ବରୀ (ରତ୍ନଗିରି ନ୍ୟୁଜ) : ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ମହାକାଳପଡ଼ା ପଞ୍ଚାୟତ ପକ୍ଷରୁ ବିରୂପା ଉଚ୍ଚ ବିଦ୍ୟାଳୟ ପରିସରରେ ଆମ ଓଡିଶା ନବୀନ ଓଡିଶା ମାଧ୍ୟମରେ ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ଯକ୍ରମ ସରପଞ୍ଚ ପ୍ରଜ୍ଞା ପରମିତା ପରିଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରୀ ବିଧାୟିକା ସୁନନ୍ଦା ଦାସ, ସମ୍ମାନୀତ ଅତିଥି ଭାବେ ବରୀ ବ୍ଲକର ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ମହେଶ୍ଵର ସେଠୀ, ଶିକ୍ଷାବିତ୍ ଦିଲ୍ଲୀପ କୁମାର ଦାସ, ବରୀ ବିଜେଡ଼ି ସଭାପତି କେଦାର ସାମଲ, ସମାଜସେବୀ ନିର୍ମଳ ରାଉତ, ପ୍ରଭାସ ରଞ୍ଜନ ପରିଡା, ପୂର୍ବତନ ସରପଞ୍ଚ କୁଞ୍ଜବିହାରୀ ପରିଡା, ଗମୁ ସରପଞ୍ଚ ଜଗଦୀଶ ଜେନା, କଳାମାଟିଆ ସରପଞ୍ଚଙ୍କ ପ୍ରତିନିଧି ଶରତ ଚନ୍ଦ୍ର ପରିଡା, ଏସଏଚଜି ସଂଗଠନ ସଭାନେତ୍ରୀ ମମତା ଦାସ, କନିଷ୍ଠ ଯନ୍ତ୍ରୀ ଜଗନ୍ନାଥ ମାଝୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ ବିଭୁ ପ୍ରସାଦ ଧୀର ଓ ଗ୍ରାମ ରୋଜଗାର ସେବକ ମହେନ୍ଦ୍ର ପ୍ରସାଦ ଦାସ ପ୍ରମୁଖ ଯୋଗ ଦେଇଥିଲେ l
ଏହି ଅବସରରେ ମୁଖ୍ୟ ଅତିଥି ବିଧାୟିକା ଶ୍ରୀମତୀ ଦାସ ପଞ୍ଚାୟତର ବିକାଶ ମୂଳକ କାର୍ଯ୍ୟକୁ ନେଇ ଏକ ସୂଚନା ପତ୍ର ଉନ୍ମୋଚନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନ ମାନସର ନେତା ଓ ସେ ସବୁ ବେଳେ ସମସ୍ତ ବର୍ଗର ବିକାଶ ପାଇଁ କାର୍ଯ୍ୟକରୁଥିବା କହିଥିଲେ l
ମଞ୍ଚ ପରିଚାଳନା ଶିଶୁ ସାହିତ୍ୟିକ ଅଜୟ କୁମାର ଜେନା କରିଥିବା ବେଳେ ଉତ୍ତମ କୁମାର ଜେନା ଧନ୍ୟବାଦ ପ୍ରଦାନ କରିଥିଲେ l କାର୍ଯ୍ୟକ୍ରମରେ ବିଶିଷ୍ଟ କଳାକାର ପାର୍ବତୀ ଚରଣ ରାଉତ, ଶିକ୍ଷାବିତ୍ ରମେଶ ଚନ୍ଦ୍ର ନାୟକ ଓ ସଫଳ କୃଷକ ନୃସିଂହ ଚରଣ ଜେନାଙ୍କ ସମେତ ଆଶା ଏବଂ ଏସଏଚଜି ମାଆ ମାନଙ୍କୁ ପଞ୍ଚାୟତ ତରଫରୁ ମୁଖ୍ୟ ଅତିଥି ସମ୍ଵର୍ଦ୍ଧିତ କରିଥିଲେ l ବିଧାୟିକାଙ୍କୁ ପଞ୍ଚାୟତବାସୀଙ୍କ ପକ୍ଷରୁ ନାଗରିକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା l ସଚେତନତା କାର୍ଯ୍ୟକ୍ରମ ଅବସରରେ ଏସଏଚଜି ମାନଙ୍କ ପକ୍ଷରୁ ପଡିଥିବା ବିଭିନ୍ନ ଷ୍ଟଲ ବିଧାୟିକା ଶ୍ରୀମତୀ ଦାସ ବୁଲି ଦେଖିବା ସହ ସେମାନଙ୍କ ଦ୍ଵାରା ପ୍ରସ୍ତୁତ ଦ୍ରବ୍ୟ କିଣି ମାଆମାନଙ୍କୁ ଉତ୍ସାହିତ କରିଥିଲେ l କାର୍ଯ୍ୟକ୍ରମ ସଫଳତାରେ ସହଯୋଗ କରିଥିବା ସମସ୍ତ ସହଯୋଗୀ ଏବଂ ଗ୍ରାମବାସୀ ମାନଙ୍କୁ ସରପଞ୍ଚ ଶ୍ରୀମତୀ ପରିଡା ପ୍ରଶଂସା କରିବା ସହ ବିଧାୟିକାଙ୍କ ଉପସ୍ଥିତି ଓ ସହଯୋଗ ପାଇଁ ଧନ୍ଯବାଦ ଜଣାଇଥିଲେ l
ପ୍ରତ୍ୟାଶା ପରିଡା, ସ୍ଵୟଂଶ୍ରୀ ନାୟକ, ଚିନ୍ମୟୀ ମଲିକ ଓ ପାୟଲ ଡ୍ୟାନ୍ସ ଗ୍ରୁପ ର କଳାକାରମାନେ ସାଂସ୍କୃତିକ ନୃତ୍ୟ ପରିବେଷଣ କରିଥିବା ବେଳେ ରୂପରେଖା ସେଠୀ ଓ ରିତୁସ୍ମିତା ବେହେରା ଏସଏଚଜି ସଙ୍ଗୀତ ଗାନ କରିଥିଲେ l ଶେଷରେ ଗାୟିକା ରିନାବାଳା ପାଢୀ ଓ ସାଥୀଙ୍କ ଦ୍ବାରା ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନତାଧର୍ମି ପାଲା ପରିବେଷଣ କରାଯାଇଥିଲା l
ବରୀ ରୁ ସନ୍ତୋଷ କୁମାର ରାଉତ ଙ୍କ ରିପୋର୍ଟ ରତ୍ନଗିରି ନ୍ୟୁଜ