ବରୀ(ରତ୍ନଗିରି) :-ଆଜି ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ବରୀରେ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଥିବାବେଳେ ଇଶାଣପୁର, ବରୀ, ସେରପୁର, ବାଲିବିଲ, କଳାମାଟିଆ ଆଦି ପଞ୍ଚାୟତରେ କାଁ ଭାଁ ହିଂସା ଦେଖିବାକୁ ମିଳିଥିଲା । ଇଶାଣପୁର ପଞ୍ଚାୟତରେ ପୋଲିସ୍ କଢା ଅଭିମୁଖ୍ୟ ପାଇଁ ମତଦାନ ସମୟରେ କୌଣସି ଗଣ୍ଡଗୋଳ ସୃଷ୍ଟି ହୋଇନଥିବାବେଳେ ପରବର୍ତ୍ତୀ ସମୟରେ ସମିତି ସଭ୍ୟ ପ୍ରାର୍ଥୀ ମନୋଜ କୁମାର ଦାସ ଓ ତାଙ୍କ ସମର୍ଥକମାନଙ୍କ ଦ୍ୱାରା ବେନୁପୁର ଗ୍ରାମର ବାବାଜି ଚରଣ ଗୁରୁତର ଆହତ ହୋଇଥିଲେ ।
ଏ ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଥିବା ଜଣାପଡିଛି । ଶ୍ରୀ ଜେନାଙ୍କ କହିବା ମୁତାକବ ଇଶାଣପୁରର ଭୋଟ ସରିବା ପରେ ହଠାତ୍ ମନୋଜ ଦାସ ଓ ତାଙ୍କ ସମର୍ଥକମାନେ ବାବାଜି ଜେନାଙ୍କୁ ମରଣାତ୍ମକ ଆକ୍ରମଣ କରିଥିଲେ । ଶ୍ରୀ ଜେନାଙ୍କୁ ପରିବାର ଲୋକେ ବଞ୍ଚାଇବାକୁ ଚେଷ୍ଟା କରି ଆକ୍ରମଣର ଶିକାର ହୋଇଥିବା ଅଭିଯୋଗରେ ଦର୍ଶାଇଛନ୍ତି । ବରୀ ପୋଲିସ ଖବର ପାଇଁ ଘଟଣାସ୍ଥଳ ପରିଦର୍ଶନ କରିବା ସହ ଶାନ୍ତି ବଜାଇ ରଖିବାକୁ ଅନୁରୋଧ କରିଛନ୍ତି । ବରୀ ରାଜନୈତିକ ହିଂସା ନୂଆ କଥା ନୁହେଁ, ତେବେ ପ୍ରଶାସନ ଗୁରୁତ୍ୱର ନ ଦେଲେ ଆଗାମୀ ଦିନରେ ହିଂସା ବ୍ୟାପକ ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।