ସାନଖେମୁଣ୍ଡି (ରତ୍ନଗିରି ନ୍ୟୁଜ) ୦୧/୦୯: ଡକାୟତ ଉଦ୍ୟମ କରୁଥିବା ବେଳେ ୧୦ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ପାଟପୁର ଥାନା ପୋଲିସ l ଗତ ତା ୩୦/୦୮/୨୨ରିଖ ୧୧.୩୦ ଘଣ୍ଟ ସମୟରେ ପାଟପୁର ଥାନା ଆଇ ଆଇ ସି ସବ୍ୟସାଚି ମଲ୍ଲ ଙ୍କ ନିଦେଶ କ୍ରମେ ପାଟପୁର ଥାନା ର ଏସାଇ ଶାନ୍ତୁନୁ କୁମାର ଦିଗାଲ ଙ୍କ ସହିତ ଅନ୍ୟ ଷ୍ଟାପ ମାନେ ମିଶି ରାତ୍ର କାଳୀନ ପ୍ରିଟୋଲିଂ କରିବା ପାଇଁ ଥାନା ବୋଲର ଗାଡ଼ିରେ ବାହାରିଲେ ପ୍ରାୟ ରାତ୍ର ୦୨.୨୦ ଘଣ୍ଟ ହେବ ପ୍ରିଟୋଲିଂ ପଟି ପଳାସପୁର ଗ୍ରାମ ପଟରୁ ପି ଜଗନ୍ନାଥ ପୁରୁ ପଟେ ଯାଇଥିବା ସମୟରେ ଏସାଇ ଶାନ୍ତୁନୁ କୁମାର ଦିଗାଲ ଏକ ବିଶେଷ ସୂତ୍ରରୁ ଖବର ପାଇଲେ ଯେ ପି ରାମଚନ୍ଦ୍ରପୁର ଛକନିକଟରେ ରାସ୍ତା କଡ଼ରେ ଥିବା ଯାତ୍ରୀ ବାହିନୀ ବିଶ୍ରାମ ଗାରାରେ ପ୍ରାୟ ୧୦ ରୁ ୧୫ ଜଣ ଲୋକ ବିଭିନ୍ନ ପ୍ରକାର ମରଣା ହସ୍ତ୍ର ଧରି ଏନ ହେଚ ରେ ଡକାୟତି କରିବାପାଇଁ ଯୋଜନା କରିଥିଲେ ଖବର ପାଇ ପେଟ୍ରେଲିଂ ପାଟି ଘଟଣା ଅନୁସନ୍ଦାନ କରିବାପାଇଁ ସଙ୍ଗେ ସଙ୍ଗେ ଘଟଣା ସ୍ଥଳପଟୁ ବାହାରିଲେ ପୋଲିସ ଗାଡିକୁ ଅଳ୍ପ ଦୂରରେ ରଖି ପେଟ୍ରଲିଂ ପାଟି ଘଟଣା ସ୍ଥଳରେ ଚାରିପଟୁ ଘେରିଲେ ଓ ଦେଖିଲେ ବିଶ୍ରାମ ଗାରା ଭିତରେ ୧୦ ରୁ ୧୫ ଲୋକ ମଦ ପିଉଛନ୍ତି ଓ ବାହାରେ ୪ ଗୋଟି ମଟର ସାଇକେଲ ରଖାଯାଇଛି ତା ପାରେ ପୋଲିସ ଟିମ ଘଟଣାସ୍ଥଳ ରେ ଚାଡାଉ କରିବା ସମୟରେ ଏପଟେ ସେପଟେ ଦଉଡିବାକୁ ଲାଗିଲେ ସେମାନଙ୍କ ମଧ୍ୟରୁ ତିନିଜଣ ଲୋକ ଦୁଇଟି ମୋଟର ସାଇକେଲ ରେ ଶେରଗଡ଼ ପଟେ ଶେରଗଡ଼ ପଟେ ଚାଲିଗଲେ ଓ ପୋଲିସ ଷ୍ଟାପ ୧୦ ଜଣ ଲୋକ କୁ ଧରିବାରେ ସକ୍ଷମ ହେଲେ ତାପରେ ଏସାଇ ଶାନ୍ତୁନୁ କୁମାର ଦିଗାଲ ଧରିବା ଲୋକ ମାନଙ୍କୁ ସେମାନଙ୍କ ପରିଚୟ ପଚାରିବା ସହିତ ବ୍ୟକ୍ତିଗତ ତାଲାସୀ ନେଲେ ତାଲାସୀ ନେବାପରେ ସେମାନଙ୍କ ଠୁ ଭିନ୍ନ ପ୍ରକାର ମାରଣ ହସ୍ତ୍ର ଯଥା ଖଣ୍ଡା ସାଇକେଲ ଚେନ ସହିତ ଚାରିଗୋଟି ହାତତିଆରି ବୋମା ମଧ୍ୟ ପାଇଲେ l
ସେପରି ଘଟଣା ସ୍ଥଳ କୁ ତାଲାସି କରିବାରେ ସେଠାରୁ ୧ ଗୋଟି ହିରୋ ହୋଣ୍ଡା ନାଲିରଙ୍ଗ ଗୋଲମର ବାଇକ ଏମ /ସି ଯାହାର ରେଜିଷ୍ଟେର ନମ୍ବର(ଓଡି ୦୭ ଓୟୀ ୩୨୪୪) ୧ ଗୋଟି ନିଲରଙ୍ଗ ନମ୍ବର ପେଲେଟ ନଥାଇ ୟମା ଆର,15 ୩ ଗୋଟି ବଡ଼ ଖଣ୍ଡା ୪ ଗୋଟି ରୋୟାଲ ଷ୍ଟୋକ ଭିସକି ବୋତଲ ୫ ଗୋଟି ଖାଲି ଷ୍ଟାଲିଙ୍ଗ ଭିସକି ବୋତଲ ୬ ଗୋଟି ଖାଲି ବକାଡି ଲେମନ ରୋମ ବତଲ ୭ ଦଶ ଗୋଟି ପାଲଷ୍ଟି ଗ୍ଲାସ ୮ ଗୋଟି ବେବାହିତ ମହମହବତ ୯ ଗୋଟେଏ ସିଗାରେଟ ପକେଟ ୧୦ ଦୁଇଟି ଛୁଟ ଟ୍ରଚ ଲାଇଟି ୧୧ ଦୁଇଟି ବେବହୁତ ମହମ ବତୀ ୧୨ ଦୁଇଟି ଦିଆସିଲି ପକେଟ ୧୩ ଲଙ୍କା ଗୁଣ୍ଡା ଦୁଇପକେ ୧୪ ତିନି ଗୋଟି ଖାଲି ବିୟର ବୋତଲ ୧୫ ସତ ଗୋଟି କଳା ରଙ୍ଗର ମୁଖା ଜବତ କରିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଏନେଇ ଥାନା ମାମଲା ନଂ ୨୮୪/୨୨ ଅନୁସାରେ ମକଦ୍ଦମା ରୁଜୁ କରାଯାଇ ସମସ୍ତ ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ବୁଧବାର ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି । ତେବେ ଜାମିନ ଆବେଦନ ଖାରଜ ହେବାରୁ ସମସ୍ତ ଅଭିଯୁକ୍ତଙ୍କୁ ଜେଲ ହାଜତକୁ ପଠାଯାଇଥିଲା । ତେବେ ପୋଲିସ ଘଟଣାରେ ସଂପୃକ୍ତ ଅନ୍ଯ ଅଭିଯୁକ୍ତ ମାନଙ୍କୁ ଖୁବଶିଘ୍ର ଗିରଫ କରିବା ପାଇଁ ତଦନ୍ତ ଚଳାଇଥିବା ଜଣାପଡ଼ିଛି । ତେବେ ୧୦ ଅଭିଯୁକ୍ତଙ୍କ ମଧ୍ୟରୁ ୭ ଜଣଙ୍କ ନାମରେ ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଆସିକା ପାଟପୁର ଶେରଗଡ଼ ହିଞ୍ଜିଳି ବଡଗଡ ଗାଙ୍ଗପୁର ଭଳି ଗଞ୍ଜାମ ଜିଲ୍ଲାର ବିଭିନ୍ନ ଥାନାରେ ଡକାୟତି ଛିନତାଇ ଭଳି ଅନେକ ଗୁରୁତ୍ଵପୂର୍ଣ୍ଣ ସଙ୍ଗୀନ ଅପରାଧିକ ମାମଲା ରହିଥିବା ଥାନା ଅଧିକାରୀ ସବ୍ୟସାଚି ମଲ୍ଲ ସୂଚନା ଦେଇଛନ୍ତି l
ସାନଖେମୁଣ୍ଡି ରୁ ରଘୁନାଥ ନାୟକ ରିପୋର୍ଟ ରତ୍ନ୍ନଗିରି ନିୟୁଜ