ବରୀ,୭l୪(ରତ୍ନଗିରି ନ୍ୟୁଜ): ବରୀ ବ୍ଲକ ଅଧିନସ୍ଥ ରତ୍ନଗିରି ପଞ୍ଚାୟତ ରାଉତ ସାହି ଗ୍ରାମରେ ଅଗ୍ନିକାଣ୍ଡ ଘଟି ତିନି ବଖରା ଘର ସମେତ ଆସବାସ ପତ୍ର ସମ୍ପୂର୍ଣ ଜଳି ପୋଡ଼ି ପାଉଁଶ ହୋଇଯାଇଛି। ଗତ କାଲି ବିଳମ୍ବିତ ରାତିରେ ରାଉତ ସାହି ଗ୍ରାମର ଭରତ ଦଳେଇଙ୍କ ଘରେ ନିଆଁ ଲାଗି ଯିବାରୁ ପରିବାର ସଦସ୍ୟମାନେ ଭୟରେ ବାହାରକୁ ଚାଲି ଯାଇଥିଲେ। ନିଆଁ ଲିଭାଇବାକୁ ସ୍ଥାନୀୟ ଲୋକେ ଉଦ୍ୟମ କରିବା ସହିତ ବରୀ ଦମକଳ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ଘର ସମ୍ପୂର୍ଣ ଭସ୍ମୀଭୂତ ହୋଇଯାଇଥିଲା। ଆଜି ବରୀ ବିଧାୟକ ବିଶ୍ଵ ରଞ୍ଜନ ମଲ୍ଲିକ ଘଟଣା ସ୍ଥଳରେ ପହଞ୍ଚି ଆର୍ଥିକ ସହାୟତା କରିବା ସହିତ ସରକାରୀ ନିୟମ ମୁତାବକ ସବୁ ପ୍ରକାର ସହଯୋଗ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ବିଧାୟକଙ୍କ ଏଭଳି ବଦାନ୍ୟତା ଯୋଗୁଁ ଭରତ ଦଳେଇଙ୍କ ପରିବାର ସମେତ ସ୍ଥାନୀୟ ଲୋକମାନେ ବିଧାୟକଙ୍କ ଏହି ସହଯୋଗ ପାଇଁ ଭୂରିଭୂରି ପ୍ରଶଂସା କରିଛନ୍ତି।

