ନୂଆଦିଲ୍ଲୀ: ବୋଧହୁଏ ତେଲ ଦର ବୃଦ୍ଧି ବହୁ ଆଗରୁ ହୋଇଥାନ୍ତା। ହେଲେ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ତେଲ ଦର ଅପରିବର୍ତ୍ତିର ରହିଥିଲା। କ୍ରମାଗତ ତୃତୀୟ ଦିନ ପାଇଁ ପେଟ୍ରୋଲ ଓ ଡିଜେଲ ଦର ବଢ଼ିବା ପରେ ଏଭଳି ଆକଳନ କରାଯାଉଛି। ଆଜି ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୫୨ ପଇସା ବୃଦ୍ଧି ପାଇଥିବାବେଳେ ଡିଜେଲ ଲିଟର ପିଛା ୩୦ ପଇସା ବୃଦ୍ଧି ପାଇଛି। ଏବେ ନୂଆ ଦର ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ୯୦.୯୯ ଟଙ୍କା ଥିବାବେଳେ ଡିଜେଲର ମୂଲ୍ୟ ଲିଟର ପିଛା ୮୧.୪୨ ଟଙ୍କାକୁ ବୃଦ୍ଧି ହୋଇଛି। ଏଥି ସହିତ ମୁମ୍ବାଇରେ ପେଟ୍ରୋଲର ମୂଲ୍ୟ ୯୭.୩୪ ଟଙ୍କା ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୮୮.୪୯ ଟଙ୍କାକୁ ବୃଦ୍ଧି ହୋଇଛି। ଏହାପୂର୍ବରୁ ମେ ୪ ରେ ପେଟ୍ରୋଲ ଦର ୧୫ ପଇସା ଏବଂ ଡିଜେଲ ଦର ୧୮ ପଇସା ବୃଦ୍ଧି କରାଯାଇଥିଲା। ଏହାପରେ, ମେ ୫ ରେ, ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୯ ପଇସା ଏବଂ ଡିଜେଲ ଲିଟର ପିଛା ୨୧ ପଇସା ମହଙ୍ଗା ହୋଇଥିଲା। ଅର୍ଥାତ ତିନି ଦିନରେ ପେଟ୍ରୋଲ ୮୬ ପଇସା ଏବଂ ଡିଜେଲ ୬୯ ପଇସା ବୃଦ୍ଧି ପାଇଛି।ଆହୁରି ପଢ଼ନ୍ତୁ
Related Stories
May 13, 2024
February 14, 2024