ଦେଶର ବିକାଶ ଓ ସମୃଦ୍ଧିକୁ ଦ୍ରୁତ ଗତିରେ ବଢ଼ାଇବ ଏକ ରାଷ୍ଟ୍ର ଏକ ନିର୍ବାଚନ : ସୁନୀଲ ବଂଶଲ

ଭୁବନେଶ୍ୱର, (ରତ୍ନଗିରି ନ୍ୟୁଜ): ବିଶ୍ୱର ସର୍ବବୃହତ ଗଣତନ୍ତ୍ର ହେଉଛି ଭାରତ। ମାତ୍ର ଏଠାରେ ନିରନ୍ତର ଚାଲୁଥିବା ନିର୍ବାଚନ ପ୍ରକ୍ରିୟା ଯୋଗୁ ଅନେକ ସମସ୍ୟା ସୃଷ୍ଟି ହେଉଛି। ଏହାକୁ ବଦଳାଇ ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନର କରି ଏହି ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ଏହା ଦେଶର ବିକାଶ ଏବଂ ସମୃଦ୍ଧିକୁ ଦ୍ରୁତ ଗତିରେ ଆଗକୁ ବଢ଼ିବାରେ ସହାୟତା କରିବ । ଏହି ମଡେଲ ଦେଶର ଆର୍ôଥକ, ରାଜନୈତିକ ଏବଂ ସାମାଜିକ ଢାଂଚାରେ ଉନ୍ନତି ଆଣିବ। ଏହାଦ୍ୱାରା ଶକ୍ତିଶାଳୀ, ସ୍ଥିର ଏବଂ ସମୃଦ୍ଧ ଭାରତ ସୃଷ୍ଟି ହୋଇପାରିବ। ଭାରତକୁ ଏକ ବ୍ୟବସ୍ଥିତ ଏବଂ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଦିଗରେ ଏହା ପ୍ରମୁଖ ଭୂମିକା ନେବ ବୋଲି ସୋଆ ବିଶ୍ୱ ବିଦ୍ୟାଳୟରେ ଅନୁଷ୍ଠିତ ଏକ ରାଷ୍ଟ୍ର ଏକ ନିର୍ବାଚନ ଆଲୋଚନାଚକ୍ରରେ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସୁନୀଲ ବଂଶଲ କହିଛନ୍ତି।
ଶ୍ରୀ ବଂଶଲ କହିଛନ୍ତି ଯେ, ୨୦୧୯ ସାଧାରଣ ନିର୍ବାଚନ ଖର୍ଚ୍ଚ ୬୦,୦୦୦ କୋଟି ଟଙ୍କା ଥିଲା। ୨୦୨୪ ଲୋକସଭା ନିର୍ବାଚନ ଖର୍ଚ୍ଚ ୧.୩୫ ଲକ୍ଷ କୋଟିରେ ପହଂଚିଛି। ଏହି ହିସାବରେ ଗୋଟିଏ ଭୋଟର ହାରାହାରି ମୂଲ୍ୟ ପ୍ରାୟ ୧୪୦୦ ଟଙ୍କା। ୨୦୨୪ ଲୋକସଭା ନିର୍ବାଚନକୁ ଭାରତର ନିର୍ବାଚନ ଇତିହାସର ସବୁଠାରୁ ବ୍ୟୟବହୁଳ ନିର୍ବାଚନ ବୋଲି ବିବେଚନା କରାଯାଇପାରେ। ଦେଶରେ ବାରମ୍ବାର ନିର୍ବାଚନ ହେବା ଦ୍ୱାରା ୪-୭ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେଉଛି । ବାରମ୍ବାର ନିର୍ବାଚନ ଯୋଗୁଁ କର୍ମଚାରୀମାନଙ୍କର ଶକ୍ତି ଏବଂ ସମୟ ନିର୍ବାଚନରେ ଖର୍ଚ୍ଚ ହୁଏ। କେବଳ ସେତିକି ନୁହେଁ ନିରନ୍ତର ନିର୍ବାଚନ ପ୍ରକ୍ରିୟାରେ ଆଦର୍ଶ ଆଚରଣ ବିଧି ବାରମ୍ବାର ଲାଗୁ ହେବା ଦ୍ୱାରା ନୀତି ନିର୍ଦ୍ଧାରଣରେ ବାଧା ସୃଷ୍ଟି ହୋଇଥାଏ। ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ପ୍ରଭାବିତ ହୋଇଥାଏ। ଏକ ରାଷ୍ଟ୍ର ଏକ ନିର୍ବାଚନ ଆର୍ôଥକ ଅଭିବୃଦ୍ଧିକୁ ପ୍ରୋତ୍ସାହନ ଦେବା ସହ ଅପ୍ରତ୍ୟାଶିତ ପ୍ରଚାର ଖର୍ଚ୍ଚ ହ୍ରାସ କରିବ। ଏକ ରାଷ୍ଟ୍ର, ଏକ ନିର୍ବାଚନରୁ ହେଉଥିବା ସଂଚୟ ଦେଶର ଜିଡିପିର ୧.୫% ସହିତ ସମାନ। ଏହାଦ୍ୱାରା ଭାରତର ଅର୍ଥନୀତି ଓ ପ୍ରଶାସନିକ ବ୍ୟବସ୍ଥା ସୁଦୃଢ଼ ହେବା ସହ ସାରା ବିଶ୍ୱରେ ଦେଶର ଗଣତାନ୍ତ୍ରିକ ଭାବମୂର୍ତି ସୁଦୃଢ଼ ହୋଇପାରିବ।


ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ଯେ, ଏକକାଳୀନ ନିର୍ବାଚନ କରିବା ଦ୍ୱାରାବିପୁଳ ଖର୍ଚ୍ଚ ହ୍ରାସ ହେବ। ବଳକା ରାଶିକୁ ଶିକ୍ଷା, ସ୍ୱାସ୍ଥ୍ୟ, ଭିତିଭୂମି ଏବଂ ଅନ୍ୟାନ୍ୟ ବିକାଶମୂଳକ ଯୋଜନା ପାଇଁ ବ୍ୟବହାର କରାଯାଇପାରିବ। ପ୍ରଶାସନର ଦକ୍ଷତା ବୃଦ୍ଧି ପାଇବ ଏବଂ ସୁରକ୍ଷା ବାହିନୀ ଉପରେ ଚାପ ହ୍ରାସ ପାଇବ। ଏହାଦ୍ୱାରା ସାମୂହିକ ବିକାଶ ପାଇଁ ମଧ୍ୟ ଯଥେଷ୍ଟ ସମୟ ମିଳିବ। ରାଜ୍ୟସଭା ସାଂସଦ ସୁଜିତ୍ କୁମାର ଯୋଗଦେଇ କହିଛନ୍ତି ଯେ, ଏକକାଳୀନ ନିର୍ବାଚନ ଦ୍ୱାରା, ପ୍ରଶାସନ ନିଜର ମୂଳ କର୍ତବ୍ୟ ଉପରେ ଧ୍ୟାନ ଦେଇପାରିବ।

ଏହାଦ୍ୱାରା ବିକାଶ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ।ଏକ ରାଷ୍ଟ୍ର ଏକ ନିର୍ବାଚନ ପ୍ରକ୍ରିୟା ଯୋଗୁ ଭୋଟରମାନେ ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ସମାନ ଦିନ ଏବଂ ସମାନ ସମୟରେ ଭୋଟ ଇପାରିବେ। ଏହାଦ୍ୱାରା ମତଦାନ ପ୍ରତିଶତ ବୃଦ୍ଧି ପାଇବ। ଏକକାଳୀନ ନିର୍ବାଚନ କେନ୍ଦ୍ର ଏବଂ ରାଜ୍ୟର ନୀତି ମଧ୍ୟରେ ସମନ୍ୱୟକୁ ପ୍ରୋତ୍ସାହିତ କରିବ। ଫଳରେ ଦୀର୍ଘକାଳୀନ ବିକାଶ ଯୋଜନାଗୁଡ଼ିକୁ ସହଜରେ କାର୍ଯ୍ୟକାରୀ କରାଯାଇପାରିବ।
ଏହି ଆଲୋଚନାଚକ୍ରରେ ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ ସ୍ୱାଗତ ଭାଷଣ ଦେଇଥିବାବେଳେ ଦିନେଶ ଅଧିକାରୀ ଧନ୍ୟବାଦ ଦେଇଥଲେ। ଛାତ୍ର ନେତା ସୌଭାଗ୍ୟ ମହାନ୍ତି, ଅଙ୍କିତା ବିଶ୍ୱାସଙ୍କ ସମେତ ବିଭିନ୍ନ ଜିଲାର ବହୁ ଛାତ୍ର ନେତା ଉପସ୍ଥିତ ଥିଲେ l

Share this post :

Facebook
Twitter
LinkedIn
Pinterest

Leave a Reply

Your email address will not be published. Required fields are marked *