ଯାଜପୁର(ରତ୍ନଗିରି ନ୍ୟୁଜ)୧୧/୦୮ : ଭାଇଭଉଣୀର ପବିତ୍ର ସମ୍ପର୍କକୁ ଉଜୁବିତ ରଖିବା ପାଇଁ ପ୍ରତ୍ୟେକ ବର୍ଷ କାହିଁ କେଉଁ କାଳରୁ ପାଳିତ ହୋଇ ଆସୁଛି ରକ୍ଷା ବନ୍ଧନ ଉତ୍ସବ । ଏହି ଅବସରରେ ଶୁଭମ୍ ଟିଭିରେ ମୁକ୍ତିଲାଭ କରିଛି ଓଡ଼ିଆ ରକ୍ଷୀ ପୂନେଇଁ ଗୀତ ‘ଆଜି ପରା ରକ୍ଷୀ ପୂନେଇଁ’ । ଅପରୂପା ତ୍ରିପାଠୀଙ୍କ ସୁମଦୁର କଣ୍ଠ ସ୍ୱରରେ ମୁକ୍ତିଲାଭ କରିଥିବା ଗୀତଟିରେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସଂଗୀତ ନିର୍ଦ୍ଦେଶକ ଦିନେଶ୍ ମଲ୍ଲିକ୍ । ଗୀତଟିକୁ ଗୀତିକାର ଅଜୟ କୁମାର ଜେନା ରଚନା କରିଥିବାବେଳେ ବି.ଏମ୍. ଷ୍ଟୁଡିଓ କଟକରେ ଏହାର ରେକର୍ଡଂ କରାଯାଇଛି । ଗୀତଟି ଓଡ଼ିଶାର ସଂଗୀତପ୍ରେମୀଙ୍କ ମନକୁ ଛୁଇଁବ ବୋଲି ପ୍ରସ୍ତୁତକର୍ତ୍ତାମାନେ ଆଶାବ୍ୟକ୍ତ କରିଛନ୍ତି ।
Related Stories
December 1, 2024
November 25, 2024