ବରୀ(ରତ୍ନଗିରି ନ୍ୟୁଜ):ଓଡିଆ ଭାଷାର ଅସ୍ଥିତ୍ୱକୁ ରକ୍ଷାକରିବା ପ୍ରତ୍ୟେକ ଓଡିଆର କର୍ତ୍ତବ୍ୟ ବୋଲି ଆଜି ଅଭିମନ୍ୟୁ ସାମନ୍ତ ସିଂହାର ଡିଗ୍ରୀ ମହାବିଦ୍ୟାଲୟରେ ଆୟୋଜିତ ନୂଆ-ଓ ତଥ ରାଜ୍ୟ ସରକାରଙ୍କ ଦ୍ୱାରା ଯୁବ ବିକାଶ କାର୍ଯ୍ୟକ୍ରମର ଦ୍ୱିତୀୟ ଦିବସରେ ଅଧ୍ୟକ୍ଷ ସୁଧିର କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ରାଜ୍ୟ ସରକାରଙ୍କ ଦ୍ୱାରା ଆହୁତ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଅବସରରେ ଛାତ୍ର ଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା, କର୍ମକର୍ତ୍ତା ମାନଙ୍କ ଦ୍ୱାରା ଉତ୍କଳର ଜାତୀୟ ସଂଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ପରେ ଶ୍ରୀ ଜଗନ୍ନାଥ ସଂସ୍କୃତି କାର୍ଯ୍ୟକ୍ରମ ଜରୀଆରେ ଓଡିଆ ଭାଷା ସାହିତ୍ୟର ଅସ୍ତିତ୍ୱ ଓ ଭବିଷ୍ୟତ ବିଷୟରେ ଏକ ଆଲୋଚନା ଚକ୍ର ଆହୁତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଓଡିଶାର ବିଶିଷ୍ଟ ସାହିତ୍ୟିକ, ସମାଲୋଚକ ତଥା ପ୍ରାଧ୍ୟାପକ ଡ.ରବିନ୍ଦ୍ର ବିହାରୀ ମୁଖ୍ୟ ଅତିୁଥି ଭାବେ ଯୋଗଦାନ କରି ଆନୁଷ୍ଠାନିକ ଭାବେ ସଭାକୁ ଉଦ୍ଘାଟନ କରିବା ସହିତ ଭାଷା ଜନନୀ ଆଜି ବିପନ୍ନ ଓ ତାହାର ରକ୍ଷା ଲାଗି ସରକାରଙ୍କ ଆଭିମୁଖ୍ୟ ଉପରେ ଗୁୁରୁତ୍ୱ ଆରୋପ କରିଥିଲେ। ବିଶିଷ୍ଟ କବି ତଥା ସାହିତ୍ୟିକ ତଥା ବ୍ରହ୍ମବରଦା ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରାଧ୍ୟାପକ ମହେଶ୍ୱର ଚନ୍ଦ୍ର ପାଢୀ ମୁଖ୍ୟ ବକ୍ତାଭାବେ ଯୋଗଦାନ କରି ଭାଷା ସାହିତ୍ୟର ଅସ୍ତିତ୍ୱ ଆମ ହାତରେ । ଇଂରାଜୀ ସାହିତ୍ୟ ପ୍ରବେଶ ଓ ତାହାକୁ ଅନୁକରଣ ଦ୍ୱାରା ଓଡିଆ ଭାଷା ର ଅବକ୍ଷୟ ହୋଇଛି । କୈାଣସି ଭାଷା ଶିକ୍ଷା ବହୁତ ଭଲକଥା କିନ୍ତୁ ନିଜର ମାତୃଭାଷର ଅବକ୍ଷୟକୁ କେହିବି ଓଡିଆ ବରଦାସ୍ତ କରିବା ଏକ ବିପର୍ଯ୍ୟୟକୁ ଆମନ୍ତ୍ରଣ କରେ ବୋଲି ଆମକୁ ବୁଝିବାକୁ ହେବ ବୋଲି ପ୍ରକାଶ କରିଥିଲେ । ସଭା ପ୍ରାରମ୍ଭରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା ।ଶ୍ରୀ ଜଗନ୍ନାଥ ଭଜନ ଜଣାଣରେ ବିଭିନ୍ନ ନୃତ୍ୟ ପଦର୍ଶନ କରାଯାଇଥିଲା ।ଡିଗ୍ରୀ ମହାବିଦ୍ୟାଳୟର ଓଡିଆ ଭାଷା ସାହିତ୍ୟ ବିଭାଗୀୟ ମୁଖ୍ୟ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ସମ୍ମାନୀତ ଅତିଥି ଭାବେ ନୋଡାଲ ଅଫିସର ଅଧ୍ୟାପକ ପ୍ରଭାକର ଜେନା, +୨ ଅଧ୍ୟକ୍ଷ ମଳୟ କୁମାର ଜେନା ଅଧ୍ୟାପକ ପ୍ରମୋଦ କୁମାର ଦାସ ଅଧ୍ୟାପକ ଦାମୋଦର ସାହୁ ପ୍ରମୁଖ ଯୋଗଦାନ କରିଥିବା ବେଳେ ପୁର୍ବରୁ ଆୟୋଜିତ ଶ୍ରୀ ଶ୍ରୀ ଜଗନ୍ନାଥ ଚେତନା ଉପରେ ବକ୍ତୃତା, ପ୍ରବନ୍ଧ, କୁଇଜ, ସହିତ ଓଡିଆ ହସ୍ତାକ୍ଷର, ନୃତ୍ୟ ଆଦି ପ୍ରତିଯୋଗିତା କୃତି ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ଓ ପୁରସ୍କାର ବିତରଣ କରାଯାଇଥିଲା । ଅଧ୍ୟାପିକା ଶୁଶ୍ରୀ ସଂଗୀତା ଜେନା ଧନ୍ୟବାଦ ଅର୍ପଣ କରିଥିଲେ
Related Stories
November 3, 2024
November 3, 2024