ବରୀ (ରତ୍ନଗିରି ନ୍ୟୁଜ) : ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାରଙ୍କ ଛାନ୍ଦକୁ ନିଜର ସୁଲଳିତ କଣ୍ଠରେ ଚମତ୍କାର ଭାବେ ପରିବେଷଣ କରି ସମସ୍ତଙ୍କ ପ୍ରିୟ ହୋଇ ପାରିଥିବା ବଡ଼ଚଣା ବ୍ଲକ ସାଉଡ଼ିଆ ପଞ୍ଚାୟତ ବଣିଆରିଗ୍ରାମର ଶିକ୍ଷକ ଚିନ୍ମୟ ଚିରସୁନ୍ଦର ସାମଲଙ୍କ ମା’ ମେନକା ସାମଲଙ୍କର ୬୫ ବର୍ଷ ବୟସରେ ପରଲୋକ ହୋଇ ଯାଇଛି । ସେ ଦୁଇବର୍ଷ ତଳେ ମସ୍ତିଷ୍କାଘାତର ଶିକାର ହୋଇଚିକିତ୍ସାଧୀନ ଥିଲେ। ଶେଷଶଯ୍ୟା ନିକଟରେ ସ୍ଵାମୀ ରବୀନ୍ଦ୍ର କୁମାର ସାମଲ, ପୁଅ ମନୋଜ, ପ୍ରଶାନ୍ତ, ସୁଧାଂଶୁ, ଚିତ୍ତରଞ୍ଜନଙ୍କ ସହ ଆତ୍ମୀୟଉପସ୍ଥିତ ଥିଲେ।
ଖବର ପାଇ ସରପଞ୍ଚ ଜଗନ୍ନାଥ ଖଣ୍ଡାଇ, ସମିତିସଭ୍ୟ ସୁରେନ୍ଦ୍ର ସେନାପତି, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଡ. ଭାଗ୍ଯଧର ସାହୁ, ରାମଚନ୍ଦ୍ରସାମଲ, ରାଜେନ୍ଦ୍ର ନାରାୟଣ ରାୟ, ଦୟାନିଧି ସାମଲ,କମ୍ୟୁନିଷ୍ଟ ଜିଲ୍ଲା ସମ୍ପାଦକ ଈଶ୍ଵର ଚନ୍ଦ୍ର ପରିଡ଼ା, ଶଙ୍କର୍ଷଣ ସାହୁ, ଉତ୍ସବ ରାଉତ, ପ୍ରାକ୍ତନ ସରପଞ୍ଚ ଗଗନ ବିହାରୀ ପରିଡ଼ା, ଅନିଲ କୁମାର ପରିଡ଼ା, ସମବାୟ ସମିତି ସଭାପତି ତୁଷାରକାନ୍ତ ଜେନା, ପ୍ରମୋଦ କୁମାର ସାମଲ, କୁମର ଚନ୍ଦ୍ର ମହାପାତ୍ର, ସୁବାସ ଚନ୍ଦ୍ର ପରିଡ଼ା,ତପନ କୁମାର ଜେନା, ଅଜୟ କୁମାର ଜେନା, ଦୁର୍ଯ୍ୟୋଧନ ମହାପାତ୍ର, ସୋମନାଥ ପରିଡ଼ା, କଳ୍ପତରୁ ମହାପାତ୍ର, ବ୍ରହ୍ମାନନ୍ଦ ସାମଲ, କରୁଣାକର ଦାସ,ମହନ୍ତ ଚରଣ ସାମଲ, ଦୁଃଶାସନ ମହାପାତ୍ର ପ୍ରମୁଖ ତାଙ୍କ ବଣିଆରି ଗ୍ରାମରେ ପହଞ୍ଚି ଶେଷଦର୍ଶନ କରିଥିଲେ । ଏକ ଶୋଭାଯାତ୍ରାରେ ମରଶରୀରକୁ ଗ୍ରାମ ପରିକ୍ରମା କରାଇ ଶେଷକୃତ୍ୟ କରାଯାଇଥିଲା।
ବଡ଼ପୁଅ ସୁଧାଂଶୁ ମୁଖାଗ୍ନିଦେଇଥିଲେ | ଶ୍ରୀମତୀ ସାମଲଙ୍କ ବିୟୋଗରେ ପିସିସି ଉପସଭାପତି ଶୁଭେନ୍ଦୁ ମହାନ୍ତି, ଜଗା ଶିଶୁ ସାହିତ୍ୟ ସଂସଦର ସଭାପତି ବ୍ରଜ ମୋହନ ସାମଲ, ଅଭିମନ୍ୟୁ ସାହିତ୍ୟ ପରିଷଦ ର ସଭାପତି ପ୍ରଫେସର ମଳୟ କୁମାର ଜେନା, ବିଦଗ୍ଧlର ନିର୍ଦ୍ଦେଶକ ଶରତ କୁମାର ଜେନା ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିବା ସହ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି।