ନୂଆଦିଲ୍ଲୀ:: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ନରେନ୍ଦ୍ର ମୋଦୀ ଆଜି ଗୁଜରାଟ ଓ କେନ୍ଦ୍ର ଶାସିତ ଅଂଚଳ ଦମନ ଏବଂ ଦିଉ ଯିବେ । ସାମୁଦ୍ରୀକ ବାତ୍ୟା ‘ତାଉତେ’ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ଅଂଚଳ ବୁଲି ଦେଖିବା ସହିତ ସ୍ଥିତି ସମୀକ୍ଷା କରିବେ । ବାତ୍ୟା ଯୋଗୁଁ ଗୁଜରାଟରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ପ୍ରଧାନମନ୍ତ୍ରୀ ବୁଧବାର ପୂର୍ବାହ୍ନ ସାଢ଼େ ୯ଟାରେ ଦିଲ୍ଲୀରୁ ଗୁଜରାଟ ଅଭିମୁଖେ ବାହାରିବେ । ସେ ସିଧାସଳଖ ଭାବାନଗର ପହଂଚିବେ । ପ୍ରଧାନମନ୍ତ୍ରୀ ମୋଦୀ ଭାବାନଗରରୁ ଉନା, ଦିଉ, ଜାଫରାବାଦ ଓ ମହୁଆ ଅଂଚଳରେ ଆକାଶମାର୍ଗରୁ ସର୍ଭେ କରିବେ ଏବଂ କ୍ଷୟକ୍ଷତିର ଆକଳନ କରିବେ । ଅଧିକାରୀଙ୍କ କହିବା ଅନୁସାରେ ଅହମଦାବାଦରେ ଏକ ସମୀକ୍ଷା ବୈଠକ କରିବେ । ସୂଚନାଯୋଗ୍ୟ, ବାତ୍ୟା ଯୋଗୁଁ ଗୁଜରାଟରେ ଅତିକମରେ ୭ ଜଣଙ୍କର ମୃତ୍ୟୁ ହୋଇଛି । ଉପକୂଳବର୍ତ୍ତୀ ଅଂଚଳରେ ବ୍ୟାପକ କ୍ଷତି ହୋଇଛି । ବିଦ୍ୟୁତ ଖମ୍ବ ଉପୁଡି ପଡ଼ିଥିବା ବେଳେ ଅନେକ ଲୋକ ବେଘର ହୋଇଯାଇଛନ୍ତି । ରାସ୍ତାକଡ଼ରେ ଥିବା ବଡ଼ ବଡ଼ ଗଛ ମଧ୍ୟ ଉପୁଡ଼ି ପଡ଼ିଥିବାରୁ ଗମନାଗମନରେ ଅସୁବିଧା ସୃଷ୍ଟି ହୋଇଛି ।
Related Stories
May 13, 2024