ବରୀ (ରତ୍ନଗିରି ନ୍ୟୁଜ ) : ମୁଖ୍ୟମନ୍ତ୍ରୀ ଓଡ଼ିଶାର ପ୍ରତ୍ୟେକ ଜନସାଧାରଣଙ୍କ ପାଇଁ ଚିନ୍ତା କରିବା ସହ କାମ କରୁଛନ୍ତି । ଓଡ଼ିଶାର ବିକାଶ ମୁଖ୍ୟମନ୍ତ୍ରୀଙ୍କର ମୁଖ୍ୟ ଉଦ୍ଦେଶ୍ୟ ଯାହା ବିରୋଧିମାନେ ସହ୍ୟ କରିପାରୁନାହାନ୍ତି । ଯେଉଁଭଳି ଭାବରେ ମୁଖ୍ୟମନ୍ତ୍ରୀଙ୍କୁ ବରୀର ଜନସାଧାରଣମାନେ ସମର୍ଥନ ଦେଇ ଆସିଛନ୍ତି ଏଥର ମଧ୍ୟ ଠିକ୍ ସେହିଭଳି ଭାବରେ ବରୀର ବିଜେଡି ବିଧାୟକ ପ୍ରାର୍ôଥ ବିଶ୍ୱ ରଂଜନ ମଲ୍ଲିକ ଏବଂ ସାଂସଦ ପ୍ରାର୍ôଥନୀ ସର୍ମିଷ୍ଠା ସେଠୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରାଇବା ସହ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ଆମର ପ୍ରିୟ ନେତା ନବୀନ ପଟ୍ଟନାୟକଙ୍କୁ ବସାଇବା ପାଇଁ ବରିଷ୍ଠ ବିଜେଡି ନେତା ଭି.କେ.ପାଣ୍ଡିଆନ ଅନୁରୋଧ କରିଥିଲେ । ବରୀର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଧ୍ୟାନ ଦେଉଥିବାବେଳେ ଦଳୀୟ ପ୍ରାର୍ôଥଙ୍କୁ ୫୦ ହଜାରରୁ ଉର୍ଦ୍ଧ୍ୱ ଭୋଟ ବ୍ୟବଧାନରେ ବିଜୟୀ କରାଇଲେ ସ୍ୱତନ୍ତ୍ର ପ୍ୟାକେଜ୍ ଦେବାକୁ ଶ୍ରୀ ପାଣ୍ଡିଆନ ଘୋଷଣା କରିଥିଲେ । ବରୀର ବିଜେଡି ବିଧାୟକ ପ୍ରାର୍ôଥ ବିଶ୍ୱରଂଜନ ମଲ୍ଲିକ ନିଜର ବ୍ୟକ୍ତବ୍ୟରେ ପ୍ରବଳ ଖରା ସତ୍ତ୍ୱେ ହଜାର ହଜାର ସଂଖ୍ୟାରେ ମା, ମାଉସୀ, ମଉସା ଓ ଯୁବପିଢୀମାନେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଓ ପାଣ୍ଡିଆନ ସାର୍ଙ୍କୁ କେତେ ଭଲ ପାଆନ୍ତି ତାର ପ୍ରମାଣ ଦେଇଛନ୍ତି ।
୧ତାରିଖ ଭୋଟରେ ବିପୁଳ ସଂଖ୍ୟାରେ ମୋତେ ବିଜୟୀ କରାଇବା ସହ ଦଳୀୟ ସାଂସଦ ପ୍ରାର୍ôଥନୀ ଶ୍ରୀମତୀ ସେଠୀଙ୍କୁ ବିଜୟୀ କରାଇବା ପାଇଁ ଅନୁରୋଧ କରିଥିଲେ । ସାଂସଦ ପ୍ରାର୍ôଥନୀ ଶ୍ରୀମତୀ ସେଠୀ ନିଜ ସପକ୍ଷରେ ଭୋଟ ମାଗିବା ସହ ବିଧାୟକ ପ୍ରାର୍ôଥ ବିଶ୍ୱ ରଂଜନଙ୍କୁ ବିଜୟୀ କରାଇବା ପାଇଁ ଅନୁରୋଧ କରିଥିଲେ । ବିଜେଡି ପ୍ରାର୍ôଥଙ୍କ ସପକ୍ଷରେ ଅଟୀରା ପଞ୍ଚାୟତର ସନ୍ଥନ ମଠ ପଡିଆରେ ଶିନବାର ଅପରାହ୍ନରେ ଆୟୋଜିତ ସଭାରେ ବରିଷ୍ଠ ବିଜେଡି ନେତା ଶ୍ରୀ ପାଣ୍ଡିଆନ ପହଞ୍ôଚବା ପରେ ତାଙ୍କୁ ବରୀର ଜନପ୍ରତିନିଧିମାନଙ୍କ ପକ୍ଷରୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ହେଲିପ୍ୟାଡ୍ରେ ଶ୍ରୀ ପାଣ୍ଡିଆନ୍ ଓହ୍ଲାଇବା ପରେ ଜନଗହଳୀ ଭିତରେ ସାଧାରଣ ଲୋକଙ୍କ ସହ ହାତ ମିଳାଇବା, ସେଲ୍ଫି ନେବା ସହ ଏକ ରକମର ପ୍ରଚାର ଆରମ୍ଭ କରିଥିବା ଦେଖାଯାଇଥିଲା । ଏହି ସମୟରେ ମହିଳାମାନେ ହୁଳହୁଳି ପକାଇବା ସହ ଶଙ୍ଖଧ୍ୱନୀ ଦେଇ ଶ୍ରୀ ପାଣ୍ଡିଆନଙ୍କ ଉପରେ ପୁଷ୍ପବୃଷ୍ଟି କରିଥିଲେ । କାର୍ଯ୍ୟକ୍ରମରେ ବରୀ ବିଜେଡି ସଭାପତି କେଦାର ସାମଲ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଶୋକ କୁମାର ଗେଡି, ସମସ୍ତ ଜିଲ୍ଲା ପରିଷଦ ସଭ୍ୟ, ସମସ୍ତ ପଞ୍ଚାୟତର ମୁଖ୍ୟମନ୍ତ୍ରୀଙ୍କୁ ଭଲ ପାଉଥିବା ସରପଞ୍ଚ, ସମିତି ସଭ୍ୟ, ଜନପ୍ରତିନିଧି, ସାଧାରଣ ଲୋକେ ଏବଂ ମିଶନ ଶକ୍ତିର ମହିଳାମାନେ ଯୋଗ ଦେଇଥିଲେ ।