ଗ୍ରାମ୍ୟ ଉନ୍ନୟନ ରାସ୍ତା ଶିଳାନ୍ୟାସ କଲେ ବିଧାୟକ

ବରୀ (ରତ୍ନଗିରି ନ୍ୟୁଜ) : ବରୀ ବ୍ଲକ ଅଧୀନସ୍ଥ ଚନ୍ଦନପୁର ପଞ୍ଚାୟତର ପୁନି ଛକ ଠାରୁ ମେଦୁଆକୁଳ ଦକ୍ଷିଣ ସୁକଳ ପର୍ୟ୍ୟନ୍ତ ରାସ୍ତା ନିର୍ମାଣ ନିମନ୍ତେ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ଅର୍ଥ ମଞ୍ଜୁର ହେବାପରେ ବରୀ ବିଧାୟକ ଶିଳାନ୍ୟାସ କରିଛନ୍ତି। ଉକ୍ତ ରାସ୍ତା ନିର୍ମାଣ ପାଇଁ ଦୀର୍ଘ ଦିନ ଧରି ଅଞ୍ଚଳ ବାସୀଙ୍କ ପକ୍ଷରୁ ଦାବୀ ହୋଇ ଆସୁଥିବା ବେଳେ ଏହାକୁ ଗୁରୁତ୍ଵ ଦେଇ ବରୀ ବିଧାୟକ ବିଶ୍ୱ ରଂଜନ ମଲ୍ଲିକଙ୍କ ଉଦ୍ୟମ ଯୋଗୁ ଏହା ସଫଳ ହୋଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗର ବରିଷ୍ଠ ଅଧିକାରୀ ମାନଙ୍କୁ ଘଟଣା ସ୍ଥଳକୁ ଆଣି କିଭଳି ଭାବରେ ଏହି ରାସ୍ତା ନିର୍ମାଣ ହୋଇ ପାରିବ ବ୍ୟାପକ ଆଲୋଚନା କରିଥିଲେ।

ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଅର୍ଥ ମଞ୍ଜୁର ହୋଇ ଟେଣ୍ଡର ହେବା ପରେ ବିଧାୟକ ଶ୍ରୀ ମଲ୍ଲିକ ଏହି କାର୍ଯ୍ୟର ଶିଳାନ୍ୟାସ କରିଛନ୍ତି। ଉକ୍ତ ଶିଳାନ୍ୟାସ କାର୍ଯ୍ୟକ୍ରମ ସମୟରେ ବିଧାୟକଙ୍କ ସମେତ ବ୍ଲକ୍ ଉପାଧକ୍ଷା ଅର୍ଚ୍ଚନା ମଲିକ, ଜିଲ୍ଲାପରିଷଦ ସଭ୍ୟ ଅଶୋକ କୁମାର ସାମଲ,ଦିଲୀପ ମହାନ୍ତି, ସନ୍ତୋଷ ସାମଲ, ବରୀ ବିଜେଡି ସଭାପତି କେଦାର ସାମଲ, ସମାଜସେବୀ ଅରବିନ୍ଦ ମହାନ୍ତି, ହରିହର ପଣ୍ଡା, ଚିନ୍ତାମଣି ଜେନା ପ୍ରମୁଖ ଉପସ୍ଥିତ ଥିଲେ।

Share this post :

Facebook
Twitter
LinkedIn
Pinterest

Leave a Reply

Your email address will not be published. Required fields are marked *