ଯାଜପୁର(ରତ୍ନଗିରି ନ୍ୟୁଜ ) :- ସେବା ମାଧ୍ୟମରେ ଆତ୍ମତୃପ୍ତି ଲାଭ କରି ମାନବ ଜୀବନର ମାର୍ଗ ସଫଳ କରିବାର ଅଭିଳାସ ରଖିଛି ଯାଜପୁର ଜିଲ୍ଲାର ଆନନ୍ୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ନୂଆ ଆଲୋକ । ଚଳିତ ମାସ ୧୪ ତାରିଖ ଦିନ ଯାଜପୁର ଜିଲ୍ଲାର ପାଣି କୋଇଲି ଠାରେ ଜଣେ ଅଣ ଓଡିଆ ମସ୍ତିସ୍କ ବିକୃତ ମଣିଷକୁ ନୂଆ ଆଲୋକ ଠାବ କରିଥିଲା । ତେବେ ଓଡିଆଣୀ ହୋଟେଲ ର ମାଲିକ ତଥା ନୂଆ ଆଲୋକର ମୁଖ୍ୟ ଉପଦେଷ୍ଠା ଦିଲ୍ଲିପ ପଣ୍ଡା ଙ୍କ ତତ୍ୱାବଧାନରେ ଉକ୍ତ ବିକୃତ ମସ୍ତିସ୍କ ମଣିଷକୁ ଅତ୍ୟନ୍ତ ଦୟନୀୟ ତଥା କିମ୍ବୁତ କିମ୍ବାକାର ଅବସ୍ଥାରୁ ସ୍ନାନ ସୈାଚ ଓ ଅସଜଡାରୁ ସଜଡା ଅବସ୍ଥାରୁ ଆଣି ନୂତନ ବସ୍ତ୍ର ଇତ୍ୟାଦି ପରିଧାନ କରାଇ ଥିଲା ।ଏହା ପରେ ସେହି ନିଶ୍ୱ ଅବହେଳିତ ଲୋକକୁ କିପରି ସମାଜର ମୁଖ୍ୟ ସ୍ରୋତକୁ ଫେରାଇ ଅଣାଯିବ ସେ ନେଇ ନୂଆ ଆଲୋକ ତତ୍ପର ହୋଇ ଉଠିଥିଲା । ମୁଣ୍ଡ ପାଗଳ ହୋଇଥିବାରୁ ତାର ଗତିବିଧିକୁ ପ୍ରତ୍ୟେହ ଅନୁଷ୍ଠାନ ଦୃଷ୍ଟି ରଖିବା ସହିତ ତାହାର କୋଭିଡ ଟେଷ୍ଟ କରାଇବା ସହ ନରସ୍ିହ ପୁର ଠାରେ ଏକ ଗୃହରେ ତାହାକୁ ରଖି ଦୁଇଦିନ ଧରି ଅନୁଷ୍ଠାନର ସଦସ୍ୟ ମାନେ ପାଳିକରି ଯଗି ରହିଥିଲେ । ଖୋର୍ଦ୍ଦା ଜିଲ୍ଲାର ଗଙ୍ଗପଡା ସ୍ଥିତ ଭଟ୍ଟାଖୁରି ଠାରେ ଥିବା ମିଶନ ଆଶାଲୋକ ନାମକ ଏକ ସ୍ୱେଚ୍ଛାସେବୀ ଅନୁଷ୍ଟାନ ଦ୍ୱାରା ସେବା ଯୋଗାଇ ବିକୃତ ମସ୍ତିଷ୍କ ଙ୍କୁ ସେଠାରେ ଭଲ କରାଯାଉଥିବା କଥା ଜାଣିବା ପରେ ସେ ଅନୁଷ୍ଠାନ ସହିତ ସମସ୍ତ କଥା ବାର୍ତ୍ତା ହୋଇଥିଲା । ତାଙ୍କର ନିୟମାନୁସାରେ ପାଣି କୋଇଲି ଥାନାରୁ ସ୍ୱିକୃତୀ ଓ ପରେ ପରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ଠାରୁ ଏକ ସ୍ୱତନ୍ତ୍ର ସ୍ୱିକୃତୀ ପତ୍ର ଖୋର୍ଦ୍ଦା ଡି ଏସ ଏସ ଓ ଙ୍କ ପାଖକୁ ପଠାଇବା ସହ ଅନ୍ୟ ଏକ ପତ୍ର କୁ ମିଶନ ଆଶାଲୋକ ନିମନ୍ତେ ନେଇଥିଲେ । ସେହି ମସ୍ତିଷ୍ଟ ବୁକୃତ କୁ ସାଥିରେ ଧରି ଅନୁଷ୍ଠାନର ସଦସ୍ୟ ମାନେ ଖୋର୍ଦ୍ଦାରେ ପହଂଚି ତାର ଉନ୍ନତ ଚିକିତ୍ସା ଲାଗି ସମସ୍ତ ବ୍ୟବସ୍ଥା କରି ରାତ୍ର ସମୟରେ ଫେରିଥିବା କଥା ଉପଦେଷ୍ଠା ଦିଲ୍ଲିପ ପଣ୍ଡା ପ୍ରକାଶ କରିଛନ୍ତି । ଏପରି ଦୁରୁହ ବ୍ୟବସ୍ଥା ଲାଗି ନୂଆ ଆଲୋକ ବାହୁବାର ତାର କାର୍ଯ୍ୟକ୍ରମ ଯାହିର ରଖିଥିବାରୁ ସାଧାରଣରେ ଅନୁଷ୍ଠାନକୁ ସାବାସୀ ଦିଆଯାଉଛି ।
Related Stories
December 9, 2024
December 1, 2024