ବଲାଙ୍ଗିର (ରତ୍ନଗିରି ନ୍ୟୁଜ)୨୮/୦୧: ଅଗ୍ନି ଦେବତାଙ୍କୁ ସାକ୍ଷୀ ରଖି ସାରା ଜୀବନ ସାଥି ହେବା ପାଇଁ ବରଣ ମାଳା ପିନ୍ଧାଇଛନ୍ତି ଦୁହେଁ ଦୁହିଁଙ୍କୁ। ଗ୍ରାମବାସୀଙ୍କ ପାଖରୁ ଆଶୀର୍ବାଦ ବି ନେଇଛନ୍ତି ତାଙ୍କରି ସୁଖର ସଂସାର ଖୁସିରେ ରହିବା ପାଇଁ। ଏହା କୌଣସି ମନୋରଞ୍ଜନ ଦୁନିଆଁର ସିରିଆଲିଟି ସୋ କିମ୍ବା ଫିଲ୍ମ ସୁଟିଙ୍ଗ ହେଉନି ଏହା ସତ୍ୟ ବାହାଘର ଅଟେ। ଏହା ଏମିତି ବାହାଘର ଯେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। କହିବେ ବାଃ ବାଃ ରେ ଚାନ୍ଦିନୀ , ଯିଏକି ଜଣେ ବିକଳାଙ୍ଗ ଦୃଷ୍ଟିହୀନ ଯୁବକ ଜାଣିବା ପରେ ବି ସାତ ଜନ୍ମର ସାଥୀହେବାକୁ ଯାଉଛନ୍ତି। ଆସନ୍ତୁ ପୁରା ଘଟଣା ଉପରେ ନଜର ପକାଇବା।
ଏମିତି ଗୋଟିଏ ବିବାହ ଦେଖିବାକୁ ମିଳୁଛି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ମଣ୍ଡୋମହୁଲ ଗ୍ରାମରେ। ଦିଲୀପ ତାଣ୍ଡିଙ୍କ ଜନ୍ମରୁ ଆଖି ଦୁଇଟି ଭଲ ଭାବରେ ଦେଖା ଯାଉନାହିଁ, ନିଜର ନିତ୍ୟକର୍ମ ପାଇଁ ସେ ଅନ୍ୟ ଉପରେ ନିର୍ଭରଶୀଳ କରନ୍ତି। ଏବେ ସେ ଆଉ କାହାକୁ ବାଟ ଦେଖାଇବା ପାଇଁ ସାହାଯ୍ୟ ଲୋଡ଼ିବେ ନାହିଁ, ସାରା ଜୀବନରେ ତାଙ୍କର ଦେଖା ରେଖା କରିବା ପାଇଁ ହାତ ଧରିଛନ୍ତି ବୁର୍ଡା ଗ୍ରାମର ଝିଅ ଚାନ୍ଦିନୀ। ଏହାକୁ ନେଇ ପରିବାରର ସମସ୍ତେ ଖୁବ ଖୁସିରେ ଅଛନ୍ତି।
ଚାନ୍ଦିନୀ ଓ ଦିଲୀପଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗୋଟିଏ ମିସ୍ କଳରୁ ହିଁ ଆରମ୍ଭ ହୋଇଥିଲା। ଆଗରୁ ଦୁହେଁ ଦୁହିଁଙ୍କୁ ଆଗରୁ କେବେ ଦେଖି ନ ଥିଲେ, ପୁରାପୁରି ଭାବରେ ଅଜଣା ଥିଲେ କିନ୍ତୁ ଦିନେ ଦିଲୀପ ମୋବାଇଲ ନମ୍ବର ଡାଏଲ କରୁ କରୁ ଗୋଟିଏ ଅଜଣା ନମ୍ବରକୁ କଲ ଚାଲି ଯାଇଥିଲା ହେଲେ ଡାଏଲ କରିବାର କିଛି ସମୟ ପରେ ସେପଟୁ ଗୋଟିଏ ଫୋନ କଳ ଆସିଲା ଦୁହେଁ ଦୁହିଁଙ୍କ ସହ ଫୋନରେ କଥାବାର୍ତ୍ତା ହେଲେ। ଧୀରେ ଧୀରେ କଥାବାର୍ତ୍ତା ବଢ଼ି ବଢ଼ି ପ୍ରେମ ସମ୍ପର୍କରେ ପରିଣତ ହୋଇଥିଲା। ଚାନ୍ଦିନୀ ଜାଣି ନ ଥିଲେ ଯେ ତାଙ୍କର ଯାହାସହ ପ୍ରେମ ସମ୍ପର୍କ ଗଢ଼ି ଉଠିଛି ସେ ଜଣେ ଦୃଷ୍ଟିହୀନ ତାଙ୍କ ଆଖିକୁ କିଛି ଦେଖା ଯାଉ ନାହିଁ କିନ୍ତୁ ସ୍ନେହ ମମତାର ସମ୍ପର୍କ ଭିତରେ ଦୁହେଁ ଦୁହିଁଙ୍କୁ ଭଲ ପାଇବାକୁ ବସିଲେ। ଦିନେ ଚାନ୍ଦିନୀ ଦିଲୀପକୁ ଦେଖା କରିବା ପାଇଁ ନିଜ ଗ୍ରାମକୁ ଡାକିଥିଲେ, ଦିଲୀପ ତାଙ୍କ ସାଙ୍ଗ ସହିତ ଚାନ୍ଦିନୀର କଥାକୁ ରକ୍ଷା କରି ତାଙ୍କ ଗ୍ରାମକୁ ଯାଇଥିଲେ। ଦୁହେଁ ଦୁହିଁଙ୍କୁ ସାକ୍ଷାତ କରିବା ପରେ ଦୁହିଁଙ୍କ ମଧ୍ଯରେ ଆହୁରି ନିବିଡ଼ ସମ୍ପର୍କ ଗଢି ଉଠିଥିଲା ଏବଂ ସେମାନେ ଜନ୍ମ ଜନ୍ମର ସାଥି ହେବାକୁ ନିଷ୍ପତି ନେଇଥିଲେ, ପରିବାର ଲୋକଙ୍କ ସହମତି ନେଇଥିଲେ। ଉଭୟ ପରିବାର ରାଜି ହେବାରୁ ପାଟଣାଗଡ଼ କୋର୍ଟରେ ଯାଇ ରେଜିଷ୍ଟ୍ରି ମେରେଜ କରି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏହି ବିବାହକୁ ନେଇ ଦିଲୀପ ଓ ଚାନ୍ଦିନୀ ଖୁସି ଥିବା କହିଛନ୍ତି। ଅଞ୍ଚଳ ବାସୀ ସମାଜ ପାଇଁ ଚାନ୍ଦିନୀ ଏକ ଉଦାହରଣ ବୋଲି କହିଛନ୍ତି !
ବଲାଙ୍ଗୀର ରୁ ଜଗନ୍ନା ଧରୁଆ ଙ୍କ ରିପୋର୍ଟ