ହିଞ୍ଜିଳିକାଟୁ(ରତ୍ନଗିରି ନ୍ୟୁଜ)୧୧/୦୪ : ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ବେଲଗାଁର ମନ୍ଦିର ପରିସରରେ ମଙ୍ଗଳବାର ଦିନ ଏକ ଦୁଃଖଦ ଘଟଣା ଘଟିଛି । ବିଦ୍ୟୁତ ଆଘାତରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ହେଲେ ମୃତ ନାବାଳକଙ୍କ ଚକ୍ଷୁକୁ ଦାନ କରି ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି ସସ୍ମିତା । ଏହି ମହତ୍ତ୍ୱପୂର୍ଣ୍ଣ ସମାଜକଲ୍ଯାଣ ପାଇଁ ମୃତକ ପରିବାରକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି । ସୁଚନାପ୍ରକାରେ ମୃତକ ଜଣଙ୍କ ଗଣ୍ଡଳା ଗ୍ରାମ ବଡ଼ସାହିର ସସ୍ମିତା ମହାନ୍ତିଙ୍କ ଏକ ମାତ୍ର ପୁଅ ଚିତ୍ତରଞ୍ଜନ ମହାନ୍ତି (୧୫ବର୍ଷ ) । ସେହି ଦିନ ସକାଳ ସମୟରେ ଉକ୍ତ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ । ଦୁର୍ଭାଗ୍ୟବଶତଃ ମନ୍ଦିର ପରିସରରେ ଥିବା ଏକ ବିଦ୍ୟୁତ ଖୁଣ୍ଟ ସଂସ୍ପର୍ଶରେ ଆସି ସେ ଗୁରୁତର ସଂଜ୍ଞାହୀନ ହୋଇଥିଲେ । ସଂଜ୍ଞାହୀନ ନାବାଳକଙ୍କୁ ଉଦ୍ଧାରକରି ସ୍ଥାନୀୟ ଲୋକମାନେ ବେଲଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତୀ କରିଥିଲେ । ସେଠାରେ ଡାକ୍ତର ନାବାଳକଙ୍କୁ ମୃତ ଘୋଷଣା କରିଥିଲେ । ମନ୍ଦିର କର୍ତ୍ତୃପକ୍ଷଙ୍କ ଆସବଧାନତାରୁ ଏହି ଘଟଣାର ଦାୟୀ ବୋଲି ଅଭିଯୋଗ କରିଛନ୍ତି ମୃତକଙ୍କ ମାଁ ସସ୍ମିତା ମହାନ୍ତି । ଏନେଇ ହିଞ୍ଜିଳି ପୋଲିସକୁ ମଧ୍ୟ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି ସେ । ହିଞ୍ଜିଳି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ମୃତଦେହକୁ ଜବତ କରି ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଛି ।
Related Stories
December 9, 2024
December 1, 2024