ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିବାରେ ଲେଖକମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ। ପାଶ୍ଚାତ୍ୟ ସଂସ୍କୃତିର ପ୍ରଭାବରେ ଆଜି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିପର୍ଯ୍ୟସ୍ତ ହୋଇପଡ଼ିଛି। ଓଡ଼ିଆ ଜାତିର ସ୍ବାଭିମାନକୁ ରକ୍ଷା କରିବା ପ୍ରତିଟି ଓଡ଼ିଆଙ୍କର କର୍ତ୍ତବ୍ୟ ବୋଲି ‘ସ୍ମୃତିଲିପି’ ସାହିତ୍ୟ ପତ୍ରିକାର ୩୧ତମ ବାର୍ଷିକ ଉତ୍ସବରେ ଯୋଗଦେଇ ଅତିଥିମାନେ ମତବ୍ୟକ୍ତ କରିଥିଲେ।
‘ଚଲାପଥ’ର ପ୍ରତିଷ୍ଠାତା ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ହଳଧର ଧୀରଙ୍କ ସଭାପତିତ୍ୱରେ ଭୁବନେଶ୍ଵର ବୁଦ୍ଧମନ୍ଦିରରେ ଅନୁଷ୍ଠିତ ଉତ୍ସବକୁ ବର୍ଷିୟାନ ସମାଜସେବୀ, ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ର ସଭାପତି ପଦ୍ମଚରଣ ନାୟକ ଉଦ୍ଘାଟନ କରିଥିଲେ l ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଡ. ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ, ବରଣ୍ୟ ଅତିଥି ଭାବେ ବରିଷ୍ଠ ସାହିତ୍ୟିକ ଓ ସ୍ତମ୍ଭକାର ଦାଶ ବେନହୁର, ବରିଷ୍ଠ ଆଇନଜୀବି ଧରଣୀଧର ନାୟକ ଓ ଅଭ୍ୟର୍ଥନା ସମିତିର ଅଧ୍ୟକ୍ଷ ପଦ୍ମାକର ଗୁରୁ ପ୍ରମୁଖ ସେମାନଙ୍କର ବକ୍ତବ୍ୟ ରଖିଥିଲେ l
ସ୍ମୃତିଲିପିର ସମ୍ପାଦକ ଭୁବନମୋହନ ମହାନ୍ତି ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିବା ବେଳେ ସହ ସମ୍ପାଦକ ଦୟାନିଧି ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ଅଧ୍ୟାପିକା ଡ. ଗୀତାଶ୍ରୀ ପ୍ରିୟମ୍ବଦା ମଞ୍ଚ ପରିଚାଳନା କରିଥିଲେ l
ପ୍ରଥମ ଅଧିବେଶନରେ ଇଂଜିନିୟର ଡ଼କ୍ଟର ଲଡୁକିଶୋର ପଡ଼ିଆରୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କବିତା ପାଠୋତ୍ସକୁ ଡ଼କ୍ଟର ଅଜୟ କୁମାର ଜେନା, କବି ପ୍ରତିଭା ସାହୁ, କବି ବିଷ୍ଣୁପ୍ରିୟା ପ୍ରିୟଦର୍ଶିନୀଙ୍କ ସଂଯୋଜନାରେ ୪୧ ଜଣ କବି ସେମାନଙ୍କର ସ୍ଵରଚିତ କବିତା ପାଠ କରିଥିଲେ। ଏହି ଉତ୍ସବରେ ଡ଼କ୍ଟର ମାନସୀ କରଙ୍କ ‘ଜୀବନ ସଞ୍ଜ’, ଗାଳ୍ପିକ ପ୍ରକାଶ ଚନ୍ଦ୍ର ସାହୁଙ୍କ ‘କିଏ ରାଧା କିଏ ମିରା’ ଗଳ୍ପ ସଂକଳନ ଓ ‘ଲାଜ’ କବିତା ସଂକଳନ, ପ୍ରତିଭା ସାହୁଙ୍କର କବିତା ସଂକଳନ ‘ପ୍ରୀୟାର ନାଁ ଚନ୍ଦ୍ରଭାଗା’ ଅତିଥିମାନଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା।
ପତ୍ରିକା ପକ୍ଷରୁ ପ୍ରଦତ୍ତ ଆଇନୀଜୀବୀ ପ୍ରଫୁଲ କୁମାର ଧଳ ସ୍ମୃତି ସମ୍ମାନ କବି ଶ୍ଵେତା ରାଉତ, ଅବଦୁଲ୍ ସତ୍ତାର ସେବା ସ୍ମୃତି ସମ୍ମାନ ସାହିତ୍ୟିକ ସଂଗଠକ ତଥା ଉତ୍କଳ ସାହିତ୍ୟ ସମାଜର ସାଧାରଣ ସମ୍ପାଦକ ରାଜୀବ କୁମାର ଷଡ଼ଙ୍ଗୀ, ରଜନୀ ମିଶ୍ର ସ୍ମୃତି ସମ୍ମାନ କବି ଇଂ. ସରୋଜ କୁମାର ମହାପାତ୍ର ଓ ରୀନା ମହାପାତ୍ର ସ୍ମୃତି ସମ୍ମାନ ସୁସଂଗଠିକା ସରୋଜିନୀ ପତି ପ୍ରମୁଖଙ୍କୁ ପ୍ରଦାନ କରାଯାଇଥିଲା ।

ସେହିପରି ସ୍ମୃତିଲିପି ପ୍ରତିଭା ସମ୍ମାନ ଡ. ପ୍ରମୋଦିନୀ ହୋତା, ଡ. ରଘୁ ସାହୁ, ଆଇନଜୀବୀ କବୀର କୁମାର ଜେନା, କଣ୍ଠଶିଳ୍ପୀ ସାଇଶ୍ରୀ ବିଶ୍ଵଜୀତା ରାୟ ଡ଼କ୍ଟର ଗୀତାଞ୍ଜଳୀ ପୃଷ୍ଟି, ସଞ୍ଜୀବ କୁମାର ଦେଓ, ଗୋଲକ ବିହାରୀ ବେହେରା, ଧ୍ରୁବ ଚରଣ ସେଠୀ, ବଂଶୀଧର ସାହୁ, ଇଞ୍ଜିନିଅର ଫକିର ମୋହନ ସାହୁ, ସୌମ୍ୟରଞ୍ଜନ ପରିଡ଼ା, ଝରଣା ମଲ୍ଲିକ, ପଣ୍ଡିତ ରଜନୀକାନ୍ତ ତ୍ରିପାଠୀ, ଶ୍ରୀମତୀ ବସନ୍ତ ମଞ୍ଜରୀ ଦାସ, ଶାନ୍ତନୁ କୁମାର ରାଉତ, ବିଶ୍ଵନାଥ ପାଢ଼ୀ ପ୍ରମୁଖଙ୍କୁ ପ୍ରଦାନ କରାଯାଇଥିଲା।
ଉକ୍ତ କାର୍ଯ୍ୟକ୍ରମରେ ପରିଚାଳନାରେ ସୁଶ୍ରୀ ମିନାକ୍ଷୀ ପ୍ରିୟଦର୍ଶନୀ ମହାନ୍ତି, ଲଗ୍ନଜିତ୍ ମହାନ୍ତି, ନବଘନ ସ୍ୱାଇଁ ପ୍ରମୁଖ ସହାୟତା ପ୍ରଦାନ କରିଥିଲେ। ଶେଷରେ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ଶରତ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ l



