ବଡ଼ମ୍ବା (ରତ୍ନଗିରି ନ୍ୟୁଜ) : ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ବଡ଼ମ୍ବା ଓ ନରସିଂହପୁର ର ଉଭୟ ବ୍ଲକ୍ ସମ୍ମିଳନୀ କକ୍ଷ ମାନଙ୍କରେ ତଥା ଉଭୟ ବ୍ଲକ୍ ର ୭୫ ଟି ପଞ୍ଚାୟତ ରେ ଆଲୋଚନା ଓ ସାହିତ୍ୟ ସମ୍ପନ୍ନ ପୁରସ୍କାର ବିତରଣ ଅନୁଷ୍ଠିତ ହୋଇଛି। ନରସିଂହପୁର ବ୍ଲକରେ ସ୍ଥାନୀୟ ବିଧାୟକ ଶ୍ରୀ ଦେବୀ ପ୍ରସାଦ ମିଶ୍ର ଙ୍କ ସହିତ କଟକ ଜିଲ୍ଲା ପରିଷଦ ସଭାପତି ଶ୍ରୀ କିଶୋର ମିଶ୍ର , ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତି ସସ୍ମିତା ଜେନା, ଉପାଧ୍ୟକ୍ଷ ଶ୍ରୀ ନାରଣ ନାୟକ,ଜିଲ୍ଲା ଶିକ୍ଷା କେନ୍ଦ୍ର ର ଅଧ୍ୟକ୍ଷା ଶ୍ରୀମତି ମନସ୍ଵିନୀ ବିଶୋଇ, ଅଧ୍ୟାପକ ଶ୍ରୀ ପ୍ରଫୁଲ୍ଲ ସାହୁ ଓ ଶ୍ରୀ ପ୍ରଣବ ମିଶ୍ର ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ। ମହିଳା ଫେଡେରେସନ ର ସଭାନେତ୍ରୀ ଶ୍ରୀମତୀ ଗୋଲାପ ରାଉତ ଓ ଅନ୍ୟ ମାନକ ସହଯୋଗିତା ରେ ବିଡିଓ ଶ୍ରୀ ନୀଳମାଧବ ସୁନା କାର୍ଯ୍ୟକ୍ରମ କୁ ସଞ୍ଚାଳନ କରିଥିଲେ। ଯୁବନେତା ଶ୍ରୀ ନିର୍ମଳ ଜେନାଙ୍କ ଠୁ ନେଇ ଆଇନଜିବୀ ଶ୍ରୀ ମଳୟ କୁମାର ବରାଳ ପ୍ରମୁଖ ଶୁଭେଚ୍ଛା ଜ୍ଞାପନ କରିଥିଲେ। ଏଥିରେ ବିଭିନ୍ନ ପ୍ରତିଦ୍ବନ୍ଦିତାରେ ଅଂଶ ଗ୍ରହଣ କରିଥିବା କଲେଜ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଓଡ଼ିଆ ଭାଷା କୁ ନେଇ ଅନୁଷ୍ଠିତ ବକ୍ତୃତା ପ୍ରତିଯୋଗିତା ରେ କୃତବିଦ ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ନରସିଂହପୁର ବ୍ଲକ୍ ରେ ଗଲା କାଲି ଏକ କବି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ବଡ଼ମ୍ବା ବ୍ଲକ୍ ସମ୍ମିଳନୀ କକ୍ଷରେ ବ୍ଲକ୍ ଅଧ୍ୟକ୍ଷ ଶ୍ରୀ ରଘୁପତି ମହାନ୍ତି ଓ ଉପାଧ୍ୟକ୍ଷା ସ୍ଵର୍ଣ୍ଣଲତା ବେହେରା ତଥା ବିଡିଓ ଶ୍ରୀ ରମେଶ ଚନ୍ଦ୍ର ଜେନା GPEO ଶ୍ରୀ ସଞ୍ଜୟ ସାହୁ ପ୍ରମୁହ ଙ୍କ ତତ୍ତ୍ଵାବଧାନ ଓ ସଂଯୋଜନା ରେ ବିଧଗ୍ଧ ସାହିତ୍ୟ ସଂସଦ, ସବୁଜ କବି ସାହିତ୍ୟ ସଂସଦ, ସମ୍ବାଦ ସାହିତ୍ୟ ସଂସଦ, ପୂଜ୍ୟ ପୂଜା ପ୍ରଭୃତି ବିଭିନ୍ନ ଅନୁଷ୍ଠାନର ସହଯୋଗିତା ରେ ଓଡ଼ିଆ ଭାଷାର ସାଂପ୍ରତିକ ସ୍ଥିତି ଉପରେ ଆଲୋଚନା ଅନୁଷ୍ଠିତ ହୋଇଥିଲା।
ଓଡ଼ିଆ ଭାଷାର ପ୍ରାଚୀନତା ଓ ମହାନତା ଉପରେ ଶ୍ରୀ ଦୁର୍ଯୋଧନ ବରାଳ ,ଶ୍ରୀ ଚନ୍ଦ୍ର ଶେଖର ମହାନ୍ତି ଶ୍ରୀ ଜଗନ୍ନାଥ ବାରିକ , ସାରଦା ପ୍ରସନ୍ନ ଦାସ, ଶ୍ରୀନିବାସ ପ୍ରଧାନ , ସୁଲେମାନ ଗୋଛି , ମନମୋହନ ରାଉତ, ପ୍ରଦୀପ୍ତ ସ୍ବାଇଁ, ସୁଭାଷିନୀ ସାହୁ, ବ୍ରଜ ସାହୁ ପ୍ରମୁଖ ଆଲୋଚନା କରିଥିଲେ। ମୁଁ ବଡ଼ମ୍ବା ବ୍ଲକ୍ ରେ ଉଦଯାପନୀ ରେ ଭାଗ ନେଇ ମାତୃଭାଷା ହିଁ ବିକାଶର ଗତିକୁ ତ୍ଵରାନିତ କରେ ଓ ମାତୃଭାଷା ହିଁ ସୃଜନସିଳତା ର ଉନ୍ମେଷଣ ବୋଲି କହିଥିଲି।ଓଡ଼ିଆ ଶାସ୍ତ୍ରୀୟ ଭାଷା ମର୍ଯ୍ୟାଦା ପାଇବାର ଏବଂ ଓଡ଼ିଆ ଭାଷା ଆଇନ ୧୯୫୪ ସମ୍ପର୍କରେ ଏବଂ ଓଡ଼ିଆ ଭାଷାର ଇତିହାସ ଉପରେ ବକ୍ତବ୍ୟ ରଖିଥିଲେ। ଅନ୍ୟ ବକ୍ତା ଓ ସାହିତ୍ୟିକ ମାନେ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ କରାଯାଇଥିବା ଏହି ୩ଦିନିଆ ଓଡ଼ିଆ ସମ୍ମିଳନୀ ତଥା ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରଭୁତି କୁ ଭୂୟସୀ ପ୍ରଶଂସା କରିଥିଲେ।
ମହିଳା ମହାସଂଘ ର ସଭାନେତ୍ରୀ ଶ୍ରୀମତୀ କିରଣ ଆଚାର୍ଯ୍ୟଙ୍କ ନେତୃତ୍ୱ ରେ କବିତା ଆବୃତିରେ ଅଂଶ ଗ୍ରହଣ କରିଥିବା ବିଭିନ୍ନ ମହିଳା ସଂଘର ସଫଳ ପ୍ରତିଯୋଗୀ ଙ୍କୁ ପୁରସ୍କାର ଦିଆ ଯାଇଥିଲା।କବି ସାହିତ୍ୟିକ ମାନକୁ ସମ୍ବର୍ଦ୍ଧିତ ବିଧାୟକ ଙ୍କ ଦ୍ଵାରା କରାଯାଇଥିଲା।ଆଇନଜୀବୀ ତଥା ସାମ୍ବାଦିକ ଶ୍ରୀ ଅମରେଶ ରଥ ଏବଂ କାର୍ଯ୍ୟକ୍ରମ ର ସଂଯୋଜିକା ଭାବେ ଅଧ୍ୟାପିକା ଶ୍ରୀମତୀ ସରିତା ସାହୁ ପରିଚାଳନା କରିଥିଲେ ଓ ଧନ୍ୟବାଦ୍ ଦେଇଥିଲେ। ସମ୍ମିଳନୀ କକ୍ଷରେ ସବୁଜ କବି ବଡ଼ମ୍ବା ଜନ୍ମିତ ଶ୍ରୀଯୁକ୍ତ ବୈକୁଣ୍ଠ ପଟ୍ଟନାୟକ ବଡ଼ମ୍ବା ରେ ଶିକ୍ଷକତା କରୁଥିବା ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ଅଗ୍ର ନାୟକ ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ଙ୍କ ତଥା ପଞ୍ଚସଖା ଙ୍କ ପଟ୍ଟଚିତ୍ର ରେ ସମ୍ମିଳନୀ କକ୍ଷ ସୁସଜ୍ଜିତ ହୋଇଥିଲା। ପ୍ରାରମ୍ଭରୁ ବିଧାୟକ ଶ୍ରୀ ମିଶ୍ର ଓଡ଼ିଶାର ବରପୁତ୍ର ତଥା ଶ୍ରଷ୍ଠା ମାନଙ୍କ ପ୍ରତିମୂର୍ତ୍ତି ରେ ବ୍ଲକ୍ ପରିସରରେ ମାଲ୍ୟାର୍ପଣ କରିଥିଲେ।ଉଭୟ ବ୍ଲକ୍ ଆଭାସି ଯୋଗେ ପ୍ରଥମ ବିଶ୍ବ ଓଡ଼ିଆ ସମ୍ମିଳନୀ ର ଉଦଘାଟନୀ ଓ ମୁଖ୍ୟମନ୍ତ୍ରୀ ଙ୍କ , ଅନ୍ୟାନ ବକ୍ତା ଙ୍କ ଅଭିଭାଷଣ ଉପସ୍ଥିତ ସମସ୍ତେ ଦେଖିଥିଲେ।