ବରୀ ୦୩/୧୧(ରତ୍ନଗିରି ନ୍ୟୁଜ) : ଉତ୍ତମ ଛାତ୍ର ସୃଷ୍ଟି କରି ଉତ୍ତମ ଭବିଷ୍ୟତ ଗଠନ ଦିଗରେ ସବୁବେଳେ ଗୁରୁତ୍ୱ ଦେଇଆସୁଥିଲେ ଆଦର୍ଶ ପ୍ରଧାନ ଶିକ୍ଷକ ବଙ୍ଗାଳି ନାଥ ମହାନ୍ତି । ତାଙ୍କ ଠାରୁ ଶିକ୍ଷା ଗ୍ରହଣ କରିଥିବା ବହୁ ଛାତ୍ରଛାତ୍ରୀ ଆଜି ସ୍ୱ ସ୍ୱ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଛନ୍ତି । ତାଙ୍କ ଭଳି ଜଣେ ଆଦର୍ଶ ପ୍ରଧାନଶିକ୍ଷକଙ୍କ ପରଲୋକ ସମାଜ ପାଇଁ ବୃହତ୍ତର କ୍ଷତି ବୋଲି ତାଙ୍କ ଦ୍ୱାଦଶାହ ସ୍ମୃତିଚାରଣ ସଭାରେ ଯୋଗ ଦେଇ ଅତିଥିମାନେ ସ୍ମୃତିଚରଣ କରିଛନ୍ତି । ଅବସରକାଳିନ ପ୍ରଧାନଶିକ୍ଷକ ଗୋପବନ୍ଧୁ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବଙ୍ଗାଳି ସାର୍ଙ୍କ ସ୍ମୃତିଚାରଣ ସଭା ବରୀ ବ୍ଲକ୍ ଅନ୍ତର୍ଗତ ନାଥପୁର ପଟଣା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ମୃତି ଚରଣ ସଭାରେ ସ୍ୱର୍ଗତ ମହାନ୍ତି ସହପାଠୀ ବନ୍ଧୁ ସାହିତ୍ୟିକ ରାଜକିଶୋର ପାଢୀ ଯୋଗଦେଇ ଛାତ୍ରାବସ୍ଥାରୁ ଆଜି ଯାଏଁ କିଭଳି ସମୟ କଟାଇଥିଲେ ସେ ସମ୍ପର୍କରେ ଭାବ ବିହ୍ୱଳ ବକ୍ତବ୍ୟରେ ପ୍ରକାଶ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ୨୧ନଂ ଜୋନ୍ର ଜିଲ୍ଲା ପରିଷଦ ସଭ୍ୟ ଅଶୋକ କୁମାର ସାମଲ, ଶିକ୍ଷକନେତା ଡଃ ନୃସିଂହ ଚରଣ ବେହେରା, ଅବସରପ୍ରାପ୍ତ ଏବିଓ କପିଳ ଚରଣ ସାମଲ, ଶିକ୍ଷାବିତ୍ ନାରାୟଣ ଚନ୍ଦ୍ର ଧଳ, ଅର୍ଜୁନ ଚରଣ ମହାନ୍ତି, ନଟବର ଜେନା, ରବୀନ୍ଦ୍ର କୁମାର ପତି କର୍ଣ୍ଣଚନ୍ଦ୍ର ଘଡାଇ, ଗୁନଚରଣ ନାୟକ, ଗଗନ ବିହାରୀ ଜେନା, ମକରଧ୍ୱଜ ସାହୁ, ମକର ଚରଣ ଘଡାଇ, କାର୍ତ୍ତିକ ଚନ୍ଦ୍ର ସାହୁ, ବଳରାମ ପଣ୍ଡା, ବଟକୃଷ୍ଠ ସେଠୀ, ସ୍ଥାନୀୟ ସରପଞ୍ଚ କୁନା ମଳିକ, ବିଦଗ୍ଧାର ନିର୍ଦ୍ଦେଶକ ଶତର କୁମାର ଜେନା ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ମହାନ୍ତିଙ୍କ ସ୍ମୃତିଚରଣ କରିଥିଲେ ।