ଭଦ୍ରକ(ରତ୍ନଗିରି ନ୍ୟୁଜ) : ଭଦ୍ରକର ଐତିହ୍ୟ ଓ ସୁନାମ ସୃଷ୍ଟି କରିଥିବା ଉତ୍ତର ଓଡ଼ିଶାର ପ୍ରାଚୀନ ଏବଂ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ବରପଦା ଯାନ୍ତ୍ରିକ ମହାବିଦ୍ୟାଳୟକୁ ସମ୍ପୂର୍ଣ୍ଣ ବନ୍ଦ କରିଦେବା ପାଇଁ କେତେକ କର୍ମଚାରୀ ଷଡ଼ଯନ୍ତ୍ର କରୁଥିବା ନେଇ ଆଜିବହୁ କର୍ମଚାରୀ ଏକ ସମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିଛନ୍ତି । ଭଦ୍ରକର ଏକ ହୋଟେଲରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇ ଜଣାଇଛନ୍ତି ଯେ, ବରପଦା ଯାନ୍ତ୍ରିକ ମହାବିଦ୍ୟାଳୟର ପରିଚାଳନାଗତ ବିବାଦ କୋର୍ଟର ବିଚାରାଧୀନ ରହିଛି । ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶରେ ସର୍ଭମୂଳେ ଏହାର ପରିଚାଳନା ଦାୟିତ୍ଵ ପରିଚାଳନା କମିଟିକୁ ପ୍ରଦାନ କରିଛି । ସେହି ସର୍ଭଗୁଡ଼ିକ ମଧ୍ୟରେ ଗୋଟିଏ ସର୍ଭ ରହିଛି ଯେ ପରିଚାଳନା କମିଟି ପ୍ରତିମାସ ୭ ତାରିଖ ମଧ୍ୟରେ କର୍ମଚାରୀଙ୍କୁ ଦରମା ପଇଠ କରିବ । ଯାହାକୁ ପରିଚାଳନା କମିଟି ପାଳନ କରି ମହାବିଦ୍ୟାଳୟକୁ ଚଳାଇ ଆସିଥିଲା । ତେବେ ମହାବିଦ୍ୟାଳୟର ଏହି ବିବାଦ ଏବଂ କୋଭିଡ଼ କାରଣରୁ ଛାଛାତ୍ରୀମାନଙ୍କ ସଂଖ୍ୟାରେ ହ୍ରାସ ଘଟିଛି । ନାମଲେଖା ଏକ ପ୍ରକାର ବନ୍ଦ ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ଫଳରେ ମହାବିଦ୍ୟାଳୟର ଆର୍ଥିକ ସ୍ଥିତି ଉପରେ ବିଶେଷ ପ୍ରଭାବ ପଡ଼ିଛି । ଯାହା ପାଇଁ ପରିଚାଳନା କମିଟି ଧାର୍ଯ୍ୟ ସମୟରେ ଦରମା ଦେବାକୁ ସକ୍ଷମ ହୋଇ ପାରିନଥିଲା । ସେଥିଲାଗି କିଛି କର୍ମଚାରୀ ଉଚ୍ଚ ନ୍ୟାୟାଳୟରେ ପିଟିସନ (୨୦୮୫/୨୦୧୯) ଦାଖଲ ମଧ୍ୟ କରିଛନ୍ତି । ଯାହାର ଶୁଣାଣୀ ଗତ ଏପ୍ରିଲ ୨୫ ତାରିଖକୁ ଧାର୍ଯ୍ୟ ହୋଇଥିଲା । ମାତ୍ର କିଛି କର୍ମଚାରୀ ସେ ସମୟ ପର୍ଯ୍ୟନ୍ତ ଅପେକ୍ଷା ନକରି ବେଆଇନ ଭାବେ ଅନ୍ୟ କର୍ମଚାରୀଙ୍କୁ ପ୍ରବର୍ତ୍ତାଇ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରି ଫଶଯକ ଆଗରେ ଗଣଧାରଣାରେ ବସିଥିଲେ । କର୍ମଚାରୀମାନଙ୍କ ଦ୍ବାରା ଉଚ୍ଚ ନ୍ୟାୟାଳୟରେ ଆଗତ ପିଟିସନର ପରବର୍ତୀ ଶୁଣାଣୀ ଆସନ୍ତା ସେପ୍ଟେମ୍ବର ୬ ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତି । ମାତ୍ର କମଚାରୀଙ୍କ ଆନ୍ଦୋଳନ ବୁଦ୍ଧିଜୀବୀଙ୍କ ମନରେ ସଂଶୟ ସୃଷ୍ଟି କରିଛି । ଏହି ସବୁ ଘଟଣାର ପୁଙ୍ଖାନୁପୁଙ୍ଖ ତର୍ଜମା କଲେ କେତେକ ଚକ୍ରାନ୍ତକାରୀଙ୍କ ଦ୍ଵାରା ପ୍ରଭାବିତ ହୋଇ ନଗଣ୍ୟ କର୍ମଚାରୀ ମହାବିଦ୍ୟାଳୟର ଖ୍ୟାତି, ସୁନାମକୁ ବଦ୍ନାମ କରିବା ସହ ଛାତ୍ରଛାତ୍ରୀଙ୍କ ନାମଲେଖା କ୍ଷେତ୍ରରେ ବ୍ୟାଘାତ ସୃଷ୍ଟି କରୁଛନ୍ତି । କେବଳ ସେତିକି ନୁହେଁ ଏହା ଦ୍ଵାରା ମହାବିଦ୍ୟାଳୟର ଭିତ୍ତିଭୂମିର ବିକାଶରେ ବ୍ୟାଘାତ ସୃଷ୍ଟି କରିବା ସହ କର୍ମଚାରୀଙ୍କ ଦରମା ପ୍ରଦାନରେ ମଧ୍ୟ ବାଧା ସୃଷ୍ଟି କରୁଛି ।
ତେବେ ପ୍ରକାଶ ଥାଉକି, ବରପଦା ଯାନ୍ତ୍ରିକ ମହାବିଦ୍ୟାଳୟ ପରିଚାଳନାକୁ ନେଇ ବିକାଶ ରଂଜନ ଜେନା, ବିଜୟ କୁମାର ମହାପାତ୍ର, ଶ୍ରୀକାନ୍ତ ମହାପାତ୍ରଙ୍କ ପକ୍ଷରୁ ଉଚ୍ଚ ନ୍ୟାୟାଳୟରେ ୪ଗୋଟି ମାମଲା WPCRL55/2018, WPCPIL NO-3722/19, WPC-12478/16, WPC -12796/ 2016 ରୁଜ କରାଯାଇଛି । ମାନ୍ୟବର ଉଚ୍ଚ ନ୍ୟାୟାଳୟ ଏହି ସବୁ ମାମଲାକୁ ବିଚାର କରି ମଧ୍ୟବର୍ତ୍ତୀକାଳୀନ ରାୟ ପ୍ରକାଶ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ଉଚ୍ଚ ନ୍ୟାୟାଳୟର ମାମଲା ବିଚାରାଧୀନ ଥିବା ବେଳେ କିଛି ଉତ୍ଶୃଙ୍ଖଳ କର୍ମଚାରୀ ବେଆଇନ ଭାବେ ଧାରଣା ଓ ଧର୍ମଘଟ ଚଳାଇଛନ୍ତି । ଏହାକୁ ବିରୋଧ କରି କଲେଜ ଅଧ୍ୟକ୍ଷ ଏବଂ ବିଭାଗୀୟ ମୁଖ୍ୟମାନେ ଗତ ତା ୧୮/୫୧୨୦୨୨ ରିଖରେ ଜିଲ୍ଲାପାଳ ଭଦ୍ରକଙ୍କୁ ଅବଗତ କରାଇଥିଲେ । ମହାବିଦ୍ୟାଳୟରେ ନାମଲେଖା ପ୍ରକ୍ରିୟା ଚାଲୁ ରହିଥିବା ବେଳେ କିଛି ନ୍ୟସ୍ତ ସ୍ୱାର୍ଥ ହାତ ଗଣତି କର୍ମଚାରୀ ଯେଉଁଭଳି କାର୍ଯ୍ୟ କରୁଛନ୍ତି ତାହା ସେମାନଙ୍କ ପେଟପାଟଣା ଚିନ୍ତା କମ୍ କଲେଜ ବନ୍ଦ କରିବା କଥା ଅଧିକ ରହୁଛି । ତେଣୁ ଆମ୍ଭେ ଏହାକୁ ଘୋର ବିରୋଧ କରିବା ସହ ନ୍ୟାୟାଳୟର ନ୍ୟାୟକୁ ଅପେକ୍ଷା କରିବା ଆବଶ୍ୟକ ।
Related Stories
December 1, 2024
November 25, 2024