ବରୀ୧୪l୪( ରତ୍ନଗିରି ନ୍ୟୁଜ): ବିଶ୍ୱ ପ୍ରସିଦ୍ଧ ବୌଦ୍ଧ ପୀଠ ରତ୍ନଗିରି ଠାରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ଆରମ୍ଭ ହୋଇଛି ଐତିହାସିକ ଚାଙ୍ଗଡ଼ା ଯାତ୍ରା l ଏହି ଚାଙ୍ଗଡ଼ା ଯାତ୍ରାରେ ଓଡିଶା ମୋ ପରିବାର ଏବଂ ବିଷ୍ନୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ୟରେ ସୂଚନା କେନ୍ଦ୍ର ଏବଂ ଜଳଛତ୍ର କେନ୍ଦ୍ର ପ୍ରତିଷ୍ଠା କରାଯାଇ ସେବା ଯୋଗାଇ ଦିଆଯାଉଛି l ପୂର୍ବାହ୍ନରେ ବିଧାୟିକା ସୁନନ୍ଦା ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରକୁ ଉଦଘାଟନ କରିଥିବା ବେଳେ ରତ୍ନଗିରି ସରପଞ୍ଚ ସରଳା ମଲିକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ l
ଅନ୍ୟତମ ଅତିଥି ଭାବେ ଶିକ୍ଷାବିତ ଦିଲୀପ କୁମାର ଦାସ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବିଷ୍ଣୁ ଚରଣ ମହାନ୍ତି ଏବଂ ଗବେଷକ ସଚିକାନ୍ତ ମିଶ୍ର ଯୋଗଦେଇ ଏଇତିହାସିକ ଚାଙ୍ଗଡ଼ା ଯାତ୍ରା ଓ ରତ୍ନଗିରିର ଅଧିଷ୍ଠିତ ବଜ୍ର ମହାକାଳଙ୍କ ବିଷୟରେ ବିସ୍ତୃତ ସୂଚନା ଦେବା ଅବସରରେ କହିଥିଲେ ଯେ ଏହି ଯାତ୍ରାର ଚାଙ୍ଗୁଡ଼ିରୁ ଆମ୍ବ ନେଇ ଅପୁତ୍ରିକ ନାରୀକୁ ଖୁଆଇଲେ ପୁତ୍ର ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି l
ଏହି କେନ୍ଦ୍ର ପରିଚାଳନା ଓଡିଶା ମୋ ପରିବାରର ଜିଲ୍ଲା ସଂଯୋଜକ ବିମଳ ଚନ୍ଦ୍ର ଦାସ, ବିଷ୍ନୁପ୍ରିୟା ଚାରିଟେବୁଲ ଟ୍ରଷ୍ଟର ଜିଲ୍ଲା ସଂଯୋଜକ ବିଜୟ କୁମାର ସାହୁ, ତୁଷାର କାନ୍ତ ସ୍ୟାନ୍ତି, ବିରେନ କୁମାର ରାଉତ,ସୁଶାନ୍ତ ସାହୁ, ଶଶିକାନ୍ତ ମଲିକ, ମିହିର କୁମାର ମଲିକ, ଦିନେଶ କୁମାର ରାଉତ, ଶୁଭେନ୍ଦୁ ଭୂୟାଁ, ସାଗର ଭୂୟାଁ ପ୍ରମୁଖଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପରିଚାଳନା କରାଯାଉଛି l ଏହା ୩ ଦିନ ଧରି ଚାଲିବ ଏବଂ ଆସନ୍ତା ଶନିବାର ଦିନ ଏହି ସ୍ଥାନରେ ଏକ ରକ୍ତଦାନ ଶିବିର ମାଧ୍ୟମରେ ରକ୍ତ ସଂଗ୍ରହ କରାଯିବ ବୋଲି ଜିଲ୍ଲା ସଂଯୋଜକ ଶ୍ରୀ ଦାସ କହିଥିଲେ l