ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ କି ବାତ୍ । ପୂର୍ବାହ୍ନ 11ଟାରେ ସମୟରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ମୋଦି । ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ଗତକାଲି ପ୍ରଧାନମନ୍ତ୍ରୀ ଏକ ପୁରୁଣା ମନ କି ବାତର ଭିଡିଓ ସେୟାର କରିଥିଲେ । ଯେଉଁଥିରେ ନିଶା ନିବାରଣ ଦିବସରେ ଡ୍ରଗ ବିରୋଧରେ ବିପଦକୁ ଦୂର କରିବାର ଅନେକ ଦିଗ ରହିଥିଲା । ପ୍ରତି ଆମର ପ୍ରତିବଦ୍ଧତାକୁ ଦୋହରାଇବା ଏବଂ ଡ୍ରଗ୍ସ ଫ୍ରି ଇଣ୍ଡିଆ ବିଷୟରେ ଆମର ଦୃଷ୍ଟିକୋଣକୁ ହୃଦୟଙ୍ଗମ କରିବା ନେଇ ଟ୍ବିଟ କରି କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ଭାରତୀୟ ଜନତା ପାର୍ଟି ମୁଖ୍ୟ ଜେପି ନଡ୍ଡା ଶନିବାର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ ପ୍ରତ୍ୟେକଙ୍କ ପାଇଁ ସାଧାରଣ ଆଲେଚନା ହୋଇପାରେ ହେଲେ ଏହା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଦଳୀୟ କର୍ମୀଙ୍କୁ ସେମାନଙ୍କ ସହଯୋଗୀଙ୍କ ସହିତ ଶୁଣିବାକୁ ଅନୁରୋଧ କରିଛନ୍ତି ନଡ୍ଡା ।ଆଜିର ଏହି ମନ କି ବାତ କାର୍ଯ୍ୟକ୍ରମର 78ତମ ଏପିସୋଡ । କୋରୋନାର ତୃତୀୟ ଲହର ଓ ଟୀକାକରଣ ନେଇ କିଛି ଆଲୋଚନା ହେବା ନେଇ ସୂଚନା ମିଳିଛି । ଶେଷଥର ପାଇଁ ମେ 30ରେ ଦେଶବାସୀଙ୍କୁ ମନର କଥା କହିଥିଲେ ମୋଦି । କୋରୋନା ସହିତ ବାତ୍ୟ ମୁକାବିଲାରେ ଦେଶବାସୀଙ୍କ ଧୈର୍ଯ୍ୟକୁ ପ୍ରଶଂସା କରିଥିଲେ ମୋଦି ।ମନ କି ବାତ ପ୍ରଧାନମନ୍ତ୍ରୀଙ୍କ ଏକ ମାସିକ ରେଡିଓ କାର୍ଯ୍ୟକ୍ରମ ଯେଉଁଥିରେ ଦେଶବାସୀଙ୍କୁ ସମ୍ବୋଧିତ କରିଥାନ୍ତି । ଏହା ପ୍ରତିମାସ ଶେଷ ରବିବାର ପ୍ରସାରିତ ହୋଇଥାଏ । ଏହି କାର୍ଯ୍ୟକ୍ରମ ଅଲ ଇଣ୍ଡିଆ ରେଡିଓ, ଦୂରଦର୍ଶନ ଏବଂ ଏୟାର ନ୍ୟୁଜ ୱେବସାଇଟରେ ଉପଲବ୍ଧ ହୋଇଥାଏ ।
Related Stories
May 13, 2024
February 14, 2024