ସାନଖେମୁଣ୍ଡି(ରତ୍ନଗିରି ନ୍ୟୁଜ) : ଗଞ୍ଜାମ ଜିଲ୍ଲାର ପାଟପୁର ଥାନା ପୋଲିସ ଜିଲ୍ଲା କୋର୍ଟର ନିର୍ଦ୍ଦେଶକ୍ରମେ ଶୁକ୍ରବାର ପାଟପୁର ଥାନା ପୋଲିସ ପକ୍ଷରୁ ପୂର୍ବରୁ ବେଆଇନ ଭାବେ ବହୁ ମାମଲାରେ ଜବତ ହୋଇଥିବା ଗଞ୍ଜେଇକୁ ପୋଡ଼ି ନଷ୍ଟ କରାଯାଇଥିବା ଜଣାପଡ଼ିଛି । ଡ୍ରଗ ଡିସପଜାଲ କମିଟି ତଥା ଗଞ୍ଜାମ ଆରକ୍ଷୀ ଅଧିକ୍ଷକଙ୍କ ତତ୍ତ୍ଵାବଧାନରେ ଆସିକା ଏସଡିପିଓ ଉମାଶଙ୍କର ସିଂ , ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସମେତ ବିଭାଗୀୟ କର୍ମଚାରୀ ମାନେ ଉପସ୍ଥିତ ରହି ୨୦୨୧ ଡିସେମ୍ବର ମାସ ସୁଦ୍ଧା ଜବତ ହୋଇଥିବା ଗଚ୍ଛିତ ଗଞ୍ଜେଇକୁ ଶେରଗଡ଼ ବ୍ଳକ ଅନ୍ତର୍ଗତ ଅରଖପଡା ଗ୍ରାମରେ ଥିବା ସରକାରୀ ସ୍ବୀକୃତି ପ୍ରାପ୍ତ ଚିମୀନିରେ ପୋଡ଼ି ନଷ୍ଟ କରାଯାଇଥିଲା ।
ଏପରିକି ପାଟପୁର ଥାନା ଅଧୀନସ୍ଥ ବିଭିନ୍ନ ସ୍ଥାନରେ ଚଢାଉ ହେଉ କିମ୍ବା ବେଆଇନ ଭାବେ ଚୋରାଚାଲାଣ କରାଯାଇଥିବା ଗଞ୍ଜେଇକୁ ଜବତ କରାଯିବା ପରେ ୧୧ ଗୋଟି କେସ୍ ମାମଲାରେ ଗଚ୍ଛିତ ରଖାଯାଇଥିବା ୧୩୨୫ କିଲୋ ଗଞ୍ଜେଇ ପୋଡ଼ା ଯାଇଥିଲା । ଏଭଳି ନିଷ୍ପତ୍ତି ଗଞ୍ଜାମ ପ୍ରଥମ ଥର ପାଇଁ କରାଯାଇଥିବା ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି
ସାନଖେମୁଣ୍ଡି ରୁ ରଘୁନାଥ ନାୟକ ଙ୍କ ରିପୋର୍ଟ ରତ୍ନଗିରି ନିୟୁଜ