ସାନଖେମୁଣ୍ଡି(ରତ୍ନଗିରି ନ୍ୟୁଜ) : ପାଟପୁର ଥାନାକୁ ମିଳିଛି ପୁଣି ଏକ ବଡ଼ ସଫଳତା । ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅଞ୍ଚଳରେ ଆଇ.ପି.ଏଲ ବ୍ୟାଟିଙ୍ଗ ଖେଳାଳି ଗିରଫ ହେବା ସହ ୧,୪୫,୦୦୦/-ଟଙ୍କା ଏବଂ ୬ ଗୋଟି ମୋବାଇଲ ଫୋନ୍ ଜବତ । ସୂଚନା ଅନୁସାରେ ୨୦/୦୪/୨୦୨୨ରିଖ ବୁଧବାର ଦିନ ପାଟପୁର ଥାନା ଏସ.ଆଇ ଟୁନା ପୀଡ଼ିକା ଏବଂ ତାଙ୍କ ଟିମ ପୋଡାମାରି ନିକଟ ଅଞ୍ଚଳରେ ସାନ୍ଧ୍ୟ କାଳୀନ ପେଟ୍ରୋଲିଙ୍ଗି କରୁଥିବା ସମୟରେ କୌଣସି ଏକ ବିଶେଷ ସୂତ୍ରରୁ ସୂଚନା ପାଇଲେ ଯେ ପୋଡାମାରି କଲେଜ ଖେଳପଡିଆ ନିକଟରେ କିଛି ସ୍ଥାନୀୟ ଯୁବକମିଶି ଆଇ.ପି.ଏଲ କ୍ରିକେଟ ମ୍ୟାଚରେ ଟଙ୍କା ବାଜି ଲଗେଇ ଖେଳୁଛନ୍ତି । ଖବରପାଇ ଏସଆଇ ଟୁନା ପୀଡ଼ିକାଙ୍କ ସହିତ ତାଙ୍କ ଟିମ ଉକ୍ତ ସ୍ଥାନରେ ଚଢ଼ାଉ କରି ଛଅ ଜଣ ବେଟିଙ୍ଗି ଖେଳାଳିଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ । ସେମାନଙ୍କ ପାଖରୁ ସମୁଦାୟ ୧,୪୫,୦୦୦/-ଟଙ୍କା ଏବଂ ଛଅ ଗୋଟି ମୋବାଇଲ ଫୋନ ଜବତ କରିଥିଲେ । ଏହିବାବଦରେ ଜଡିତ ଥିବା ଅଭିଯୁକ୍ତ ମାନେ ହେଲେ ୧. ଚନ୍ଦନ ପ୍ରଧାନ (୨୩) ପିତା ରାଜେନ୍ଦ୍ର ପ୍ରଧାନ ଗ୍ରାମ ପୁଡାମାରି ଭଞ୍ଜ ସାଇ , ୨.ବି.ରୋହନ ପlତ୍ର (୨୩) ପିତା ଜଗଦିଶ ପାତ୍ର ପୋଡାମାରି କୁମୁଟି ସାଇ , ୩.ଚନ୍ଦନ ରାଉତ (୨୧)ପିତା ରବୀନ୍ଦ୍ର ରାଉତ ପୋଡାମାରି ମହାନ୍ତି ସାଇ , ୪.ଜିତେଶ ସାହୁ ଓରଫ୍ କାଳିଆ (୨୨)ପିତା ପ୍ରମୋଦ ଚନ୍ଦ୍ର ସାହୁ ପୋଡାମାର କୁମୁଟି ସାଇ , ୫. ଉମା ନାୟକ (୨୨) ପିତା କୀର୍ତ୍ତନ ନାୟକ ଗ୍ରାମ ତାଳପୁର , ୬.ସନ୍ଦୀପ କୁମାର ଗୁପ୍ତା (୩୨)ପିତା ହୀରାଞ୍ଚଳ ଗୁପ୍ତା ଡେଙ୍ଗାଉସ୍ତା ମୁଖ୍ୟ ରାସ୍ତା , ଦିଗପହଣ୍ଡି ଥାନା ଅନ୍ୟ ସମସ୍ତ ୫ ଜଣଙ୍କ ପାଟପୁର ଥାନା ଅଞ୍ଚଳର ଏହି ସମସ୍ତ ଅଭିଯୁକ୍ତଙ୍କ ନାମରେ ପାଟପୁର ଥାନା କେଶ୍ ନମ୍ବର ୧୨୪/୨୨ ଏକ ମୋକଦ୍ଦମା ରୁଜୁ କରାଯିବା ସହିତ ଆଉକିଏ ଏଥିରେ ଜଡିତ ଅଛି ସେ ନେଇ ଅଧିକ ତଦନ୍ତ ଚାଲୁ ରହିଛି ବୋଲି ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ଏକ ସାମ୍ବାଦିକ ସମ୍ମିଳନୀ ଡାକି ଅତିରିକ୍ତ ଏସପି ପ୍ରଦୀପ କୁମାର ଦଳେଇ ଏହି ସୂଚନା ଦେଇଛନ୍ତି ।
ଦିନକୁ ଦିନ ଆଇ.ପି.ଏଲ କ୍ରିକେଟ୍ ମ୍ୟାଚ୍ ଲୋକ ପ୍ରିୟତା ବଢ଼ିବାରେ ଲାଗିଛି ହେଲେ ଏହି ଖେଳକୁ କିଛି ଅସାଧୁବ୍ୟକ୍ତି ମାନେ ଖେଳକୁ ଅପବ୍ୟବହାର କରୁଛନ୍ତି । ଲକ୍ଷ ଲକ୍ଷ ଟଙ୍କା ଏହି ଖେଳରେ ଲଗାଯାଇଛି ।ଗୁରୁବାର ଦିନ କୋର୍ଟଚାଲାଣ କରାଯାଇଥିଲା । ସେଠାରେ ଜାମିନ ନାମଞ୍ଜୁର ହେବାରୁ ଅପରାହ୍ନରେ ସବଜେଲ ହାଜତକୁ ପଠାଇ ଦିଆଯାଇଥିବା ଥାନା ଅଧିକାରୀ ଶ୍ରୀ ମଲ୍ଲ ସୂଚନା ଦେଇଛନ୍ତି ।
Related Stories
December 9, 2024
December 1, 2024