ସାନଖେମୁଣ୍ଡି : (ରତ୍ନଗିରି ନିୟୁଜ ) ତ୍ରିସ୍ତରୀୟ ନିର୍ବାଚନ କୁ ଦୁଷ୍ଟି ରେ ରଖି ପୋଲିସ ପକ୍ଷରୁ ଚଢ଼ାଉ ଓ ଖାନ ତଲାସୀ ଉପରେ ଜୋର ଦିଆଯାଇଥିବା ବେଳେ ଗତ ଶୁକ୍ରବାର ପାଟପୁର ପୋଲିସ ପକ୍ଷରୁ ସ୍ଥାନୀୟ ଡ଼େଙ୍ଗାଉସ୍ଥା ଛକ ଠାରେ ଜାନ ବାହାନ ଯାଞ୍ଚ ବେଳେ ତମାଖୁ ଜାତୀୟ ଜିନିଷ ଚାଲାଣ ହେଉଥିବାର ଖବର ପାଇଥିଲା
ଏହାକୁ ନେଇ ଉକ୍ତ ଗାଡିର ଡ୍ରାଇଭର ଦ୍ଵାରା ପୋଲିସ ତଦନ୍ତ କରି ଗଞ୍ଜାମ ଜିଲ୍ଲା ଏସ ଟିକରପଡା ଗଣେଷ ନଗର ଠାରେ ବେଆଇନି ତମାଖୁ ନିମିତ କାରଖାନା ଠାବ କରିବା ସହିତ କେସ ନମ୍ବର 50/2022ଅନୁଯାଇ ଶେରଗଡ଼ ଥାନା ଅନ୍ତର୍ଗତ କୁରୁଳା ଗ୍ରାମ ର ଶିବ ଶଙ୍କର ପଣ୍ଡିତ ନାମକ ଜଣେ ବ୍ୟକ୍ତି କୁ ପାଟପୁର ପୋଲିସ ଗିରଫ କରିଥିବା ସୂଚନା ମେଳିଛି ଉକ୍ତ କାରଖାନାରୁ ତମାଖୁ ନିମିତ ମସିନୀ ଆସବାବ ପତ୍ର ସମେତ ବିପୁଳ ପରିମାଣ ର କଞ୍ଚା ମାଲ ଜବତ କରି ଉକ୍ତ ଚଢ଼ାଉ ରେ ଆସ୍କା ସଡିପିଓ ଏବଂ ପାଟପୁର ଆଇ ଆଇ ସି ସବ୍ୟସାଚି ମଲ୍ଲ ଏସଆଇ ଟୁକୁନା ପୀଡ଼ିକା ପ୍ରମୁଖ ନେତୃତ୍ୱ ନେଇଥିଲେ