ଭୁବନେଶ୍ୱର(ରତ୍ନଗିରି ନ୍ୟୁଜ)୨୪/୧୨: ପୂର୍ବତନ ଅର୍ଥମନ୍ତ୍ରୀ ତଥା ଗଞ୍ଜାମ ଜିଲ୍ଲାର ଜଣେ ଟାଣୁଆ ଜନନେତା ଭାବେ ପରିଚିତ ରାମକୃଷ୍ଣ ପଟ୍ଟନାୟକଙ୍କ ବିୟୋଗରେ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଶ୍ରୀ ପଟ୍ଟନାୟକ ତାଙ୍କ ଶୋକବାର୍ତାରେ କହିଛନ୍ତି ରାମକୃଷ୍ଣ ବାବୁଙ୍କ ସହିତ ତାଙ୍କର ଦୀର୍ଘଦିନର ବ୍ୟକ୍ତିଗତ ସମ୍ପର୍କ ରହିଆସିଛି । ଆଜି ତାଙ୍କ ବିୟୋଗ ଖବର ମୋତେ ଦାରୁଣ ଦୁଃଖ ସହ ଗଭୀର ମର୍ମାହତ କରିଛି । ରାଜ୍ୟ ରଜାନୀତିରେ ରାମକୃଷ୍ଣ ବାବୁ ଜଣେ ଟାଣୁଆ ନେତା ଥିଲେ । ସ୍ୱର୍ଗତଃ ରାମକୃଷ୍ଣ ବାବୁ ଜଣେ ଅର୍ଥନୀତିଜ୍ଞ ଭାବେ ଜଣାସୁଣା ଥିଲେ । ଗଞ୍ଜାମ ଜିଲ୍ଲାରୁ ୬ଥର ବିଧାୟକ ଭାବେ ନିର୍ବାଚିତ ହୋଇ ଅର୍ଥ, ସ୍ୱାସ୍ଥ୍ୟ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ହୋଇ ରାଜ୍ୟ ପାଇଁ ଅନେକ ଜନମଙ୍ଗଳ କାର୍ଯ୍ୟ କରିଯାଇଛନ୍ତି । ଯାହାକି ତାଙ୍କୁ ଚିରଦିନ ପାଇଁ ସ୍ମରଣୀୟ କରି ରଖିବ । ସେ ଜଣେ ସରଳ, ନଷ୍କପଟ, ସ୍ପଷ୍ଟବାଦୀ, ପରୋପକାରୀ ଜନ ନେତା ଭାବେ ଗଞ୍ଜାମ ଜିଲ୍ଲା ସମେତ ରାଜ୍ୟରେ ଆଦୃତିଲାଭ କରିଥିଲେ । ତାଙ୍କ ବିୟୋଗରେ ରାଜନୀତିରେ ଏକ ଅପୁରଣୀୟ କ୍ଷତି । ସ୍ୱର୍ଗତ ଆତ୍ମାର ସଦଗତି କାମନା କରି ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରିଛନ୍ତି ପିସିସି ସଭାପତି ଶ୍ରୀ ପଟ୍ଟନାୟକ ।
Related Stories
October 2, 2024