ପୁଣ୍ୟତୋୟାର କବିତା ଆସର

ବରୀ(ରତ୍ନଗିରି ନ୍ୟୁଜ) :- ବରୀ ବ୍ଲକ୍ ଅନ୍ତର୍ଗତ କ୍ଷେମେଶ୍ୱରସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପରିସରରେ ପୁଣ୍ୟତୋୟା ସାହିତ୍ୟ ସଂସଦର ପ୍ରଥମ କବିତା ଆସର ଗୁରୁଚରଣ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସାହିତ୍ୟ ସଂସଦର ଦିବ୍ୟଂଗତ ସଭାପତି ମଦନ ମୋହନ ପତିଙ୍କ ବିୟୋଗରେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଶିଶୁ ସାହିତ୍ୟିକ ଡକ୍ଟର ଅଜୟ କୁମାର ଜେନାଙ୍କ ସଂଯୋଜନାରେ ସବିତା ନାୟକ, ଗୌରୀରାଣୀ ରଥ, ମନମୋହନ ପାଢୀ, ଶମ୍ଭୁନାଥ ତ୍ରିପାଠୀ, ମୁରଲୀଧର ବିଶ୍ୱାଳ, ପ୍ରଫୁଲ୍ଲ କୁମାର ଦାଶ, ଜାନକୀ ବାରିକ, ନମିତା ଓଝା, ସୁରେନ୍ଦ୍ର ସାହୁ, ପ୍ରମିଳା ବିଶ୍ୱାଳ, ବନିତା ବେହେରା, ଚିନ୍ମୟଦତ୍ତ ପାଢୀ ଓ ସୁଶାନ୍ତ କୁମାର ବାରିକ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । ସଂସଦର ସମ୍ପାଦିକା ସବିତା ନାୟକ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଚିନ୍ମୟଦତ୍ତ ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ ।

Share this post :

Facebook
Twitter
LinkedIn
Pinterest

Leave a Reply

Your email address will not be published. Required fields are marked *