ବରୀ(ରତ୍ନଗିରି ନ୍ୟୁଜ) : ଶାରଦୀୟ ପାର୍ବଣ ଅବସରରେ ଚାଳଘର ସାହିତ୍ୟ ସଂସଦ, ବରୀ, ଯାଜପୁର ପକ୍ଷରୁ ନବ ଭାରତୀ ବିଦ୍ୟାଭବନ, ଭଳିନୁଆଗାଁ ସଂଖାରିଗଡl ଠାରେ ଅନୁଷ୍ଠିତ ହୋଇଯାଇଛି ଶାରଦୀୟ କବିତା ଆସର l ଅନୁଷ୍ଠାନର ସଭାପତି ଆଇନଜିବୀ ବିରଜା ପ୍ରସାଦ ପରିଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ କବିତା ପାଠୋତ୍ସବରେ ମୁଖ୍ୟ ଅତିଥି ଭାବେ ଉଷାଦେବୀ ମହିଳା ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷା ଶକୁନ୍ତଳା ରାଉତ ଯୋଗ ଦେଇ କହିଲେ ଯେ ଯେତେବଳେ ଯାହା କିଛି ଲେଖି ଦେଲେ ତାହା କବିତା ପଦବାଚ୍ୟ ନୁହଁ l କବିତା ସ୍ରୁଷ୍ଟି କରୁଥିବା କବିଟିର ଯେଉଁ କବିତା ସାଧାରଣ ଲୋକଙ୍କ ହୃଦୟକୁ ସ୍ପର୍ଶ କରେ ସେତେବେଳେ ଯାଇ ସେ ସ୍ରୁଷ୍ଟି କାଳଜୟୀ ହୋଇ ଥାଏ ବୋଲି କହିଥିଲେ l
ମୁଖ୍ଯବକ୍ତା ଭାବେ ପ୍ରତିଷ୍ଠିତ ସାହିତ୍ୟ ପତ୍ରିକା ‘ଗୋକର୍ଣ୍ଣିକା’ର ସମ୍ପାଦକ ବରିଷ୍ଠ କବି ରମାକାନ୍ତ ଜେନା ଯୋଗଦେଇ କବିତା ସମ୍ପର୍କରେ ସାରଗର୍ଭକ ବକ୍ତବ୍ୟ ରଖିଥିଲେ l ଶ୍ରୀ ଜେନା କହିଲେ ଯେ କବିତା ହେଉଛି ଆମ ହୃଦୟର କାହାଣୀ, କବିତା ମୁକ୍ତି ଦିଏ, କବିତା ମୋହ ଗ୍ରସ୍ତ କରାଏ, କବିତା ଜୀବନ କୁ ବୁଝେଇବା ପାଇଁ ଚେଷ୍ଟା କରେ, କବିତା ପ୍ରେମିକା ଟିଏ ପାଲଟି ଯାଏ ପ୍ରେମିକ କବିଟିର l କବିଟିଏ ତପସ୍ୱି ହେବାକୁ ବାଧ୍ୟ l ତାହା ହୋଇ ନ ପାରିଲେ କବିତା ଲେଖିବା ସମ୍ଭବ ନୁହେଁ ବୋଲି କହିଥିଲେ l
ସମ୍ମାନିତ ଅତିଥି ଭାବେ ନବ ଭାରତୀ ବିଦ୍ୟାଭବନର ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ରୋଟାରିଆନ ଗିରୀଶ ବିହାରୀ ମିଶ୍ର ଯୋଗଦେଇ ଅତିଥିମାନଙ୍କୁ ସ୍ୱାଗତ୍ କରିବା ସହ କବିତା ପାଠୋତ୍ସବ ଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ l ଅନୁଷ୍ଠାନର ବରିଷ୍ଠ ସଦସ୍ୟ ପ୍ରମୋଦ କୁମାର ଦାସ ସ୍ୱାଗତ୍ ଭାଷଣ ପ୍ରଦାନ କରିଥିବା ବେଳେ ଅନୁଷ୍ଠାନର ସମ୍ପାଦକ ତଥା ସାମ୍ବାଦିକ ପ୍ରତାପ କୁମାର ଦାସ ସମ୍ପାଦକୀୟ ବିବରଣୀ ପାଠ ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ l
ଏହି ଅବସରରେ ଚାଳଘର ସାହିତ୍ୟ ସଂସଦର ସଦସ୍ୟା ଜ୍ୟୋତ୍ସ୍ନା ରାଣୀ ନାଥଶର୍ମା, ବନିତା ବେହେରା ଓ ସଦସ୍ୟ ମନୋଜ କୁମାର ସାହୁଙ୍କୁ ରାଜ୍ୟସ୍ତରୀୟ କୃତିତ୍ଵ ହାସଲ ପାଇଁ ଅନୁଷ୍ଠାନ ପକ୍ଷରୁ ମାନପତ୍ର, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l
କବି ଅମ୍ରିତା ସିଂ ଓ କବି ଅଜୟ କୁମାର ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ କବି ପ୍ରମୋଦ କୁମାର ଧଳ, ମଣି ଚରଣ ସାହୁ, ମଦନ ମୋହନ ପାଢୀ, ପର୍ଶୁରାମ ବିଶ୍ଵାଳ, ଶରତ କୁମାର ଜେନା, ଗିରୀଶ ବିହାରୀ ମିଶ୍ର, ଜ୍ୟୋତ୍ସ୍ନାରାଣୀ ନାଥଶର୍ମା, ପ୍ରମୋଦ କୁମାର ସାମଲ, ଅମ୍ବିକା ପ୍ରସାଦ ସାମଲ, ରମାକାନ୍ତ ଜେନା, ଅମୂଲ୍ୟ କୁମାର ପଣ୍ଡା, କୁମାର ସରୋଜ, ଡକ୍ଟର ନିରଞ୍ଜନ ସାହୁ, ଶରତ କୁମାର ଜେନା, ଝରଣା ମଲିକ, କମଳୀନୀ ପାଗଡ, ଘନଶ୍ୟାମ ବିଶ୍ଵାଳ, ସବିତା ନାୟକ, ନିରୋଦ ଚନ୍ଦ୍ର ରାଉତ, ବନିତା ବେହେରା ମନମୋହନ ପାଢୀ, ଚିନ୍ମୟଦତ୍ତ ପାଢୀ, ଅମ୍ରିତା ସିଂ, ପ୍ରତାପ କୁମାର ଦାସ , ମନମୋହନ ପାଢୀ, ଅଜୟ କୁମାର ଜେନା, ରବୀନ୍ଦ୍ରନାଥ ମିଶ୍ର, ନିରଞ୍ଜନ ସାହୁ ପ୍ରମୁଖ ବହୁ କବି ସେମାନଙ୍କ କବିତା ପାଠ କରିଥିଲେ l