କଟକ (ରତ୍ନଗିରି ନ୍ୟୁଜ)୧୮/୦୧ : ଆଜି ପୂର୍ବାହ୍ନରେ ରାଜ୍ୟ ମୁଖ୍ୟାଳୟରେ ୨୩ତମ ସର୍ବଭାରତୀୟ ପୋଲିସ ସୁଟିଙ୍ଗ୍ ପ୍ରତିଯୋଗିତାରେ ପଦକ ଜିତିଥିବା ଓଡିଶା ପୋଲିସର ବିଜୟୀ ପ୍ରତିଯୋଗୀମାନେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ସୁନୀଲ କୁମାର ବଂସଲଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି | ଏହି ଅବସରରେ ଡିଜିପି ଶ୍ରୀ ବଂସଲ ବିଜୟୀ ପ୍ରତିଯୋଗୀମାନଙ୍କୁ ଶୁଭେଛା ଓ ଅଭିନନ୍ଦନ ଜଣାଇବା ସହ ଭବିଷ୍ୟତରେ ମଧ୍ୟ ରାଜ୍ୟ ପୋଲିସ ପାଇଁ ଗୌରବ ଆଣିବାକୁ ପରାମର୍ଶ ଦେଇଥିଲେ | ଏହି ସାକ୍ଷାତ ସମୟରେ ଅତିରିକ୍ତ ଆରକ୍ଷୀ ମହାନିର୍ଦେଶକ (ଆଇନ ଓ
ଶୃଙ୍ଖଳା) ଶ୍ରୀ ଆର, କେ. ଶର୍ମା ଉପସ୍ଥିତ ଥିଲେ | ଉଲ୍ଲେଖଯୋଗ୍ୟ ଯେ, ତାମିଲନାଡୁ ପୋଲିସ ପକ୍ଷରୁ TNCS Training Centre ଠାରେ ଗତ ଜାନୁୟାରୀ ୯ ରୁ ୧୩ ତାରିଖ ପର୍ଯ୍ୟନ୍ତ ୨୩ତମ ସର୍ବଭାରତୀୟ ପୋଲିସ ସୁଟିଙ୍ଗ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା | ପିସ୍ତଲ ପ୍ରାକ୍ଟିସ ନମ୍ବର ୧ ସ୍କାଟିଙ୍ଗ ପ୍ରତିଯୋଗିତାରେ ଇନ୍ସପେକ୍ଟର(ଆର୍ମଡ) ମାନସ ପଣ୍ଡା ବ୍ରୋଞ୍ଜ ପଦକ ଓ ରାଇଫଲ ପ୍ରାକ୍ଟିସ ୨, ୨୦୦ ମିଟର ପ୍ରତିଯୋଗିତାରେ ସିପାହୀ ଅକ୍ଷୟ କୁମାର ସାହାଣୀ ରୌପ୍ୟ ପଦକ ଜିତିଛନ୍ତି | ସେହିପରି ରାଇଫଲ ସୁଟିଙ୍ଗ୍ ପ୍ରତିଯୋଗିତାରେ ଓଡିଶା ପୋଲିସ ଚମତ୍କାର ପ୍ରଦର୍ଶନ କରି ତୃତୀୟ ସ୍ଥାନ ଅଧିକାର କରିବା ସହ ଏକ ନୂତନ ସଫଳତା ହାସଲ କରିଛି | ଏହି ସାକ୍ଷାତ ସମୟରେ ଏଆଇଜି (ମୁଖ୍ୟାଳୟ) ଶ୍ରୀ ସୁରେଶ ଚନ୍ଦ୍ର ଜେନା, ତୃତୀୟ ବାଟାଲିୟନ
କୋରାପୁଟର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଦୀପକ କୁମାର ଗଡନାୟକ, 7 ବାଟାଲିୟନ ଭୁବନେଶ୍ବରର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଏସ. ଏ. ଫରିଦି, ସ୍ପୋର୍ଟ୍ ବିଭାଗର ସେକ୍ସନ ଅଫିସର ମହମ୍ମଦ ସହିଦ ଜବାର ପ୍ରମୁଖ ଉପସ୍ଥିତ ଥିଲେ |
Related Stories
November 9, 2024
November 9, 2024