ବରୀ, ୨୬l୬(ରତ୍ନଗିରି ନ୍ୟୁଜ): ଆଦର୍ଶ ବିଦ୍ୟାଳୟ ସ୍ଥାନାନ୍ତରକୁ ବିରୋଧ କରି ଅଭିଭାବକ ସଙ୍ଘର ଧାରଣାଷଷ୍ଠ ଦିନରେ ପହଞ୍ଚିଥିବା ବେଳେ ଶିକ୍ଷା ବିଭାଗର କୌଣସି ଉଚ୍ଚ ପଦାଧିକାରି ପହଞ୍ଚି ନଥିବା ଅଭିଭାବକ ସଙ୍ଘ ପକ୍ଷରୁ ଜଣା ପଡିଛି l ସୋମବାର ବରୀ ବ୍ଳକ ସମିଳନୀ କକ୍ଷରେ ଚାଲିଥିବା ଜନ ଶୁଣାଣି ଶିବିରରେ ଅଭିଭାବକ ସଙ୍ଘର ସଦସ୍ୟ ମନେ ପହଞ୍ଚି ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କୁ ଭେଟି ଦାବି ପତ୍ର କରିଥିବା ବେଳେ ଜିଲ୍ଲାପାଳ ଶ୍ରୀ ରାଠୋର ସେମାଙ୍କୁ ଆଶ୍ୱାସନା ଦେଇ ଯେତେ ଶୀଘ୍ର ସମ୍ଭବ ବିଦ୍ୟାଳୟର ନୂତନ ଗୃହ କାର୍ଯ୍ୟ ସମ୍ପୂର୍ଣ କରାଯିବ ବୋଲି କହିଥିଲେ l ସେପଟେ ସମସ୍ୟାର ସମଧାନ ନ ହେବା ଯାଏ ସଙ୍ଘ ଧାରଣାରେ ବସି ରହିବା ସହିତ ସେମାନେ ତାଙ୍କ ପିଲା ମାନଙ୍କୁ ସ୍ଥାନାନ୍ତରିତ ହୋଇଥିବା ନବଭାରତୀ ବିଦ୍ୟାଭବନକୁ ପଠାଇବେ ନାହିଁ ବୋଲି ରୋକ ଠୋକ ମନାକରିଛନ୍ତି l
Related Stories
December 1, 2024
November 25, 2024