ଗଞ୍ଜାମ (ରତ୍ନଗିରି ନ୍ୟୁଜ) ୦୬/୦୨: ପ୍ରତିବର୍ଷ ଶୀତ ଋତୁ ଆସିଲେ ଗଞ୍ଜାମ ଋଷୁକୁଲ୍ୟା ମୁହାଣ ନିକଟରେ ବିଭିନ୍ନ ପକ୍ଷୀଙ୍କ ସମାଗମ ହେଉଥିବା ଦେଖିବାକୁ ମିଳୁଛି l କିନ୍ତୁ ସେଥିମଧ୍ୟରୁ ମଙ୍ଗୋଲିଆ ପକ୍ଷୀ ଅନ୍ୟତମ ଅଟେ l ମଙ୍ଗୋଲିଆ ପକ୍ଷୀମାନେ ଖାଦ୍ୟ ଅନ୍ବେଷଣରେ ବାହାରି ନଦୀ କିମ୍ବା ନାଳରେ ହଜାର ହଜାର ସଂଖ୍ୟକ ପକ୍ଷୀ ରୁଣ୍ଡ ହୋଇଥାନ୍ତି l ଏବେ କିନ୍ତୁ ଉକ୍ତ ମଙ୍ଗୋଲିଆ ପକ୍ଷୀମାନେ ନଦୀନାଳ ଛାଡି ବିଭିନ୍ନ ଶସ୍ୟ କ୍ଷେତରେ ଥିବା ଦେଖିବାକୁ ମିଳିଛି l ଶସ୍ୟକ୍ଷେତରୁ ଧାନ ,ମୁଗ, ବିରି ,ମାଣ୍ଡିଆ ଆଦି ଫସଲକୁ ଅମଳ କରି ନିଆଯିବା ପରେ ଚାଷଜମି ଗୁଡିକରେ ଝଡିପଡି ଥିବା ଧାନ ମୁଗ ଆଦିକୁ ଆହାର ଭାବେ ବାଛି ନେଇଥାନ୍ତି l ସନ୍ଧ୍ୟା ହେବା ପରେ ଦଳ ଦଳ ହୋଇ ଆକାଶ ମାର୍ଗରେ ନିଜ ଇଲାକାକୁ ଚାଲିଯାନ୍ତି ବୋଲି ପରିବେଶବିତ ମାନେ ମତ ଦେଇଛନ୍ତି l ବିଶେଷ କରି ଏହି ପକ୍ଷୀ ମାନଙ୍କ ଓଜନ ତିନି କିଲୋ ରୁ ଉର୍ଦ୍ଧ ଥିବାବେଳେ ସେମାନଙ୍କ ଉଚତା 28 ରୁ 39 ଇଞ୍ଚି ହୋଇଥାଏ l ଏହି ପକ୍ଷୀ ଓଡିଶାର ଚିଲିକା, ନୀଳବଣ, ଏବଂ ବିଭିନ୍ନ ହ୍ରଦ ମାନଙ୍କ ରେ ଦେଖା ଦେଇଥାନ୍ତି ।
ରିପୋର୍ଟ : ରଂଜିତ କୁମାର ପୋଲା, ଗଞ୍ଜାମ