ବାଲିଆପାଳ(ନି.ପ୍ର) -ବାଲିଆପାଳ ବ୍ଲକ ନିଖିରା ପଞ୍ଚାୟତ ଅଧିନସ୍ଥ ନିଖିରା ଗ୍ରାମରେ ଅବସ୍ଥିତ ସୁରେନ୍ଦ୍ର ଭୂୟାଁ ସହଯୋଗ ନିଖିରେଶ୍ବର ସରକାରୀ ଉଚ୍ଚ ବିଦ୍ଯାଳୟର ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ସଭା ଆଜି ମହାସମାରୋହରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ତ୍ରିଲୋଚନ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଉଦଘାଟିକା ତଥା ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ଓ ସଂସ୍କାର ଧର୍ମୀ ପତ୍ରିକା ରେବତୀ ର ସଂପାଦିକା ତଥା ବିଜୁ ମହିଳା ଜନତା ଦଳ ରାଜ୍ୟ କାର୍ଯ୍ଯକାରୀ ସଭାପତି ଶ୍ରୀମତୀ ସୁବାସିନୀ ଜେନା ଯୋଗ ଦେଇ ଫିତା କାଟି ପ୍ରଦୀପ ପ୍ରଜ୍ଜଳନ କରି ଉତ୍ସବକୁ ଉଦଘାଟନ କରି ତାଙ୍କ ବକ୍ତବ୍ୟରେ ଦେଶର ଭବିଷ୍ୟତ ଗଠନର ଭାବନା ନେଇ ଆଗକୁ ବଢିବା ପାଇଁ ସମସ୍ତ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ମୁଖ୍ୟ ବକ୍ତା ଭାବେ ବାଲିଆପାଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିନୋଦ କୁମାର ପଣ୍ତା,ସମ୍ମାନିତ ଅତିଥି ଭାବେ ୨୧ନଂ ଜୋନ୍ ଜିଲ୍ଲା ପରିଷଦ ସଭ୍ୟା କାଞ୍ଚନ ଜେନା,ପଞ୍ଚାୟତ ସମିତି ଅଧ୍ୟକ୍ଷା ରଞ୍ଜିତା ନାୟକ,ନିଖିରା ପଞ୍ଚାୟତର ସରପଞ୍ଚ ଅଞ୍ଜନ କୁମାର ଗିରି,ନିଖିରା କ୍ଲଷ୍ଟରର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମନୋରଂଜନ ଜେନା ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ ।ବିଦ୍ୟାଳୟର ପୂର୍ବତନ ଶିକ୍ଷକ ଗୋପୀକୃଷ୍ଣ ବିଶ୍ବାଳ ମଞ୍ଚ ଆହ୍ବାନ ଓ ଅତିଥି ପରିଚୟ,ଶିକ୍ଷୟିତ୍ରୀ ସଂଯୁକ୍ତା ଗିରି ବାର୍ଷିକ ବିବରଣୀ ପାଠ କରିଥିଲେ ।ଛାତ୍ରଛାତ୍ରୀଙ୍କ ଦ୍ବାରା ସ୍ବାଗତ ସଂଗୀତ ଓ ନୃତ୍ୟ ପରିବେଷଣ ହୋଇଥିଲା । ଏହି ଅବସରରେ କୃତୀ ଛାତ୍ରଛାତ୍ରୀଙ୍କୁ ଉଦଘାଟିକା ତଥା ମୁଖ୍ୟ ଅତିଥି ଶ୍ରୀମତୀ ଜେନା ପୁରସ୍କୃତ କରି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ ।ସମସ୍ତ କାର୍ଯ୍ଯକ୍ରମଗୁଡିକ ବିଦ୍ୟାଳୟର ପରିଚାଳନା କମିଟିର ସମସ୍ତ ସଦସ୍ୟ ଓ ସଦସ୍ୟା ପରିଚାଳନା କରିଥିଲେ ଏବଂ ଶିକ୍ଷକ ଧନେଶ୍ବର ମାରାଣ୍ତି,ହରିଶ ଚନ୍ଦ୍ର ବେହେରା,କୀର୍ତ୍ତୀରଂଜନ ମହାନ୍ତି,ମାନସ ସୋରେନ,ସୁରେଶ ଚନ୍ଦ୍ର ଜେନା,ପରେଶ କୁମାର ଗିରି,ଶିକ୍ଷୟିତ୍ରୀ ସୁନନ୍ଦା ଗିରି,ପାର୍ବତୀ ନନ୍ଦୀ,ବାସନ୍ତୀ ଭଦ୍ରା,ଶିକ୍ଷକ ଗୟାଧର ବାରିକ,ରାଜେଶ କୁମାର ଗିରି,ଅଣଶିକ୍ଷକ ସୁଶାନ୍ତ କୁମାର ଦାସ,କେଦାରନାଥ ପ୍ରଧାନ,ମମତାରାଣୀ ସାହୁ ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଶିକ୍ଷୟିତ୍ରୀ ମନୋରମା ମହାନ୍ତି ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସଭା ପରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ଯକ୍ରମ ପରିବେଷଣ କରାଯାଇଥିଲା
Related Stories
December 9, 2024
December 1, 2024