ଭୁବନେଶ୍ୱର(ରତ୍ନଗିରି ନ୍ୟୁଜ):- ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ କଟକଣା ବି କୋହଳ ହେବାରେ ଲାଗିଛି । ଆଗକୁ ଆସୁଛି ପାର୍ବଣ ଋତୁ। ରାଜ୍ୟରେ ଧିରେ ଧିରେ ତଳମୁହାଁ ହେଉଥିବା ମହାମାରୀ ପାର୍ବଣ ସମୟରେ ପୁଣି ନିଜ କୋପ ଦେଖାଇବାର ଭୟ ଘାରିଛି। ତେଣୁ ଆସନ୍ତା ୧୦ ତାରିଖରେ ପାଳିତ ହେବାକୁ ଥିବା ଗଶେଶ ପୂଜା ପାଇଁ ବିଏମ୍ସି ପକ୍ଷରୁ ଜାରି ହୋଇଛି ଗାଇଡଲାଇନ୍। ଗାଇଡଲାଇନ୍ ମୁତାବକ, ପୂଜା ପାଇଁ ମଣ୍ଡପଗୁଡିକୁ କମିସନରେଟ ପୋଲିସଠାରୁ ଅନୁମତି ନେବାକୁ ପଡିବ ।ହା ସହ ଗାଇଡଲାଇନ୍ ଅନୁସାରେ ଆବଦ୍ଧ ପରିବେଶ ମଧ୍ୟରେ ପୂଜା ହେବ । ୪ ଫୁଟର ମୂର୍ତ୍ତି ରହିବା ସହିତ ପୂଜକ ଓ କର୍ତ୍ତାଙ୍କୁ ମିଶାଇ ମୋଟ୍ ୭ ଜଣଙ୍କୁ ପୂଜା ପାଇଁ ଅନୁମତି ଦିଆଯିବ । ମଣ୍ଡପ/ପେଣ୍ଡାଲର ୩ ପଟ ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଚତୁର୍ଥ ପଟ ବି ବନ୍ଦ ରହିବ, କେବଳ ପୂଜକଙ୍କୁ ପ୍ରବେଶ ଅନୁମତି ରହିଛି । ମାସ୍କ ପିନ୍ଧିବା ସହ କୋଭିଡ ଗାଇଡଲାଇନ୍ ମାନିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ଶ୍ରଦ୍ଧାଳୁଙ୍କ ପାଇଁ ସର୍ବସାଧାରଣ ଦର୍ଶନ ନିଷେଧ ରହିଥିବା ବେଳେ ଶୋଭାଯାତ୍ରାକୁ ବାରଣ କରାଯାଇଛି । ସମସ୍ତ ଶିକ୍ଷାନୁଷ୍ଠାନରେ ୨୦ ଜଣଙ୍କୁ ସାମିଲ ହେବାକୁ ଅନୁମତି ଦିଆଯାଇଛି । ଶିକ୍ଷାନୁଷ୍ଠାନରେ କୌଣସି ଭୋଗି କି ପ୍ରସାଦ ସେବନ ବ୍ୟବସ୍ଥା ହୋଇପାରିବନି । ଘର ଭିତରେ ପୂଜା କରିବା ଭଳି କେବଳ ବିଧି ଅନୁପାଳନ ହେବ । ଯେଉଁମାନେ ୨ଟି ଡୋଜ୍ ଟିକା ନେଇଥିବେ, ସେମାନଙ୍କୁ ଅନୁମତି ମିଳିବ । ବିସର୍ଜନ ଶୋଭାଯାତ୍ରା ନାହିଁ, କୃତିମ ପୁଷ୍କରିଣୀରେ ବିସର୍ଜନ ହେବ ।
Related Stories
December 1, 2024
November 25, 2024