ଛତ୍ରପୁର (ରତ୍ନଗିରି ନ୍ୟୁଜ) :- ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ପୋଟଲାମପୁର ପଞ୍ଚାୟତ ଗଙ୍ଗାପୁର ଗ୍ରାମରେ ଗ୍ରାମ୍ୟ କମିଟି ପକ୍ଷରୁ ମା ଗଜଲକ୍ଷ୍ମୀଙ୍କ ପୂଜା ଛଅ ଦିନରେ ପହଁଞ୍ଚିଛି l ମା ଗଜଲକ୍ଷ୍ମୀଙ୍କ ପୂଜା ଏହି ମଣ୍ଡପରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହୋଇଛି l ଏଥିପାଇଁ ସମଗ୍ର ଗଙ୍ଗାପୁର ଗ୍ରାମ ସହ ଆଖପାଖ ଗାଁ ଉତ୍ସବ ମୁଖର ହୋଇଛି l ପ୍ରତ୍ୟେକ ଦିନ ମା ଙ୍କ ଅଭିନବ ରୂପ ଦର୍ଶନ ସାଙ୍ଗକୁ ସନ୍ଧ୍ୟା ଆଳତି , ,ହୋମ ଇତ୍ୟାଦି କାର୍ଯ୍ୟକ୍ରମ ପାରମ୍ପରିକ ରୀତିନୀତି ଅନୁସାରେ ହେବା ସହ କରୋନା ମାର୍ଗଦର୍ଶିକା ଆଧାରରେ ପୂଜାବିଧି ହେବ ବୋଲି କମିଟି ତରଫରୁ ସୂଚନା ମିଳିଛି l ଏହି ପୂଜା ଗୋବିନ୍ଦ ଶତପଥୀ ପଣ୍ଡିତ ଏବଂ ହରିହର ଶତପଥୀ ପୂଜାରୀ ବିଶ୍ୱହିତରେ ସମ୍ପାଦନ ହେଉଥିବା ବେଳେ କର୍ତା ଭାବେ ଯୋଗୀ ସାହୁ ରହିଛନ୍ତି l ଅନ୍ୟମାନଙ୍କ ମଧ୍ୟରେ ବିରିଣୀ ପଣ୍ଡା , ରମେଶ ଚନ୍ଦ୍ର ପ୍ରଧାନ, ମୁନା ନାହାକ , ମେଘନାଦ ପ୍ରଧାନ , ମିଟୁ ନାହାକ , କବିରାଜ ଖୁଣ୍ଟିଆ , ମହେଶ୍ୱର ପ୍ରଧାନ , ନିରଞ୍ଜନ ପ୍ରଧାନ , ସୁକାନ୍ତ ନାହାକ ,ନାହଁ ଦୁର୍ଯ୍ୟଧାନ ନାହାକ , ରବୀନ୍ଦ୍ରନାଥ ସାହୁ , କରୁଣା ଖୁଣ୍ଟିଆ , ନିଲୁ ପଣ୍ଡା , ଉତ୍ତମ ପ୍ରଧାନ , ଆକାଶ ପ୍ରଧାନ , ବୁଟୁ ନାହାକ , ନିର ମୁଣ୍ଡଳ , ବିଶ୍ୱନାଥ ପ୍ରଧାନ , ଶ୍ରୀଦେଶ୍ଵର ପାହାନ , ସମୀର ପ୍ରଧାନ , ସାଗର ଖୁଣ୍ଟିଆ , ପ୍ରଭୁତି ପୂଜା କlଯ୍ୟ ସମ୍ପାଦନ କରୁଛନ୍ତି l ପ୍ରତ୍ୟେକ ସନ୍ଧ୍ୟାରେ ସଂକୀର୍ତ୍ତନ ଦ୍ୱାରା ଆଳତୀ ସହ ଭଜନ ପରିବେଷଣ କରାଯାଏ . ଗ୍ରାମ ବାସି କହିଛନ୍ତି ସାରା ବିଶ୍ୱ ବିଗତ ଦୁଇ ବର୍ଷ ହେବ କୋରଣା ମହାମାରୀରେ ହନ୍ତ ସନ୍ତ ହେଉଛି ଏବଂ ସବୁ ବର୍ଗ ର ଲୋକ ଆର୍ଥିକ ଓ ସ୍ୱାସ୍ଥ୍ୟ ,ମାନସିକ କ୍ଷେତ୍ର ରେ ଦ୍ରୁବଳ ହୋଇ ପଡିଛନ୍ତି ଏଣୁ ବିଶ୍ୱକ ସବୁ ଦିଗରେ ସୁଦୃଦ କରିବା ପାଇଁ ମା ଗଜଲକ୍ଷ୍ମୀଙ୍କୁ ଆରଧନା କରାଯାଉଛି l
Related Stories
December 1, 2024
November 25, 2024