ବରୀ,୨୦/୧୧(ରତ୍ନଗିରି ନ୍ୟୁଜ): ବରୀ ଶିକ୍ଷା ମଣ୍ଡଳ ଅଧୀନରେ ଥିବା ଅଟିରା ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପ୍ରକାଶ ଥାଉକି ଉକ୍ତ ବିଦ୍ୟାଳୟରେ ମୋଟ ୩୯ ଜଣ ଛାତ୍ର ଛାତ୍ରୀ ଶିକ୍ଷା ଗ୍ରହଣ କରୁଛନ୍ତି। ଅଭିଭାବକ ଓ ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟରେ ତାଲା ପକାଇ ତୁରନ୍ତ ଶିକ୍ଷକ ପଦବୀ ପୂରଣ କରିବା ପାଇଁ ଦାବୀ କରିଥିବାର ଦେଖାଯାଇଛି। ସରକାରଙ୍କ ତରଫରୁ ଶିକ୍ଷା କ୍ଷେତ୍ରକୁ ପ୍ରାଧାନ୍ୟ ଦେଉଥିବା ବେଳେ ଗୋଟିଏ ବିଦ୍ୟାଳୟରେ ୩୯ ଛାତ୍ର ଛାତ୍ରୀଙ୍କ ପାଇଁ ଜଣେ ଶିକ୍ଷକ ଶିକ୍ଷାଦାନ କରିବା କେତେଦୂର ସମିଚୀନ ତାହା ବୁଦ୍ଧିଜୀବି ମହଲରେ ଚିନ୍ତା ପ୍ରକଟ କରିଛି। ଏଠାରେ ପ୍ରଶ୍ନ ଉଠେ ଦୀପ ତଳ ଅନ୍ଧାର ପରି ବରୀ ଶିକ୍ଷା ମଣ୍ଡଳ ଅଧିକାରୀଙ୍କ କାର୍ଯ୍ୟାଳୟ ଠାରୁ ମାତ୍ର ୩ କିଲୋ ମିଟର ଦୂରରେ ଥିବା ଶିକ୍ଷାନଷ୍ଠାନରେ ଶିକ୍ଷାଦାନ ପାଇଁ ଶିକ୍ଷକଙ୍କ ଆବଶ୍ୟକତା ଥାଇ ପଦବୀ ପୂରଣ ନ ହେବା ସରକାରଙ୍କ ଶିକ୍ଷା ଯୋଜନାର ବିଫଳତା ବୋଲି ବୁଦ୍ଧିଜୀବି ମାନେ ମତ ଦେଇଛନ୍ତି। ଏହି ବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ପଦବୀ ପୂରଣ ନ ହେଲେ ଅଧୟନ ରତ ଛାତ୍ର ଛାତ୍ରୀ ମାନେ ଅନ୍ୟ ବିଦ୍ୟାଳୟକୁ ଚାଲିଯିବେ ବୋଲି କହିଛନ୍ତି।
Related Stories
December 9, 2024
December 1, 2024