ଧାମନଗର (ରତ୍ନଗିରି ନ୍ୟୁଜ) : ଧାମନଗର ଥାନା ଅନ୍ତର୍ଗତ ମଜୁରୀଗଢିଆ ଗ୍ରାମର ମାନସ ଜେନାଙ୍କ ୧୫ ବର୍ଷର ଝିଅ ମଧୁସ୍ମିତା ଜେନା ଦଶମ ଶ୍ରେଣୀର ଛାତ୍ରୀ l ସଵୁ ଦିନପରି ସେଦିନ ମଧ୍ୟ ରାତିରେ ତାର ମାଆ ପାଖରେ ଶୋଇଥିଲା।କିନ୍ତୁ ଭାଗ୍ୟର ଵିଡମ୍ବନା ଥିଲା କିଛି ଅଲଗା।ସକାଳୁ ତାର ମାଆ ଉଠି ଦେଖେତ ଝିଅ ତାପାଖରେ ଶୋଇନାହିଁ,ତେଣୁ ସେ ବ୍ୟତିବ୍ୟସ୍ତ ହୋଇ ତାର ସ୍ବାମୀ ଓ ଅନ୍ୟମାନଙ୍କୁ ଡାକି ଖୋଜାଖୋଜି କରିବାପରେ ଘରଠାରୁ କିଛି ଦୁରରେ ଥିବା ପୋଖରୀରେ ଝିଅ ଜୋତା ଭାସୁ ଥିବାର ଦେଖି ସନ୍ଦେହ ହେବାରୁ ପରିବାର ଲୋକେ ଭଣ୍ଡାରିପୋଖରୀ ଦମକଳ ଵାହିନିକୁ ଖବର ଦେଇଥିଲେ।ଦମକଳ ଵାହିନି କିଛି ସମୟ ଖୋଜାଖୋଜି କରିବା ପରେ ଝିଅର ମୃତ ଦେହ ଊଦ୍ଧାର କରିଥିଲl l କିନ୍ତୁ ସଵୁଠାରୁ ଵଡ ଚିନ୍ତାର ବିଷୟଥିଲା,ଏତେ ଗଭୀର ପାଣିରୁ ଉଦ୍ଧାର କରାଯାଇଥିଲେ ମଧ୍ୟ ଝିଅଟି ଠାରେ କୌଣଷି ପାଣିରେ ବୁଡି ମରିବାର ଲକ୍ଷଣ ଦେଖାଯାଉନଥିଲା। ବରଂ ଝିଅଟିକୁ ମାଡମାରି ମାରି ଦେଇଥିବାର ଲକ୍ଷଣ ଦେଖା ଯାଉଥିଲା।ଯାହା ଫଳରେକି ଦେହର ନାକ,ପାଟି,କାନର ପଛପଟ ଉପର ଅ୍ଂସରେ କ୍ଷତ ଚିହ୍ନ ସହ ଶୁଖିଲା ରକ୍ତର ଚିହ୍ନ ଲାଗି ରହିଥିଲା। ଝିଅର ବାପର ଅଭିଯୋଗ ପାଇବା ପରେ ପୋଲିସ ଅପରାଧିକ ମାମଲା ୩୨୬/୨୧ ରେ କେସ ରଜୁ କରି ତଦନ୍ତ କରିଵା ସହିତ ସାଇନଟିଫିକି ଟିମ ଆଣି ତଦନ୍ତ କରିଥିଲେ ମଧ୍ୟ ପୋଲିସ ହାତରେ କୌଣଷି ସୁରାକ ନଲାଗିବା,ପୋଷ୍ଟମଟମ ରିପୋଟକୁ ଅପେକ୍ଷା କରିବସିଵା ପୋଲିସର କାର୍ଯ୍ୟଦକ୍ଷତା ଉପରେ ଗ୍ରାମବାସୀ ଙ୍କର ସନ୍ଧେହ ସୃଷ୍ଟି ହେଉଛି ଵୋଲି ମୃତା ମଧୁସ୍ମିତାର ମା,ବାପା,ଗ୍ରାମବାସୀ ମାନେ ଅଭିଯୋଗ କରିଥିଲେ। ଏଠି ପ୍ରଶ୍ନ ଉଠୁଛି ଯଦି ପୋଲିସ ତୁରିତ ପଦକ୍ଷେପ ନ ନିଏ ତେବେ ମଧୁସ୍ମିତାର ପରିବାର ନ୍ୟାୟ ପାଇବତ ତାହା ନେଇ ଏବେ ସାଧାରଣରେ ସନ୍ଧେହ ସୃଷ୍ଟି ହୋଇଛି ।
Related Stories
December 1, 2024
November 25, 2024