ବରୀ(ରତ୍ନଗିରି ନ୍ୟୁଜ) :-ଯାଜପୁର ଜିଲ୍ଲା ବରୀ ବ୍ଲକ୍ ଅନ୍ତର୍ଗତ ଧାରପୁର ପଞ୍ଚାୟତର ନାଥପୁରଠାରେ ଗତ ୧୮ବର୍ଷ ଧରି ଅନୁଷ୍ଠିତ ହୋଇଆସୁଥିବା ବାଦୀପାଲା ସୋମବାର ଦିନ ଉଦ୍ଯାପିତ ହୋଇଯାଇଛି । ଗତ ୮ତାରିଖ ଠାରୁ ନାଥପୁର ପ୍ରାଥମିକ ବିଦ୍ୟାଳୟ ନିକଟସ୍ଥ ସତ୍ୟନାରାୟଣ ପାଲାମଣ୍ଡପ ପରିସରରେ ଗାୟକ ଗଗନ ବିହାରୀ ମହାପାତ୍ର ଓ ସାଥି ଏବଂ ଗାୟକ ଉପେନ୍ଦ୍ରନାଥ ସାମନ୍ତରାୟ ଓ ସାଥିମାନଙ୍କ ଦ୍ୱାରା ପରିବେଷିତ ବାଦୀପାଲା ଉଦ୍ଯାପିତ ହୋଇଯାଇଛି ।

ନାଥପୁର ଗ୍ରାମବାସୀଙ୍କ ସହଯୋଗରେ ଅନୁଷ୍ଠିତ ତ୍ରିଦିବସୀୟ ପାଲାର ଉଦ୍ଯାପନି ରଜନୀରେ ବରୀ ବିଧାୟକ ବିଶ୍ୱରଂଜନ ମଲ୍ଲିକ୍, ବରୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଶୋକ କୁମାର ଗେଡୀ, ଜିଲ୍ଲା ପରିଷଦ ସଭ୍ୟ ଅଶୋକ କୁମାର ସାମଲ, ଦିଲ୍ଲିପ କୁମାର ମହାନ୍ତି, ବରୀ ବିଜେଡି ସଭାପତି କେଦାର ଚନ୍ଦ୍ର ସାମଲ ପ୍ରମୁଖ ପାଲାମଣ୍ଡପ ନିକଟରେ ପହଞ୍ôଚ ସତ୍ୟନାରାୟଣଙ୍କ ଆର୍ଶୀବାଦ ଭିକ୍ଷା କରିଥିଲେ ।


ଯୁବନେତା ସଞ୍ଜିବ କୁମାର ଜେନା ମଧ୍ୟ ପାଲାପରିବେଷଣ ସମୟରେ ଉପସ୍ଥିତ ରହିଥିଲେ । ବ୍ରଜ ମୋହନ ସାମଲ, ଧର୍ମପଦ ଜେନା, ବଳରାମ ପାତ୍ର, ଅନନ୍ତ କିଶୋର ଜେନା, ବନୋଜ କୁମାର ଜେନା, ଧିରେନ୍ଦ୍ର କୁମାର ଜେନା, ପାର୍ବତି ଚରଣ ଜେନା ପ୍ରମୁଖ ପାଲା ପରିଚାଳନାରେ ସହଯୋଗ କରିଥିବାବେଳେ ନିୟମିତ ଭାବେ ଦୀର୍ଘ ୧୮ବର୍ଷ ଧରି ପାଲା ଦେଖୁଥିବା ବରିଷ୍ଠ ପାଲାପ୍ରେମୀ ଫକିର ଚରଣ ଦଳାଇଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୋକନ ଦିଆଯାଇ ସତ୍ୟନାରାୟଣ ପାଲା ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।