ବରୀ (ରତ୍ନଗିରି ନ୍ୟୁଜ) :- ବରୀ ବ୍ଲକ ଅନ୍ତର୍ଗତ ମନ୍ଦାରୀ ପଞ୍ଚାୟତର ଜଣେ ବୃଦ୍ଧା ରୋଷେଇ କରୁଥିବା ବେଳେ ଅନ୍ୟ ମନସ୍କତା ହେତୁ ପିନ୍ଧିବା ଶାଢୀରେ ନିଆଁ ଲାଗିଯିବାରୁ ସେ ଗୁରୁତର ହୋଇ ପଡ଼ିଥିଲେ। ଆହତ ବୃଦ୍ଧାଙ୍କ ହେଲେ ମୀରା ଜେନା ଓ ତାଙ୍କର ବୟସ ୬୫ ବର୍ଷ । ଖବର ପାଇ ୨୨ ନଂ ଜିଲାପରିଷଦ ପାର୍ଥୀ କବିର ଦାସ, ମନ୍ଦାରି ସରପଞ୍ଚ କବିତା ପଣ୍ଡା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଆହତ ବୃଦ୍ଧାଙ୍କୁ ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ସେଠାରେ ଦାୟିତ୍ୱରେ ଥିବା ଡାକ୍ତର ଆହତ ବୃଦ୍ଧାଙ୍କ ଅବସ୍ଥା ଗୁରୁତର ଥିବାରୁ ଅଧୁକ ଚିକିତ୍ସା ନିମନ୍ତେ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରିବାକୁ ପରାମର୍ଶ ଦେଇଥିଲା । ଓଡିଶା ମୋ ପରିବାର ପକ୍ଷରୁ ଯାଜପୁର ସଂଯୋଜକ ବିମଳ ଦାସଙ୍କ ସହାୟତାରେ ତାଙ୍କୁ କଟକ ବଡ ମେଡିକାଲକୁ ନେଇଥିଲେ l ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।
Related Stories
December 1, 2024
November 25, 2024