ହିଞ୍ଜିଳିକାଟୁ (ରତ୍ନଗିରି ନ୍ୟୁଜ) ୨୯/୦୬ , ଆମ ରାଜ୍ୟରେ ରକ୍ତ ଅଭାବରୁ କେହିଜଣେ ବି ମୃତ୍ୟୁ ମୁଖରେ ପଡନ୍ତୁ ନାହିଁ କି ଚିକିତ୍ସା ନିମନ୍ତେ ଆବଶ୍ୟକ ହେଉଥିବା ରକ୍ତ ଅଭାବ ପୂରଣ ପାଇଁ ସମସ୍ତେ ଯତ୍ନବାନ ହେବା ଲକ୍ଷ୍ୟ ରଖି ହିଞ୍ଜିଳି ଥାନା ଆମ ପୋଲିସ ସମିତି ପକ୍ଷରୁ ଆୟୋଜିତ ମେଗା ରକ୍ତ ଦାନ ଶିବିରରେ ଗୁରୁତ୍ୱରୋପ କରାଯାଇଥିଲା । ସୁଚନାମୂତାବକ ବୁଧବାର ଦିନ ଆମ ପୋଲିସ ସମିତି ହିଞ୍ଜିଳି ତରଫରୁ ପୋଲିସ ଥାନା ପରିସରରେ ଏକ ମେଗା ରକ୍ତଦାନ ଶିବିର ଆୟୋଜନ ହୋଇଯାଇଛି ।ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସଙ୍କ ପ୍ରତ୍ଯକ୍ଷ ତତ୍ବାବଧାନରେ ଡିଆରଡିଏ ପ୍ରତିନିଧି ଶରତଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ ।
ରକ୍ତଦାନ ଭଳି ମହାପୁଣ୍ଯ ଅର୍ଜନ କରି ଅନ୍ଯର ଜୀବନ ବଞ୍ଚିଇବା ଶ୍ରେଷ୍ଠ ମାନବୀୟ କର୍ତ୍ତବ୍ୟ ବୋଲି ଏହି ଅବସରରେ ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଛନ୍ତି । ସାମାଜିକ ସଚେତନତା , ଉତ୍ତମ ଜନସମ୍ପର୍କ ଦିଗରେ ଆମ ପୋଲିସ ସମିତି ବ୍ୟାପକ ପଦକ୍ଷେପ ନେଇଥିବା ଏବଂ ଆଜିର ଛାତ୍ର ଓ ଯୁବକ ଏବଂ ସମାଜସେବୀ ମାନଙ୍କ ଦୃଢ଼ଇଚ୍ଚାଶକ୍ତି ଓ ସ୍ବେଚ୍ଛାକୃତ ରକ୍ତଦାନରେ ସାଧାରଣଜନତା ଏବଂ ଅନ୍ଯର ଜୀବନ ବଞ୍ଚିଇବାରେ ମୁଖ୍ୟ ଭାବରେ ପରିଚିତ ହୋଇଥାନ୍ତି ବୋଲି ପୁର୍ବତନ ବିଧାୟକ ହରିହର ସାହୁ, ହିଞ୍ଜିଳି ବ୍ଳକ ଅଧ୍ୟକ୍ଷା ସ୍ବରସ୍ବତୀ ସେଠୀ, ପୁର୍ବତନ ଅଧ୍ୟକ୍ଷ ଏନ ରଘୁନାଥ , ପୌରପରିଷଦ ଚେୟାରମ୍ୟାନ ସୁବାସ ଚନ୍ଦ୍ର ପୋଲାଇ , ଜିଲ୍ଲା ପରିଷଦ ସଭ୍ଯ ଏ ସୁଦର୍ଶନ , ବିଜେଡି ବ୍ଳକ ସଭାପତି ସୁରେନ୍ଦ୍ରନାଥ ପ୍ରଧାନ ବ୍ଳକ ଯୁବ ସଭାପତି ମନୋଜ ସାବତ କହିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ବିଡ଼ିଓ ସୁବ୍ରତ କୁମାର ଜେନା, ପୌରଧିକାରୀ ଡଃ ମନୋରଞ୍ଜନ ସାହୁ, ଆରକ୍ଷୀ ଅଧିକ୍ଷକ ବ୍ରଜେଶ ରାଏ, ଆସିକା ଉପଖଣ୍ଡ ଅଧିକାରୀ ଉମାଶଙ୍କର ସିଂ ସମତେ ହିଞ୍ଜିଳି ଥାନାର ସମସ୍ତ ପୋଲିସ କର୍ମଚାରୀ ଓ ହିଞ୍ଜିଳି ବ୍ଳକ ଅନ୍ତର୍ଭୁକ୍ତ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ଓ ସଭ୍ୟା ସମାଜସେବୀ ଉପସ୍ଥିତ ରହି ମୋଟରେ ୨୨୩ ୟୁନିଟ ସ୍ବେଚ୍ଛାସେବୀ ମାନେ ରକ୍ତଦାନ କରିଥିବା ଥାନା ଅଧିକାରୀ ସୁଚାନ ଦେଇଛନ୍ତି । ଆମ ପୋଲିସ ସମିତି ହିଞ୍ଜିଳି ପକ୍ଷରୁ ଆୟୋଜିତ ମେଗା ରକ୍ତଦାନ ଶିବିରରେ ମୋଟ ସଂଖ୍ୟକ ୨୨୩ ୟୁନିଟ ରକ୍ତ ଗୋଟିଏ ଦିନରେ ସ୍ବେଚ୍ଛାକୃତ ରକ୍ତଦାତା ରକ୍ତଦାନ କରିବା ଓଡିଶା ପୋଲିସ ପାଇଁ ରେକର୍ଡ଼ ସୃଷ୍ଟି କରିଛି ।