ବରୀ (ରତ୍ନଗିରି ନ୍ୟୁଜ) : ରାଜ୍ୟ ସରକାରଙ୍କ ପକ୍ଷରୁ ଜନହିତକର ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ବିଭିନ୍ନ ପଞ୍ଚାୟତ ସ୍ତରରେ ଆରମ୍ଭ ହୋଇଥିବା ପଞ୍ଚାୟତ ସ୍ତରୀୟ ସଚେତନା ଶିବିର ବରୀ ବ୍ଲକ୍ ଅର୍ନ୍ତଗତ ଇଶାଣପୁର ପଞ୍ଚାୟତରେ ସରପଞ୍ଚ ମାମିନା ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବରୀ ବିଜେଡି ସଂଯୋଜକ ଦେବେନ୍ଦ୍ର ଦାସ, ସମିତିସଭ୍ୟ ଚିତ୍ତରଂଜନ ଜେନା, ନାଏବ ସରପଞ୍ଚ ମକର ଚରଣ ଦାସ ପ୍ରମୁଖ ଯୋଗ ଦେଇ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ । ଏହି ପରିପ୍ରେକ୍ଷୀରେ ବିଗତ ଦିନମାନଙ୍କରେ ରାଜ୍ୟ ସରକାରଙ୍କ ଅନୁଦାନରେ ନିର୍ମାଣ ହୋଇଥିବା ସମସ୍ତ କାର୍ଯ୍ୟ ସମ୍ପର୍କିତ ଏକ ପୁସ୍ତିକାକୁ ଅତିଥିମାନେ ଉନ୍ମୋଚନ କରିଥିଲେ । କାର୍ଯ୍ୟକ୍ରମଟିକୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ଭରତ କୁମାର ଜେନା, ଗ୍ରାମରୋଜଗାର ସେବକ କୀର୍ତ୍ତିମୟୀ ଦାଶ ପରିଚାଳନା କରିଥିବାବେଳେ ପଞ୍ଚାୟତର ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା, ଏମ୍ବିକେ, ସିଆରପି, ୱାର୍ଡ ସଭ୍ୟସଭ୍ୟା ଏବଂ ଜନସାଧାରଣମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । ଏହି ଅବସରରେ ବିଶିଷ୍ଟ ପାଲା ଗାୟକ ଗୁନଚରଣ ନାୟକ ଓ ସାଥି ପାଲା ପରିବେଷଣ କରିଥିବାବେଳେ ପ୍ରତିଷ୍ଠିତ କଳାକାରମାନଙ୍କ ଦ୍ୱାରା ଭଜନ ସମାରୋହ ଅନୁଷ୍ଟିତ ହୋଇଥିଲା । ଗ୍ରାମ ପଞ୍ଚାୟତର ପିଲାମାନଙ୍କ ଦ୍ୱାରା ଓଡ଼ିଶୀ, ସମ୍ବଲପୁରୀ ଓ ଭଜନରେ ପରିବେଷିତ ନୃତ୍ୟ ଉପସ୍ଥିତ ଜନସାଧାରଣଙ୍କ ମନ ମୋହି ଥିଲା ।
Related Stories
November 9, 2024
November 9, 2024