ଶେରଗଡ଼(ରତ୍ନଗିରି ନ୍ୟୁଜ)୦୬/୦୨ : ହିଂଜିଲିକାଟୁ ଥାନା ଅନ୍ତର୍ଗତ କୋଳିଦାସପୁର ଗ୍ରାମରେ ପରିବେଶର ସୁରକ୍ଷା ନିମନ୍ତେ ପଞ୍ଚକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ସହ କୃଷି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ଉପଯୋନ ସଂଯୋଜକ ଡକ୍ଟର ବୃନ୍ଦାବନ ମିଶ୍ର ପ୍ରବଚନ ମାଧ୍ୟମରେ ପରିବେଶର ସୁରକ୍ଷା ପାଇଁ ସମସ୍ତ ଜନସାଧରଣଙ୍କୁ ସଂକଳ୍ପ କରାଇଥିଲେ।ପରିବେଶ ପ୍ରଦୂଷିତ ହେବାଦ୍ୱାରା ବିଭିନ୍ନ ଭୟାନକ ରୋଗଜୀବାଣୁ ସୃଷ୍ଟି ହୋଇ ପାଣି,ପବନ,ଖାଦ୍ୟକୁ ବିଷାକ୍ତ କରିଦିଅନ୍ତି ଆଉ ସେହି ବିଷାକ୍ତ ପାଣି,ପବନ,ଖାଦ୍ୟକୁ ମାନବ ସମାଜ ଗ୍ରହଣ କରି ବହୁ କଷ୍ଟସାଧ୍ୟ ରୋଗରେ ପୀଡିତ ହେଉଛନ୍ତି ।ତେଣୁ ଯଜ୍ଞ ମାଧ୍ୟମରେ ପରିବେଶ ପ୍ରଦୂଷଣ ରୋକାଯାଇ ପାରିବ ବୋଲି ସେ ନିଜର ବ୍ୟକ୍ତବରେ କହିଥିଲେ।
ରାସାୟନିକ ସାର ଜମିରେ ବ୍ୟବହାର ଦ୍ଵାରା ଜମିର ଉର୍ବରତା କମିବା ସହ ଉତ୍ପାଦନ କ୍ଷମତା ମଧ୍ୟ କମିଯାଇଥାଏ ।ତେଣୁ ଜମିରେ ଜୈବିକ ସାର ପ୍ରୟୋଗ କରି କୃଷିକୁ ଅଧିକ ଲାଭଦାୟକ କରିବା ପାଇଁ ମଧୁସୂଦନ ସ୍ୱାଇଁ ଙ୍କ ଦ୍ଵାରା ପ୍ରଶିକ୍ଷଣ ଦିଆଯାଇଥିଲା।ଏହି କାର୍ଯ୍ୟକ୍ରମ କୁ ଗାୟତ୍ରୀ ପରିବାରର ସୀମାଞ୍ଚଳ,ଚିନ୍ତାମଣି,ଦେବରାଜ,କୈଳାସ, ସତ୍ୟପ୍ରକାଶ,ରାମହରି,ବାସୁଦେବ, ଅଜୟ,କାହ୍ନ। ପ୍ରମୁଖ ପରିଚାଳନା କରିଥିଲେ।
ରିପୋର୍ଟ:-କୃଷ୍ଣ ଚନ୍ଦ୍ର ପଣ୍ଡା, ଶେରଗଡ଼