ରତ୍ନଗିରିଠାରେ ଜାତୀୟ ଚିତ୍ରକଳା ପ୍ରଦର୍ଶନୀ

ବରୀ(ରତ୍ନଗିରି ନ୍ୟୁଜ) : ଯାଜପୁର ଜିଲ୍ଲା ବରୀ ବ୍ଲକ୍ ଅନ୍ତର୍ଗତ ପୃଥିବୀ ପ୍ରସିଦ୍ଧ ବୌଦ୍ଧପୀଠ ରତ୍ନଗିରି ପ୍ରାଙ୍ଗଣରେ ଲର୍ଡ ବୁଦ୍ଧ ଆର୍ଟ ଗ୍ୟାଲେରୀ, ରତ୍ନଗିରି ପକ୍ଷରୁ ତିନି ଦିନିଆ ଜାତୀୟ ଚିତ୍ରକଳା କର୍ମଶାଳା ଉଦ୍‌ଘାଟିତ ହୋଇଯାଇଛି । ଶନିବାର ଦିନ ବରୀ ବ୍ଲକ୍ ଅଧ୍ୟକ୍ଷ ଅଶୋକ କୁମାର ଗେଡୀ ଓ ରତ୍ନଗିରି ପଞ୍ଚାୟତର ସରପଞ୍ଚ .ସାରଳା ମାଲିକ ଆନୁଷ୍ଠାନିକ ଭାବେ ଏହି କର୍ମଶାଳାକୁ ଉଦ୍‌ଘାଟନ କରିଥିଲେ । ବାଲୁକାଶିଳ୍ପୀ ଦିବାକର ମଲିକ ଓ କଳାନିର୍ଦ୍ଦେଶକ କଳିଙ୍ଗ କେଶରୀ ନାୟକଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ କର୍ମଶାଳାରେ ରାଜ୍ୟ ଓ ରାଜ୍ୟ ବାହାରର ୨୦ରୁ ଉର୍ଦ୍ଧ୍ୱ ପ୍ରତିଷ୍ଠିତ ଏବଂ ଯୁବ ଚିତ୍ରଶିଳ୍ପୀମାନେ ଅଂଶ ଗ୍ରହଣ କରି ସେମାନଙ୍କର ଚିତ୍ରକଳା ପ୍ରଦର୍ଶନ କରୁଛନ୍ତି ।

ଚିତ୍ରଶିଳ୍ପୀ ଜୟନ୍ତ ଖାନ୍‌, ବିନିତା ବନ୍ଦୋପାଧ୍ୟାୟ, ଅନୁବ୍ରତ ବନ୍ଦୋପାଧ୍ୟାୟ, ଅନ୍ୱେଷା ଦେ ପ୍ରମୁଖ କୋଲକତାରୁ ଆସୁଥିବାବେଳେ ସୁରଥ ଚୌଧୁରୀ ଦିଲ୍ଲୀ, ଶିବେଶ୍ ଚନ୍ଦ୍ର ମିଶ୍ର, ସନ୍ତୋଷ କୁମାର ବେହେରା, ରବିଚରଣ ସାହାଣୀ, ପ୍ରିୟଦର୍ଶିନୀ ମହାନ୍ତି, ମନୋଲିସା ଚୌଧୁରୀ, ଶରତ ଚନ୍ଦ୍ର ପଣ୍ଡା, ବିଜୟ କୁମାର ମଲିକ, ଦାଶରଥି ସାହୁ, ଦିବ୍ୟାଂଶି ସ୍ୱାଇଁ, ରମଣୀରଂଜନ ଷଡଙ୍ଗୀ, ଅଶୋକ କୁମାର ବରାଳ ପ୍ରମୁଖ ଯୋଗଦେଇ ବହୁ ପାରମ୍ପାରିକ ଚିତ୍ର ତିଆରି କରୁଥିôବା ଦେଖିବାକୁ ମିଳିଥିଲା । ଏହି ଜାତୀୟ କର୍ମଶାଳାକୁ ଦେଖିବା ପାଇଁ ଦର୍ଶକଙ୍କ ଭିଡ ଜମୁଥିôବା ପରିଲଖିତ ହୋଇଛି ।

Share this post :

Facebook
Twitter
LinkedIn
Pinterest

Leave a Reply

Your email address will not be published. Required fields are marked *