ଭୁବନେଶ୍ୱର: ୨୨ ରେ ସୃଷ୍ଟି ହୋଇପାରେ ଲଘୁଚାପ l
ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ୨୨ ରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ୨୪ ତାରିଖ ସୁଦ୍ଧା ବାତ୍ୟାର ରୂପ ନେଇପାରେ ଲଘୁଚାପ । ସମ୍ଭାବ୍ୟ ବାତ୍ୟା ନେଇ ଏସଆରସି ପ୍ରଦୀପ ଜେନା ସୂଚନା ଦେଇ କହିଛନ୍ତି ଯେ, ‘ବାତ୍ୟା ଉତ୍ତର ଓଡିଶାରୁ ବାଂଲାଦେଶ ମଧ୍ୟରେ ମାଡ ହୋଇପାରେ । କେଉଁଠାରେ ଲ୍ୟାଣ୍ଡଫଲ ହେବ ତାହା ସ୍ପଷ୍ଟ ହୋଇନାହିଁ । ସତର୍କତା ଦୃଷ୍ଟିରୁ ଜିଲ୍ଲାପାଳମାନେ ବାତ୍ୟା ଆଶ୍ରୟସ୍ଥଳୀ ବୁଲି ଦେଖିଛନ୍ତି । ୨୨ ତାରିଖ ସନ୍ଧ୍ୟା ସୁଦ୍ଧା ମତ୍ସଜୀବୀମାନଙ୍କୁ ଫେରି ଆସିବାକୁ ପରାମର୍ଶ ଦିଆଯାଇଛି । ବିଭିନ୍ନ ବିଭାଗ ସମ୍ଭାବ୍ୟ ବାତ୍ୟା ନେଇ ପ୍ରସ୍ତୁତି ଜାରି ରଖିଛନ୍ତି । ବିଭିନ୍ନ ଟେଲିକମ୍ କମ୍ପାନୀ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛୁ ।’ ଅଯଥାରେ ଭୟ କରି ହାଟ ବଜାରରେ ଭିଡ ନକରିବାକୁ ଲୋକଙ୍କୁ ଏସଆରସି ଅନୁରୋଧ କରିଛନ୍ତି । କଳାବଜାରୀ ରୋକିବାକୁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି ଏସଆରସି ।
Related Stories
December 1, 2024
November 25, 2024