ରାୟଗଡ଼ା(ରତ୍ନଗିରି ନ୍ୟୁଜ ):- ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ କ୍ରିଷ୍ଣାପାତ୍ରଗୁଡ଼ା ଛକ ଓ କାତିପାଡ଼ୁ ଗାଁର ମୁଖ୍ୟ ରାସ୍ତା ନିକଟରେ ଓଡ଼ିଶା ମିଲେଟ୍ସ୍ ମିଶନ୍ , ମିଶନ ଶକ୍ତି ଓ ନିର୍ମାଣ ଅନୁଷ୍ଠାନ ସହଯୋଗରେ ମିଲେଟ୍ ଶକ୍ତି ଟିଫିନ୍ ସେଣ୍ଟର୍ ଉଦ୍ଘାଟିତ ହୋଇଯାଇଛି। ମୁଖ୍ୟତଃ ମହିଳା ମା ମାନଙ୍କୁ ସ୍ବାବଲମ୍ବୀ କରିବା ସହ ଜନ ସାଧାରଣଙ୍କୁ ପୃଷ୍ଟିକର୍ ଖାଦ୍ୟ ଯୋଗେଇଦେବା ଉଦ୍ଦେଶ୍ୟରେ ହୋଇଥିବା ଏଇ କାର୍ଯ୍ୟକ୍ରମକୁ ମା ମଙ୍ଗଳା ଓ ମା ସୀତାଲାମା ସୟଂ ସହାୟକ ଗୋଷ୍ଟିର ମହିଳା ମା ମାନେ ମାଣ୍ଡିଆ ଦ୍ଵାରା ପ୍ରସ୍ତୁତ ତମ୍ପା, ଲଡ଼ୁ, ପକୁଡ଼ି, ପିଠା, ଓ କାଙ୍ଗୁ ଖିରି ପ୍ରସ୍ତୁତ କରିଥିଲେ। ଏହାକୁ ଉଦ୍ଘାଟନ କରିବାକୁ ମୁଖ୍ୟ ଅତିଥି ଭାବେ କଲ୍ୟାଣସିଂହପୁର ଗୋଷ୍ଟି ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ସୁଧାକର ରଇତ, ସି ଡି ପି ଓ ସଞ୍ଜୁରାଣୀ ମିଶ୍ର, ଥିବାବେଳେ ଅନ୍ୟ ମାନଙ୍କ ମଧ୍ୟରେ ଜୀବିକା ମିଶନ ରୁ ବି ପି ସି ପ୍ରିୟଙ୍କା ପ୍ରିୟଦର୍ଶିନୀ ପୁଳିଆ , ବି ଏଲ୍ ସି ଜିତେନ୍ଦ୍ର କାର୍ଜୀ, ଆର୍ ଏଫ୍ ପି ସି ଏଲ୍ ର ସି ଇ ଓ ସୂର୍ଯ୍ୟ ନାରାୟଣ ପଣ୍ଡା, ବ୍ଲକ ସଂଯୋଜକ ଏବଂ ସି ଆର୍ ପି ମହିଳା ମାନେ ଉପସ୍ଥିତ ଥିଲେ। ମାଣ୍ଡିଆ ଦ୍ଵାରା ପ୍ରସ୍ତୁତ ଖାଦ୍ୟ କୁ ଖାଇବା ଦ୍ୱାରା ମନୁଷ୍ୟ ଶରୀର ପାଇଁ ଏହା ପୃଷ୍ଟିକର୍ ତାସହିତ ଏହା ଅନେକ ରୋଗରୁ ମୁକ୍ତି ହୋଇଥାଏ ବୋଲି ଉଦଘାଟନୀ ଉତ୍ସବରେ ସ୍ଥାନୀୟ ବିଡ଼ିଓ କହିଥିଲେ।
Related Stories
November 9, 2024
November 9, 2024