ କାର୍ଯ୍ୟ ନିର୍ଘଣ୍ଟ ପାଇଁ ସଂଘ ଦାବୀ କରିଛି ସେହିପରି ସର୍ବନିମ୍ନ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା,୧୨ ବର୍ଷ ବ୍ୟବଧାନରେ ପ୍ରତି କର୍ମଚାରୀଙ୍କୁ ଆର୍ଥିକ ପଦୋନ୍ନତି ସୁପାରିଶକୁ କାର୍ଯ୍ୟକାରୀ କରାଇବା ଏବଂ ପେନସନ ଗ୍ରାଚୁଇଟି ଓ ସେଭେରାନ୍ସ ବାବଦକୁ ଅଡ଼ଭାନ୍ସ ୫ ଲକ୍ଷ ଟଙ୍କା ପ୍ରଦାନ ପାଇଁ ଦାବୀ ହୋଇଛି l ସେହିପରି ଗ୍ରାମୀଣ ଡାକ ସେବକ ମାନଙ୍କୁ ଉପରିସ୍ଥ ଅଧିକାରୀଙ୍କ ଟାର୍ଗେଟ ନାଁରେ ଜୁଲମ ବନ୍ଦ ପାଇଁ ସଂଘ ଦୃଢ଼ ପ୍ରତିବାଦ କରିଛି l କୁଆଁପାଳ ସବ ପୋଷ୍ଟ ଅଫିସ ଅଧୀନରେ ଥିବା ୧୧ ଟି ବ୍ରାଞ୍ଚ ପୋଷ୍ଟ ଅଫିସରେ କାର୍ଯ୍ୟରତ ୩0 ରୁ ଅଧିକ କର୍ମଚାରୀ ଧାରଣାରେ ବସିବାରୁ ଡାକସେବା ସମ୍ପୂର୍ଣ୍ଣ ଠପ ହୋଇଯିବା ଦେଖିବାକୁ ମିଳିଛି l ଡାକ କର୍ମଚାରୀ ସଂଘର ନେତା ଗୌତମ ଦାସ ଏବଂ ହିମାଂଶୁ ଦାଶଙ୍କ ଡାକରାରେ କୁଆଁପାଳ ତାରିଣୀ ମନ୍ଦିର ସମ୍ମୁଖରେ ଏହି ଧାରଣା ଜାରୀ ରହିଥିବା ବେଳେ କ୍ଷୀରୋଦ ଚନ୍ଦ୍ର ପ୍ରଧାନ, ରତିକାନ୍ତ କର, ନମିତା ବେହେରା, ପ୍ରିୟନାଥ ବରାଳ, ରଞ୍ଜନ ଦାସ, କୈଳାଶ ରାଉତ, ଅନନ୍ତ ରାମ, ଠାକୁର ହାଁସଦା, ଦିଲ୍ଲୀପ ଯେନା, ଧନେଶ୍ୱର ସାହୁ, ସୁରେଶ ଚନ୍ଦ୍ର ରଣା, ମନୋରଞ୍ଜନ ମଲ୍ଲିକ, ବରୁଣ ଚନ୍ଦ୍ର ଘୋଷାଲ, ପ୍ରଫୁଲ୍ଲ ସିଂହ, ମନୋଜ ନାୟକ, ବିଶ୍ୱଜିତ ପଣ୍ଡା ପ୍ରମୁଖ ଆନ୍ଦୋଳନରେ ସାମିଲ ହେବା ଦେଖିବାକୁ ମିଳିଛି l
Related Stories
October 2, 2024