ବରୀ ( ରତ୍ନଗିରି ନ୍ୟୁଜ) : ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ବାଲିଆ ପଞ୍ଚାୟତ ପକ୍ଷରୁ ପରମାନନ୍ଦପୁର ଖେଳ ପଡିଆ ପରିସରରେ ଆମ ଓଡିଶା ନବୀନ ଓଡିଶା ମାଧ୍ୟମରେ ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ଯକ୍ରମ ସରପଞ୍ଚ ରେବତୀ ଜେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରୀ ବିଧାୟିକା ସୁନନ୍ଦା ଦାସ, ସମ୍ମାନୀତ ଅତିଥି ଭାବେ ସମିତି ସଭ୍ଯା ମାନସୀ ଦାସ, ବାଲିଆ ସେବା ସମବାୟ ସମିତି ସଭାପତି ଅଭିନ ଜେନା, ସାଂସଦଙ୍କ ପ୍ରତିନିଧି ପ୍ରଦୀପ କୁମାର ଘଡାଇ, ମହିଳା ବିଜୁ ଜନତା ଦଳ ପଞ୍ଚାୟତ ସଭାନେତ୍ରୀ ତୃପ୍ତି ଦାସ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଅଶୋକ କୁମାର ଦାସ ଓ ପ୍ରମୁଖ ଯୋଗ ଦେଇଥିଲେ l
ଏହି ଅବସରରେ ମୁଖ୍ୟ ଅତିଥି ବିଧାୟିକା ଶ୍ରୀମତୀ ଦାସ ପଞ୍ଚାୟତର ବିକାଶ ମୂଳକ କାର୍ଯ୍ୟକୁ ନେଇ ଏକ ସୂଚନା ପତ୍ର ଉନ୍ମୋଚନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନ ମାନସର ନେତା ଓ ସେ ସବୁ ବେଳେ ସମସ୍ତ ବର୍ଗର ବିକାଶ ପାଇଁ କାର୍ଯ୍ୟକରୁଥିବା କହିଥିଲେ l ମଞ୍ଚ ପରିଚାଳନା ଶିଶୁ ସାହିତ୍ୟିକ ଅଜୟ କୁମାର ଜେନା କରିଥିବା ବେଳେ ନାଏବ ସରପଞ୍ଚ ଗୋକୁଳାନନ୍ଦ ଜେନା ଧନ୍ୟବାଦ ପ୍ରଦାନ କରିଥିଲେ l କାର୍ଯ୍ୟକ୍ରମରେ ବାଲିଆ ପଞ୍ଚାୟତ ର ସମସ୍ତ ପୂର୍ବତନ ସରପଞ୍ଚ, ସମିତି ସଭ୍ଯ, ବର୍ତ୍ତମାନ ର ସମସ୍ତ ୱାର୍ଡ ସଭ୍ଯ ସଭ୍ୟା, ସିଆରପି, ଏମବିକେ, ବ୍ୟାଙ୍କ ମିତ୍ର, ମହାସଂଘ ସଭାନେତ୍ରୀ, ସମ୍ପାଦିକା, ସମସ୍ତ୍ ଇ. ସି. ମେମ୍ବର, ଅଙ୍ଗନବାଡି କର୍ମୀ, ସହକର୍ମୀ, ଆଶା କର୍ମୀ, ଆଦର୍ଶ ଶିକ୍ଷକ ଶିଶିର କୁମାର ଜେନା, ରାଜସ୍ୱ ନିରୀକ୍ଷକ ଆଲୋକ କୁମାର ମଲ୍ଲିକ, ଅବସର ପ୍ରାପ୍ତ ଶିକ୍ଷକ ଦୁର୍ଯ୍ୟୋଧନ ଦଳାଇ, ସ୍ୱାଇଁଖଣ୍ଡ ପଞ୍ଚାୟତ ପୂର୍ବତନ ସରପଂଚ ବିଜୟ କୁମାର ନାୟକ ଏବଂ ପଶୁଧନ ନିରୀକ୍ଷକ ପ୍ରଦୀପ କୁମାର ଜେନା ପ୍ରମୁଖଙ୍କୁ ଉତ୍ତରୀୟ ଓ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା l
କାର୍ଯ୍ୟକ୍ରମ ସଫଳତାରେ ସହଯୋଗ କରିଥିବା ସମସ୍ତ ସହଯୋଗୀ ଏବଂ ଗ୍ରାମବାସୀ ମାନଙ୍କୁ ସରପଞ୍ଚ ଶ୍ରୀମତୀ ଜେନା ପ୍ରଶଂସା କରିବା ସହ ବିଧାୟିକାଙ୍କ ଉପସ୍ଥିତି ଓ ସହଯୋଗ ପାଇଁ ଧନ୍ଯବାଦ ଜଣାଇଥିଲେ l ପିଲାମାନଙ୍କ ଦ୍ଵାରା ସାଂସ୍କୁତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିବା ବେଳେ ମେଲୋଡି ସହିତ ମିନତୀ ମଲିକ ଓ ସାଥୀଙ୍କ ଦ୍ବାରା ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନତାଧର୍ମି ପାଲା ପରିବେଷଣ କରାଯାଇଥିଲା l ପୁରୁଷ ମାନଙ୍କ ତୁଳନାରେ ଶହ ଶହ ସଂଖ୍ଯାରେ ମହିଳାମାନେ ଏହି ଜନ ସଚେତନତା କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ l