ଆଜି ବିଶ୍ୱ ରେଡିଓ ଦିବସ l ଏହି ଅବସରରେ ଆସନ୍ତୁ ଜାଣିବା ରେଡିଓର ଜନକ ଇଟାଲୀୟ ବିଜ୍ଞାନୀ ମାର୍କୋନିଙ୍କ ବିଷୟରେ l ତାଙ୍କର ପୂରା ନାମ ହେଲା ଗୁଇଆଲ୍ମୋ ଜିଓଭାନି ମାରିଆ ମାର୍କୋନି l ସେ ପେସାରେ ଥିଲେ ଜଣେ ବିଦ୍ୟୁତ ଯନ୍ତ୍ରୀ l ସେ ମାର୍କୋନି ଲ, ରେଡିଓ ଟେଲିଗ୍ରାଫ୍, ଲମ୍ବା ଦୂରତାର ରେଡିଓ ଟ୍ରାନ୍ସମିସନ୍, ଆଦିର ଉଦ୍ଭାବନପାଇଁ ବିଶ୍ୱବିଖ୍ୟାତ l ୧୮୬୦ମସିହାରେ ରେଡିଓ ତରଙ୍ଗର ଉପସ୍ଥିତି ଓ ଏହାର ପ୍ରସାରଣ ବା ଟ୍ରାନ୍ସମିସନ୍ର ପ୍ରଥମେ ସୂଚନା ଦେଇଥିଲେ ଜେମ୍ସ କ୍ଲାର୍କ୍ ମାକ୍ସ୍ବେଲ୍ l ୧୯୦୧ରେ ମାର୍କୋନି ବିଶ୍ବରେ ସର୍ବ ପ୍ରଥମେ ରେଡିଓ ତରଙ୍ଗର ପ୍ରେରଣ କରି ଟ୍ରାନ୍ସଆଟ୍ଲାଣ୍ଟିକ ଟ୍ରାନ୍ସମିସନ୍ରେ ତାଙ୍କ ସଫଳତା ହାସଲ କରିଥିଲେ l ୧୯୦୩ରେ ତାଙ୍କ ମାଧ୍ୟମରେ ମାର୍କିନ୍ ରାଷ୍ଟ୍ରପତି ଜି. ରୁଜ୍ଭେଲ୍ଟ, ଇଂଲଣ୍ଡ୍ର ରାଜା ସପ୍ତମ ଏଡ଼ୱାର୍ଡ୍ଙ୍କ ପାଖକୁ ଏକ ରେଡିଓ ବାର୍ତ୍ତା ପଠାଇଥିଲେ l

ମାର୍କୋନିଙ୍କ ପୂର୍ବରୁ ନିକୋଲା ଟେସ୍ଲା, ଅଲିଭର୍ ଲଜ୍ ଓ ହେନ୍ରିଚ୍ ହର୍ଜ୍ ପ୍ରମୁଖ ରେଡିଓ ତରଙ୍ଗ ପ୍ରେରଣରେ ସଫଳ ହୋଇଥିବା ଦାବି ହୁଏ l କିନ୍ତୁ ମାର୍କୋନିଙ୍କୁ ଏହାର ଶ୍ରେୟ ଦିଆଯାଏ ଏବ˚ ଏଥି ପାଇଁ ୧୯୦୯ ରେ ପଦାର୍ଥ ବିଜ୍ଞାନରେ ନୋବେଲ୍ ପୁରସ୍କାର ତାଙ୍କୁ ମିଳିଥିଲା l ରେଡିଓକୁ ବିକଶିତ ତଥା ପ୍ରସାରିତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ମାର୍କୋନି, ଜର୍ମାନିର ହେନ୍ରିଚ୍ ହର୍ଜ୍, ରସିଆର ଆଲେକ୍ଜାଣ୍ଡର୍ ପୋପୋଭ୍,ଫ୍ରାନ୍ସର ଏଡ୍ୱାର୍ଡ୍ ବ୍ଲାନ୍ଲେ, ଆମେରିକାର ନିକୋଲାଇ ଟେସ୍ଲା, ବ୍ରିଟେନ୍ର ଅଲିଭର୍ ଲଜ୍, ସ୍ପେନ୍ର ସର୍ଭେରା ବାଭିଏରା ଓ ଭାରତର ଚନ୍ଦ୍ର ବସୂ l ୧୮୯୭ ମସିହାରେ ମାର୍କୋନି ପ୍ରଥମେ ବ୍ରିଟେନ ରେ ଦି ଓୟାର୍ଲେସ୍ ଟେଲିଗ୍ରାଫ୍ ଆଣ୍ତ୍ ସିଗ୍ନାଲ୍ କମ୍ପାନୀ (ପରେ ମାର୍କୋନି କ˚ପାନି) ଖୋଲି ବ୍ୟବସାୟ ଆରମ୍ଭ କରି ଥିଲେ l ବୋଲୋଗ୍ନା ବିଶ୍ବବିଦ୍ୟାଳୟରୁ ସେ ଉଚ୍ଚ ଶିକ୍ଷା ସମାପ୍ତ କରି ତାଙ୍କ ଗବେଷକ ଜୀବନ ଆରମ୍ଭ କରିଥିଲେ l ତାଙ୍କର ସମସ୍ତ ଗବେଷଣା ମୁଖ୍ୟତଃ ଇଟାଲିରେ ହୋଇଥିଲା l କିନ୍ତୁ ନିଜ ଗବେଷଣାର ସୁଫଳ ସେ ଇ˚ଲଣ୍ତ୍ରେହିଁ ପାଇଥିଲେ l‘ଟାଇଟାନିକ୍’ ଜାହାଜ ଓ ଭାଟିକାନ୍ ସିଟିରେ ରେଡିଓ ସ˚ଯୋଗ, ତାଙ୍କ କ˚ପାନି କରିଥିଲା l‘ଟାଇଟାନିକ୍’ ଜାହାଜ ବୁଡ଼ିରୁ ଯେଉଁ ଅଳ୍ପ କିଛି ଉଦ୍ଧାର ପାଇ ଯାଇଥିଲେ,ତାହା ସମ୍ଭବ ହୋଇଥିଲା,ସେଥିରେ ଖଞ୍ଜାଥିବା ରେଡିଓ ସଂଯୋଗ ଯୋଗୁଁ l ମାର୍କୋନିଙ୍କ କଂପାନି ପକ୍ଷରୁ ନିଯୁକ୍ତ ବ୍ରାଇଡ୍ ନାମକ ରେଡିଓ ଅପରେଟର୍ ଏହି ‘ଟାଇଟାନିକ୍’ ଜାହାଜରେ କାମ କରୁଥିଲେ lତାଙ୍କ ଦ୍ବାରା ପ୍ରେରିତ ରେଡିଓ ବାର୍ତ୍ତା ପାଇ କିଛି ଦୂରରେ ଥିବା କାର୍ପାଥିଆ ନାମକ ସାହାଯ୍ୟକାରୀ ଜାହାଜ ଦୁର୍ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା l
ସେ ପ୍ରଥମେ ବିଏଟ୍ରିସ୍ ଓ’ବ୍ରିୟେନ୍ଙ୍କୁ ବିବାହ କରି ଥିଲେ l ତାହା ପରେ ଦ୍ୱିତୀୟ ବିବାହ କରିଥିଲେ ମାରିଆ କ୍ରିଷ୍ଟିନାଙ୍କୁ l ଦ୍ବିତୀୟ ପତ୍ନୀଙ୍କ ଠାରୁ ସେ ସତେଇଶ ବର୍ଷ ବଡ଼ ଥିଲେ l ଦ୍ବିତୀୟ ପତ୍ନୀ ଏବଂ କନ୍ୟାଙ୍କୁ ସେ ସମସ୍ତ ସପତ୍ତିର ଉତ୍ତରାଧିକାରୀ କରିଥିଲେ l ସେ ଇଟାଲିର ଫାସିବାଦି ଗୋଷ୍ଠୀର ବଡ଼ ସମର୍ଥକ ଥିଲେ l ତାଙ୍କର ଜନ୍ମ ହୋଇଥିଲା ୨୫ ଏପ୍ରିଲ୍ ୧୮୭୪ ଇଟାଲିର ବୋଲଗନାରେ l ମୃତ୍ୟୁର ତିନି ବର୍ଷ ପୂର୍ବରୁ ମାର୍କୋନି 9 ଥର ହୃଦ୍ ଘାତର ଶିକାର ହୋଇଥିଲେ l ଜୁଲାଇ କୋଡିଏ ତାରିଖ ୧୯୩୭ରେ ଦଶମ ହୃଦ୍ଘାତରେ ତାଙ୍କର ପରଲୋକ ହୋଇଥିଲା l ଚନ୍ଦ୍ରପୃଷ୍ଟର ଏକ ଗର୍ତ୍ତ ତାଙ୍କର ନାମ ଅନୁଯାୟୀ, ୧୩୩୨ ମାର୍କୋନିଆ ବୋଲି ନାମିତ କରାଯାଇଛି l
ଆଜି ବିଶ୍ୱ ରେଡ଼ିଓ ଦିବସରେ ମହାନ ବିଜ୍ଞାନୀ ମାର୍କୋନିଙ୍କୁ ଶତ ଶତ ନମନ l




