କୋରେଇ(ରତ୍ନଗିରି ନ୍ୟୁଜ) : କୋରେଇ ଉନ୍ନୟନ ପରିଷଦ ର ଯୋଜନା ଓ ସମନ୍ୱୟ ବୈଠକ ଶଙ୍ଖଚିଲା ମା ହିଙ୍ଗୁଳା ପୀଠ ଠାରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବରେ ଜାତୀୟ ମାନବାଧିକାର ଆୟୋଗ ର କୋର କମିଟି ସଦସ୍ୟ ତଥା କୋରେଇ ଉନ୍ନୟନ ପରିଷଦର ଉପଦେଷ୍ଟା ଶ୍ରୀ ମନୋଜ ଜେନା ଯୋଗ ଦେଇ ଆଦର୍ଶ ପଞ୍ଚାୟତ ଗଠନ ଓ ଏକ ସମୃଦ୍ଧ ସଶକ୍ତ କୋରେଇ ଗଠନର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ l ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ସାମାଜିକ ସୁରକ୍ଷା, କୃଷି ଓ କୃଷକଙ୍କ ଉର୍ନ୍ନତି, ମହିଳା ସଶକ୍ତିକରଣ, ଆଦି ଜନସାଧାରଣଙ୍କର ମୌଳିକ ସମସ୍ୟା କୁ ନେଇ ଯୋଜନା ପ୍ରସ୍ତୁତି ହୋଇଥିଲା l ପରିଶେଷରେ ସର୍ବ ସମ୍ମତି ଅନୁମୋଦନକ୍ରମେ ଏକ କାର୍ଯ୍ୟକାରି ସମିତି ଗଠନ କରାଯାଇଥିଲା l
ଏଥିରେ ଶ୍ରୀଧର ଦାସଙ୍କୁ ଆବାହକ ଓ ଯୁଗ୍ମ ଆବାହକ ଭାବେ ନାରାୟଣ ମାଲିକ, ଅଶ୍ୱିନୀ ଦାସ ଓ ସୌଦାମିନୀ ସାହୁଙ୍କୁ ଚୟନ କରାଗଲା l ସଂଯୋଜକ ଭାବରେ ସନ୍ତୋଷ କୁମାର ବେହେରା, ଆଲୋକ କୁମାର ଦାସ ଦାୟିତ୍ୱ ଦିଆ ଗଲା l କାର୍ଯ୍ୟକାରି କମିଟି ରେ ସଦସ୍ୟ ଓ ସଦସ୍ୟା ରୂପେ ଚକ୍ରଧର ସାହୁ, ଅମୁଲ୍ୟ ଦାସ, ତାରିଣୀ ପଟ୍ଟନାୟକ,କାଳନ୍ଦୀ କଣ୍ଠ, ନିରୁପମା ମଲିକ, ପ୍ରସନ୍ନ ସ୍ୱାଇଁ, କେଦାର କୁମାର ପାତ୍ର,ସୋମ୍ୟବ୍ରତ ସାହୁ, ଆଡ଼ଭୋକେଟ ରବୀନ୍ଦ୍ର ରାଉତ, ଶେଖ ଇସଲାମ, ମିର୍ଜା ଲୋକମାନ୍ୟ ବେଗ, ପରୀକ୍ଷିତ ମଲିକ, ଶୁକଦେବ ପୃଷ୍ଟି, ଆଡ଼ଭୋକେଟ ସସ୍ମିତା ସାହୁ, ଭାଗିରଥି ଦାସ, ଏ ଗଣେଶ ରାଓ, ରାଧେଶ୍ୟାମ ସାହୁ, ବ୍ରଜେଶ୍ବରୀ ସିଂ, ବିନୋଦ ବିହାରୀ ସାହୁ ଆଦି ମନୋନୀତ ହୋଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ମଦନ ମୋହନ ବେହେରା, ପ୍ରସନ୍ନ ପେରେଇ, ରଘୁନାଥ ସାହୁ, ବିଷ୍ଣୁ ଚରଣ ସାହୁ, ବିଜୁ ସେଠି, କାଳନ୍ଦୀ ମଲିକ, ପିତାମ୍ବର ପେରେଇ, ଅମୁଲ୍ୟ ସାହୁ, ଗୋପାଳ ଦାସ ଆଦି ଉପସ୍ଥିତ ଥିଲେ l