ବରୀ(ରତ୍ନଗିରି ନ୍ୟୁଜ) – ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତ ସିଂହାର ଡିଗ୍ରୀ ମହାବିଦ୍ୟାଳୟ . ଓଡିଶାରେ ଏକମାତ୍ର ଶିକ୍ଷା ଆଳୟ ଯାହା କି ବିଦଗ୍ଦ କବିଙ୍କ ସ୍ମୃତିକୁ ଧରି ଦଣ୍ଡାୟମାନ । ଏତଦ୍ ଭିନ୍ନ ରାଜ୍ୟରେ ବିଦଗ୍ଦ କବିଙ୍କ ନାମରେ କୈାଣସି ଅନୁଷ୍ଠାନ ନଥିବା ବେଳେ , ଶିକ୍ଷା ବିଭାଗର ସଂସ୍କୃତି ତଥଅ ଓଡିଆ ଅସ୍ମିତା କୁ ହତ୍ୟା ନିତୀ ଆଜି ପୁଣି ପଦାରେ ପଡିଛି । ତେବେ ଯାହା ଜଣାଯାଏ , ପୂର୍ବରୁ ସାରା ରାଜ୍ୟରେ ସମସ୍ତ ମହାବିଦ୍ୟାଳୟରେ ସବୁ ବିଷୟ ଗୁଡିକ ଅନର୍ସ ରେ ରୁପାନ୍ତରିତ ହୋଇଥିବା ବେଳେ ଅଭିମନ୍ୟୁ ସାମନ୍ତ ସିଂହାର ଡିଗ୍ରୀ ମହା ବିଦ୍ୟାଳୟରେ କେବଳ ଅର୍ଥନିତୀ ଓ ଇତିହାସ ଏହି ଦୁଇ ବିଭାଗରେ ପ୍ରତ୍ୟେକ ୧୬ ଟି ଲେଖାଏଁ ଆସନ ଅନର୍ସ ରହିଥିଲା । ବିଗତ ଶିକ୍ଷା ବର୍ଷରେ ବିଜ୍ଞାନ ବିଭାଗରେ କେତେକ ବିଷୟରେ ୬ ଟି ଲେଖାଏଁ ଆସନ ଅନର୍ସ ପାଇଁ ଅନୁମତି ମିଳିଥିଲା । ତେବେ ଚଳିତ ବର୍ଷ ଅର୍ଥନିତୀ ,୪୮, ଶିକ୍ଷା-୪୯,ଇରାଜୀ-୩୨,ଇତିହାସ- ୪୮,ରାଜନିତି ବିଜ୍ଞାନ-୪୮,ସଂସ୍କୃତ- ୩୨,ବଟାନି-୬୪,ଜୁଲୋଜି-୬୪,ବାଣିଜ୍ୟ-୪୮,କେମେଷ୍ଟ୍ରି-୪୮. ଗଣିତ- ୩୨, ଫିଜିକ୍ସ ଆଦିକୁ ୪୮ ଟି ଲେଖାଏଁ ଅନର୍ସ ସିଟ୍ ମିଳିଥିବା ବେଳେ , ବରେଣ୍ୟ ଓଡିଆ କବିଙ୍କ ସ୍ମୃତିରେ ତିଆରି ଶିକ୍ଷାନୁଷ୍ଠାନରେ ଓଡିଆ ବିଭାଗରେ ଅନର୍ସ ନାହିଁ । ଏକଥା ଶୁଣିଲେ ଯେତିକି ଲଜ୍ୟା ଲାଗୁଛି ତାଠାରୁ ସରକାରଙ୍କ ଶିକ୍ଷା ବିଭାଗର ଏହା କିପ୍ରକାର ଓଡିଆ ସଂସ୍କୃତି ମାରଣ ନିତୀ ବୋଲି ସମଗ୍ର ଅଭିମନ୍ୟୁଙ୍କ ଅଂଚଳ ପ୍ରଶ୍ନ ବାଢିଛି । ଏପ୍ରକାର ନିତୀବ୍ୟବସ୍ଥା ଓଡିଆ ଅସ୍ମିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହାର ବିହିତ ବ୍ୟବସ୍ଥା ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ନକଲେ ମହାବିଦୟାଳୟରେ ତାଲା ପଡିବ ବୋଲି ସ୍ଥାନୀୟ ବୁଦ୍ଧିଜୀବି ମାନେ ପ୍ରକାଶ କରିଛନ୍ତି ।
Related Stories
September 30, 2024
September 27, 2024