ବରୀ,( ରତ୍ନଗିରି ନ୍ୟୁଜ): ଶ୍ରୀମନ୍ଦିର ପ୍ରକଳ୍ପର ଲୋକାର୍ପଣ ପୁର୍ବରୁ ପ୍ରତି ଘରୁ ଅକ୍ଷତ ଓ ଗୁଆ ସଂଗ୍ରହ ନିମନ୍ତେ ପରିକ୍ରମା ରଥ ବରୀ ବ୍ଲକର ଅଲିପୁର ପଂଚାୟତରେ ସୋମବାର ଦିନ ଶୁଭାରମ୍ଭ ହୋଇଛି। ଭଜନ କୀର୍ତ୍ତନ ସହ ସଂକୀର୍ତ୍ତନ ଦଳ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ମୂର୍ତ୍ତି ସ୍ଥାପିତ ଏକ ଶୁ ସଜ୍ଜିତ ରଥକୁ ପଞ୍ଚାୟତ ପରିକ୍ରମା କରାଯାଇଥିଲା। ଏକ ଭକ୍ତିମୟ ପରିବେଶ ମଧ୍ୟରେ ଅନୁଷ୍ଠିତ ଏହି ଆଧ୍ୟାତ୍ମିକ ପରିକ୍ରମା ରଥକୁ ସବୁଠି ଭକ୍ତିର ସହ ଗ୍ରହଣ କରାଯାଉଥିବା ବେଳେ ପ୍ରତ୍ୟେକ ହିନ୍ଦୁ ପରିବାର ମହା ପ୍ରଭୁଙ୍କ ଉଦ୍ଧେଶ୍ୟରେ ଗୁଆ ଓ ଅକ୍ଷତ ଅର୍ପଣ କରୁଥିବା ଦେଖିବାକୁ ମିଳିଥିଲା। ଏହି ପରିକ୍ରମା ରଥ ପରିଚାଳନାରେ ବରୀ ବ୍ଲକ ଅଧକ୍ଷ ଅଶୋକ କୁମାର ଗେଡୀ, ବିଜେଡ଼ି ରାଜ୍ୟ ସମ୍ପାଦକ ବିଶ୍ୱ ରଞ୍ଜନ ମଲିକ, ସ୍ଥାନୀୟ ସରପଞ୍ଚ ମଧୁସ୍ମିତା ବେହେରା, ଜିଲ୍ଲା ପରିଷଦ ସଭ୍ୟ ସନ୍ତୋଷ କୁମାର ସାମଲ, ଦିଲ୍ଲୀପ କୁମାର ମହାନ୍ତି, ସମିତି ସଭ୍ୟା ରଶ୍ମିତା ଜେନା, ମନୋଜ ସିଂହ ଓ ବୁଲୁ ଯାଦବ ପ୍ରମୁଖ ଯୋଗ ଦେଇଥିଲେ।
Related Stories
December 1, 2024
November 25, 2024